ETV Bharat / city

ଶିଶୁ କନ୍ୟା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

author img

By

Published : Jan 25, 2022, 4:27 PM IST

ପୁରୀରେ ୫ ବର୍ଷୀୟା ନାବିଳାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ । ଘଟଣାକୁ ୩ ଦିନ ବିତି ଯାଇଥିଲେ ପୋଲିସର ହାତ ଖାଲିକୁ ନେଇ ଗର୍ଜିଲା ମୋର୍ଚ୍ଚା । ଅଧିକ ପଢନ୍ତୁ

ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତର ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ପୁରୀ: ୫ ବର୍ଷୀୟା ନାବିଳାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ପୁରୀ ବିଜେପିର ଜୋରଦାର ବିକ୍ଷୋଭ । ଘଟଣାକୁ ୩ ଦିନ ବିତିଯାଇ ଥିବାବେଳେ ପୁରୀ ପୋଲିସ ମୁଖ୍ୟ ଅଭିଯୁକ୍ତର ଟେର ପାଉନାହିଁ । ଏହାର ପ୍ରତିବାଦରେ ପୁରୀ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଆଜି(ମଙ୍ଗଳବାର) ଏସପିଙ୍କ କାର୍ଯ୍ୟଳୟ ଘେରାଉ କରାଯାଇଛି ।

ପୋଲିସର ଅବହେଳା ଏବଂ ଦାୟିତ୍ବବୋଧତାକୁ ପୁରୀ ଜିଲ୍ଲା ମହିଳା ମୋର୍ଚ୍ଚା କଡା ସମାଲୋଚନା କରିବା ସହ ସଠିକ ପଦକ୍ଷେପ ନ ନେଲେ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି । ସୂଚନା ଅନୁଯାୟୀ, ଗତ ରବିବାର ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ମହେଶ ମହାନ୍ତି 5 ବର୍ଷର ନାବାଳିକା ଦୁଷ୍କର୍ମ କରିଥିଲା । ଘଟଣା ଜଣାପଡିବା ପରେ କେଉଁଆଡେ ଫେରାର ହୋଇଯାଇଛି । ପୀଡିତା ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ କଟକ SCB ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ପୁରୀରେ ଲଜ୍ଜା: ଗେହ୍ଲା କରିବା ଆଳରେ ୫ ବର୍ଷୀୟା ଶିଶୁକୁ ଦୁଷ୍କର୍ମ !

ସେପଟେ ଅଭିଯୁକ୍ତକୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଗଠନ ହୋଇଛି ୪ ଟି ଟିମ । ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁରୀ ଅତିତିକ୍ତ ଏସପି କହିଛନ୍ତି । ଅନ୍ୟପଟେ ଜଣେ ଛୋଟ ପିଲା ସହିତ ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇ ଥିବାବେଳେ ପୁରୀ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଥିବାରୁ ପୋଲିସ କାର୍ଯ୍ୟଧାରାକୁ ନେଇ ବିଭିନ୍ନ ମହଲରେ କଡା ସମାଲୋଚନା କରାଯାଇଛ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.