ETV Bharat / city

ଅନଲକ 3 କଟକଣା ନେଇ ଜିଲ୍ଲାପାଳଙ୍କ ବାର୍ତ୍ତା

author img

By

Published : Aug 1, 2020, 3:42 AM IST

ଅନଲକ୍ 3 ନେଇ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ରଖିଛନ୍ତି ଜିଲ୍ଲାପାଳ ବଲବନ୍ତ ସିଂ । ଶବ ଦାହ ପାଇଁ ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗ ଦ୍ବାର ମନା ନିୟମ ପୂର୍ବପରି ବଳବତ୍ତର ରହିବ ।

Unlock 3: Message from Collector Puri regarding guideline
ଅନଲକ 3 କଟକଣା ନେଇ ଜିଲ୍ଲାପାଳଙ୍କ ବାର୍ତ୍ତା

ପୁରୀ: ଅନଲକ୍ 3 ନେଇ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ରଖିଛନ୍ତି ଜିଲ୍ଲାପାଳ ବଲବନ୍ତ ସିଂ । ମୃତଦେବ ଦାହ ପାଇଁ ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗ ଦ୍ବାର ମନା ନିୟମ ପୂର୍ବପରି ବଳବତ୍ତର ରହିବ । ସେହପରି ପୂର୍ବପରି ସହର ମଧ୍ୟକୁ ବିଭିନ୍ନ ପ୍ରବେଶ ପଥରେ କଟକଣା ମଧ୍ୟ ବଳବତ୍ତର ରହିବା ନେଇ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଏହି ସମ୍ବନ୍ଧୀୟ ଏକ ମାମଲା ହାଇକୋର୍ଟରେ ରହିଛି । ଫଳରେ କୋର୍ଟଙ୍କ ନିର୍ଦ୍ଦେଶ ପର୍ଯ୍ୟନ୍ତ, ସହରର ସମସ୍ତ ପ୍ରବେଶ ପଥରେ କଟକଣା ରହିବ ।

ଅନଲକ୍ 3 କଟକଣା ନେଇ ଜିଲ୍ଲାପାଳଙ୍କ ବାର୍ତ୍ତା

କୋଣାର୍କ ମନ୍ଦିର ଅଗଷ୍ଟ 31 ପର୍ଯ୍ୟନ୍ତ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ବ୍ୟକ୍ତି କିମ୍ବା ଅନ୍ୟଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଉପଯୁକ୍ତ କାରଣ ଦର୍ଶାଇ ପ୍ରବେଶ ଅନୁମତି ମିଳିପାରିବ । ତେବେ ଜିଲ୍ଲାରେ ଶନିବାର ଓ ରବିବାର ହେଉଥିବା ସାପ୍ତାହିକ ସଟଡାଉନ ଗୋଟିଏ ସପ୍ତାହ କୋହଳ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାର ପ୍ରଭାବ ନେଇ ସମୀକ୍ଷା ପରେ ପରବର୍ତ୍ତୀ ସପ୍ତାହରେ ନିଷ୍ପତ୍ତି ନିଆଯିବ ।

ପୂର୍ବ ଭଳି ସାମାଜିକ ଦୂରତ୍ବ ରକ୍ଷା କରିବା, ମାସ୍କ ପିନ୍ଧିବା, ଗହଳି ନ କରିବା ଆଦି ନିୟମର ପାଳନ ହେବ । ଏହି ନିୟମର ଉଲଙ୍ଘନ ହେଲେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଜିଲ୍ଲାରେ କୋଭିଡ ସଂକ୍ରମଣ ବଢୁଥିବାରୁ, ଲୋକ ମାନେ ସତର୍କ ହେବାସହ, କୋଭିଡ ଗାଇଡ଼ ଲାଇନ ମାନିଲେ ଏହି ବିପଦରୁ ରକ୍ଷା ପାଇ ହେବ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥିସହିତ ପ୍ରଶାସନକୁ ଲୋକମାନେ ସବୁ କ୍ଷେତ୍ରରେ ସାହାଯ୍ୟ କରିବା ନେଇ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.