ETV Bharat / city

ସଙ୍ଗରୋଧରେ ରହିବେ ରଥ ନିର୍ମାଣରେ ନିୟୋଜିତ ବିଶ୍ବକର୍ମା - Puri ratha khala update

ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣରେ ଲାଗିଥିବା ବିଶ୍ବକର୍ମା ଓ ମହାରଣାମାନେ ସଙ୍ଗରୋଧରେ ରହିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଚଳ ଭକ୍ତନିବାସ ଓ ନିଳାଦ୍ରୀ ଭକ୍ତ ନିବାସରେ ଏ ନେଇ ବ୍ୟବସ୍ଥା ହୋଇଛି । ସେଠାରେ ସେମାନଙ୍କ ରହିବା ଖାଇବା ସହ ସ୍ବାସ୍ଥ୍ୟ ସେବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ...

ସଙ୍ଗରୋଧରେ ରହିବେ ରଥ ନିର୍ମାଣରେ ନିୟୋଜିତ ବିଶ୍ବକର୍ମା

author img

By

Published : May 9, 2020, 2:02 PM IST

ପୁରୀ: ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣରେ ଲାଗିଥିବା ବିଶ୍ବକର୍ମା ମହାରଣାମାନେ ସଙ୍ଗରୋଧରେ ରହିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଚଳ ଭକ୍ତନିବାସ ଓ ନିଳାଦ୍ରୀ ଭକ୍ତ ନିବାସରେ ଏ ନେଇ ବ୍ୟବସ୍ଥା ହୋଇଛି । ସେଠାରେ ସେମାନଙ୍କ ରହିବା ଖାଇବା ସହ ସ୍ବାସ୍ଥ୍ୟ ସେବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।

ସଙ୍ଗରୋଧରେ ରହିବେ ରଥ ନିର୍ମାଣରେ ନିୟୋଜିତ ବିଶ୍ବକର୍ମା

ଅନ୍ୟପକ୍ଷରେ ରଥଖଳାରେ ମଧ୍ୟ ଏକ ମେଡ଼ିକାଲ ଟିମ ମୁତୟନ ରହିବ । ମୋଟ 4ଟି ମେଡିକାଲ ଟିମ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ରହିବେ । ସେହିପରି ରଥଖଳାର 2 ଶହ ଫୁଟ ଯାଏ ନିଷେଧାଞ୍ଚଳ କରାଯାଇଛି । କୌଣସି ଲୋକ ସେଠାରେ ଏକାଠି ହୋଇ ପାରିବେ ନାହିଁ । ରଥ ଖଳାକୁ ଚାରିପଟୁ ଧଳା କପଡା ଦିଆଯାଇ ଘେରାଯାଇଛି । ଯେପରି କୌଣସି କାର୍ଯ୍ୟର ଦୃଶ୍ୟ ବାହାର ଲୋକ ନ ଦେଖି ପାରିବେ ସେ ନେଇ ବ୍ୟବସ୍ଥା ହୋଇଛି ।

ରଥ ନିର୍ମାଣରେ ଲାଗିଥିବା ସେବକ ଓ ଶ୍ରୀମନ୍ଦିର ପ୍ରଶାସନର କିଛି କର୍ମଚାରୀ କେବଳ ରଥଖଳାକୁ ଯାଇପାରିବେ । ସେହିପରି ଆଗାମୀ ଦିନରେ ମଧ୍ୟ ଶ୍ରୀମନ୍ଦିରରେ ବିଭିନ୍ନ ନୀତିକାନ୍ତି ଥିବାରୁ ନିୟୋଜିତ ହେବାକୁ ଥିବା ସେବାୟତଙ୍କ କୋରୋନା ଟେଷ୍ଟ କରାଯିବ । ଏ ନେଇ ସେବାୟତମାନେ ମଧ୍ୟ ସହମତି ପ୍ରକାଶ କରିଥିବା ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.