ETV Bharat / city

ଲଗାଣ ବର୍ଷାରେ ବେହାଲ ପୁରୀ

ଲଘୁଚାପ ପ୍ରଭାବରେ ପୁରୀରେ ଲଗାଣ ବର୍ଷା ଜାରି ରହିଛି । ପୁଣି ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସହରରେ ଏହି ବର୍ଷା ଲାଗି ରହିଛି ।

author img

By

Published : Sep 28, 2019, 2:25 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଲଘୁଚାପ ପ୍ରଭାବରେ ପୁରୀରେ ଲଗାଣ ବର୍ଷା ଜାରି ରହିଛି । ପୁଣି ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସହରରେ ଏହି ବର୍ଷା ଲାଗି ରହିଛି । ଫଳରେ ଆଜି ମହାଳୟା ଶ୍ରାଦ୍ଧରେ ଶ୍ରୀମନ୍ଦିର ଆସିଥିବା ଶ୍ରଦ୍ଧାଳୁ ସାମାନ୍ୟ ଅସୁବିଧା ଭୋଗିଛନ୍ତି । ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ମାନେ ଯାତାୟତରେ ସମସ୍ୟା ଭୋଗିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୂର୍ବାହ୍ନରୁ ବର୍ଷା ଲାଗି ରହିଛି । ତେବେ ଲଗାଣ ବର୍ଷା ଆଶଙ୍କାକୁ ନେଇ ପୁରୀ ବାସିନ୍ଦା ଚିନ୍ତିତ ହୋଇ ପଡିଛନ୍ତି । ପୂର୍ଵ ଲଘୁଚାପ ପ୍ରଭାବରେ ମୂଷଳ ଧାରାରେ ବର୍ଷା ହୋଇଥିଲା । ଫଳରେ ପୁରୀରେ ଯାତାୟତ ଠପ୍ ହୋଇ ପଡ଼ିଥିଲା । ସ୍କୁଲ ଗୁଡିକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଥିଲେ ।

ତଳିଆ ଅଞ୍ଚଳରେ ଥିବା ଲୋକେ ନାହିଁ ନଥିବା ସମସ୍ୟା ଭୋଗିଥିଲେ । ତେବେ ପୁଣି ଲଘୁଚାପ ପ୍ରଭାବରେ ବର୍ଷା ପୁରୀ ସହରବାସୀଙ୍କୁ ଚିନ୍ତାରେ ପକାଇଛି । ଅନ୍ୟପଟେ ଜଳବନ୍ଦୀ ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ମୋଟର ପମ୍ପ ସମେତ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି । ବର୍ଷାକୁ ନେଇ ଭୟଭୀତ ହେବାର କୌଣସି କାରଣ ନଥିବା ପୁରୀ ପୌରପାଳିକା ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଲଘୁଚାପ ପ୍ରଭାବରେ ପୁରୀ ରେ ଲଗାଣ ବର୍ଷା Body:ପୁଣି ବଙ୍ଗୋପ ସାଗର ରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପୁରୀ ବର୍ଷା ଲାଗି ରହିଛି। ଫଳରେ ଆଜି ମହାଲୟା ଶ୍ରାଧ ରେ ଶ୍ରୀମନ୍ଦିର ଆସିଥିବା ଶ୍ରଦ୍ଧାଳୁ ଅସୁବିଧା ସାମାନ୍ୟ ଭୋଗିଛନ୍ତି। ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ମାନେ ଯାତାୟାତ ରେ ସମସ୍ୟା ଭୋଗିଛନ୍ତି।ଦିନ 11 ଟା ରୁ ବର୍ଷା ଲାଗି ରହିଛି। ତେବେ ଲଗାଣ ବର୍ଷା ଅସଙ୍କା କୁ ପୁରୀ ବାସିନ୍ଦା ଚିନ୍ତିତ ହୋଇ ପଡିଛନ୍ତି। ପୂର୍ଵ ଲଘୁଚାପ ଚପରେ ମୁଷଳ ଧାରାରେ ବର୍ଷା ପୁରୀ ରେ ହୋଇ ଥିଲା। ଫଳରେ ପୁରୀ ରେ ଯାତାୟାତ ଠପ ହୋଇ ପଡ଼ିଥିଲା। ସ୍କୁଲ ଗୁଡିକୁ ଜିଲାପାଳ ଛୁଟି ଘୋଷଣା କରିଥିଲେ। ତଳିଆ ଅଞ୍ଚଳରେ ଥିବା ଲୋକେ ନାହିଁ ନ ଥିବା ଅବସ୍ଥାରେ 3 ରୁ 4 ଦିନ ତଳେ ଭୋଗି ଥିଲେ। ପୁଣି ଲଘୁଚାପ ପ୍ରଭାବରେ ବର୍ଷା ପୁରୀ ସହର ବାସୀ ଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପଟେ ଜଳବନ୍ଦୀ ପରିସ୍ଥିତି କୁ ନଜର ରେ ରଖି ପ୍ରଶାସନ ଆବଶ୍ୟକ ମୋଟର ପମ୍ପ ସମେତ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି। ବର୍ଷା କୁ ନେଇ ଭୟଭୀତ ହେବାର କୌଣସି କାରଣ ନ ଥିବା ପୁରୀ ପୌର ପାଳିକା ପକ୍ଷରୁ କୁହାଯାଇଛି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.