ETV Bharat / city

Ratha Yatra 2022: ସରିଲା ସ୍ନାନ ଯାତ୍ରା, ରଥଯାତ୍ରା ପାଇଁ ପୋଲିସର ପ୍ରସ୍ତୁତି

author img

By

Published : Jun 16, 2022, 4:50 PM IST

ଶାନ୍ତି ଶୃଙ୍ଖଳାରେ ସ୍ନାନ ଯାତ୍ରା ଶେଷ ହେବାପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହାକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ଘୋଷଯାତ୍ରା ପାଇଁ ପ୍ରସ୍ତୁତି, ପୋଲିସ ପ୍ରଶାସନର ସମୀକ୍ଷା ବୈଠକ

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷହେବା ପରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ ପ୍ରଶାସନ । ଆଇନଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଘୋଷଯାତ୍ରା ପାଇଁ ଏସପିଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ଆଲୋଚନା ହୋଇଛି ।

ବଡଦାଣ୍ଡର ୨୨ଟି ସ୍ଥାନକୁ ଚିହ୍ନଟ କରାଯାଇ କଡା ସୁରକ୍ଷା ଗ୍ରହଣ କରାଯିବ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଭକ୍ତଙ୍କ ଗହଣରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଭକ୍ତଙ୍କୁ ନେଇ ରଥଯାତ୍ରା ସୁପରିଚାଳନା କରିବା ଏବେ ବଡ ଚ୍ୟାଲେଞ୍ଜ ହୋଇଛି । ଏଥିପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଜୁଲାଇ ୧ ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ହେବ । ପୋଲିସ ପ୍ରଶାସନ ସବୁଦିଗକୁ ନେଇ ତର୍ଜମା କରୁଛି ।

ଆଜି ଏସପିଙ୍କ ସମ୍ମିଳନୀ କକ୍ଷରେ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ୩ଟି ଜୋନ୍‌ର IGଙ୍କ ସହ ବରିଷ୍ଠ ପୋଲିସ ପଦାଧିକାରୀମାନେ ଯୋଗଦେଇ ସମସ୍ତ ଦିଗ ଉପରେ ଆଲୋଚନା କରିଛନ୍ତି । ବିଶେଷ କରି ଶ୍ରୀମନ୍ଦିର ଭିତରେ ଓ ବାହାରେ, ଗୁଣ୍ଡିଚା ମନ୍ଦିର ଭିତର ଓ ବାହାର, ତିନି ରଥର ଇନର ଓ ଆଉଟଡୋର କର୍ଡନ, ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ସାହି ଓ ଗଳିକନ୍ଦି, ଜନଗହଳି ନିୟନ୍ତ୍ରଣ, ରଥଟଣା, ଭିଭିଆଇପିଙ୍କ ସୁରକ୍ଷା ଓ ଦର୍ଶନ ନେଇ ଆଲୋଚନା ହୋଇଛି।

ଏହି ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ପହଣ୍ଡି ସମୟରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, କେଉଁ କେଉଁ ସ୍ଥାନରେ କେତେ ପୋଲିସ ମୁତୟନ ରହିବେ, ଷ୍ଟ୍ରାଇକିଂ ଫୋର୍ସ ଓ ସେକ୍ଟର ସ୍ତରୀୟ ଅଧିକାରୀ ନିୟୋଜିତ ନେଇ ଆଲୋଚନା ହୋଇଛି । କେବଳ ଶ୍ରୀମନ୍ଦିର ଭିତରେ ୧୩ଟି ସେକ୍ଟରରେ ବିଭକ୍ତ କରାଯିବ । ଆଇନଶୃଙ୍ଖଳା ଏଡିଜି ନିଜେ ପୋଲିସ ସୁରକ୍ଷା ବ୍ୟବସ୍ଥା ଦାୟିତ୍ବରେ ରହିବେ ।

କେନ୍ଦ୍ରାଞ୍ଚଳ IG ନରସିଂହ ଭୋଳ ଶ୍ରୀମନ୍ଦିର ଭିତରେ, IG ହେଡ କ୍ବାଟର ଏସ୍. ଦେବଦତ୍ତ ସିଂ ଓ STF DIG ଜେ.ଏନ୍. ପଙ୍କଜ ରଥଟଣା ଓ କର୍ଡନ ପରିଚାଳନା ଦାୟିତ୍ଵରେ ରହିବେ । ସେମାନଙ୍କୁ ସହଯୋଗ କରିବା ପାଇଁ ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଏସପି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ନିୟୋଜିତ ରହିବେ । ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ପ୍ଲାନ ସହ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.