ପୁରୀ: ଶ୍ରୀମନ୍ଦିର ପକ୍ଷରୁ ଲାଗୁ ହେଲା ନୂଆ ଏସଓପି । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଏସଓପିକୁ ପରିବର୍ତ୍ତନ କରାଯାଇଛି । ନୂଆ ଏସଓପିରେ ଏଣିକି ରବିବାର ବନ୍ଦ ହେବ ଦର୍ଶନ । ସାତ ଦିନ ମହାପ୍ରଭୁଙ୍କ ସାନିଧ୍ୟ ପାଇପାରିବେ ଭକ୍ତ । ରାତି ସମୟରେ ମନ୍ଦିରକୁ ସାନିଟାଇଜ କରାଯିବ ।
ସେହିପରି ଭକ୍ତମାନେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ପଟେ ପ୍ରବେଶ କରି ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା ହୋଇଛି । ସକାଳ 6 ଟା ସମସ୍ତ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ ପରେ ସୁରୁଖୁରରେ ଦର୍ଶନ ଚାଲିଛି । ସେହିପରି ଆଜି ଠାରୁ ଆନନ୍ଦ ବଜାରରେ ଏଣିକି ଭକ୍ତ ବସି ମହାପ୍ରସାଦ ସେବନ କରିପାରିବେ । ଏଥିପାଇଁ ଭକ୍ତମାନେ ଆସି ଖୁସି ବ୍ୟକ୍ତ କରିଛନ୍ତି ।
ଅନ୍ୟପଟେ, ଶ୍ରୀମନ୍ଦିର ଭିତରେ ପାନ ଛେପ ପକାଇବା ଉପରେ 1000 ଟଙ୍କା ଜରିମାନା କରାଯିବ । ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ମୁକ୍ତ କରାଯିବ । ପଲିଥିନ ବ୍ୟବହାର କଲେ 100 ଟଙ୍କା ଜୋରିମାନା ହେବ । ଏହି ନିୟମକୁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ସ୍ବାଗତ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ