ETV Bharat / city

ଶ୍ରୀକ୍ଷେତ୍ରର ସଚ୍ଚୋଟ ଅଟୋଚାଳକ, ପର୍ଯ୍ୟଟକଙ୍କୁ ଫେରାଇଦେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା - ଅଟୋ ଡ୍ରାଇଭର ଫେରାଇଲେ ସୁନା ଗହଣା

ସ୍ବାଭିମାନ ଆଗରେ ସୁନା ଓ ରୂପା ଗହଣା(Jewellery) ତୁଚ୍ଛ ବୋଲି ପରିଚୟ ଦେଇଛନ୍ତି ପର୍ଯ୍ୟଟନ ସହର ଶୀକ୍ଷେତ୍ର ପୁରୀର ଜଣେ ଅଟୋ ଚାଳକ, ଯାହାଙ୍କ ନାମ ଶ୍ରବଣ କୁମାର ପ୍ରଧାନ । ଅଧିକ ପଢନ୍ତୁ

auto rickshaw driver of puri Returns Bag Containing Jewellery To Family
ଶ୍ରୀକ୍ଷେତ୍ରର ସଚ୍ଚୋଟ ଅଟୋଚାଳକ, ପର୍ଯ୍ୟଟକଙ୍କୁ ଫେରାଇଦେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା
author img

By

Published : Dec 2, 2021, 7:44 PM IST

Updated : Dec 2, 2021, 9:32 PM IST

ପୁରୀ: ସମାଜରୁ ମଣିଷପଣିଆ ହଜିଯାଉଥିବାବେଳେ ଆଜି ବି ବଞ୍ଚିଛି ସଚ୍ଚୋଟତା ଓ ସାଧୁତା । ଲୋଭ, ମୋହ, ମାୟା ଠାରୁ ଉର୍ଦ୍ଧ୍ବରେ ଅଛନ୍ତି ଅନେକ ମଣିଷ । ସ୍ବାଭିମାନ ଆଗରେ ସୁନା ଓ ରୂପା ଗହଣା ତୁଚ୍ଛ ବୋଲି ପରିଚୟ ଦେଇଛନ୍ତି ପର୍ଯ୍ୟଟନ ସହର ଶୀକ୍ଷେତ୍ର ପୁରୀର ଜଣେ ଅଟୋ ଚାଳକ(Auto rickshaw driver), ଯାହାଙ୍କ ନାମ ଶ୍ରବଣ କୁମାର ପ୍ରଧାନ ।

ଶ୍ରୀକ୍ଷେତ୍ରର ସଚ୍ଚୋଟ ଅଟୋଚାଳକ, ପର୍ଯ୍ୟଟକଙ୍କୁ ଫେରାଇଦେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ପୁରୀକୁ ଆସିଥିବା ପର୍ଯ୍ୟଟକଙ୍କୁ ଆତିଥ୍ୟତାର ସ୍ବତନ୍ତ୍ର ପରିଚୟ ଦେଇ ତାଙ୍କର ସୁନାହାର ଓ ଅନେକ ସୁନା ଗହଣାକୁ ଫେରାଇ ଦେବା ସହ ସେ ସାଉଁଟିଛନ୍ତି ସେହ୍ନ, ଶ୍ରଦ୍ଧା ଓ ସମ୍ମାନ ।

ଶ୍ରବଣ ଗତ ମଙ୍ଗଳବାର ଚକ୍ରତୀର୍ଥ ରୋଡ୍‌ ସାଗର ତରଙ୍ଗ ହୋଟେଲ ଆଗରୁ ଏକ ବିବାହ ଏନଗେଜମେଣ୍ଟ ବା ନିର୍ବନ୍ଧ ପାଇଁ ଆସିଥିବା ବାଲେଶ୍ବର ପ୍ରମୋଦ କୁମାର ସିଂ ସାମନ୍ତଙ୍କ ବୋହୂ ଓ ପରିବାର ଲୋକଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ସମ୍ମୁଖରେ ଛାଡିଥିଲେ । ତରବର ହୋଇ ସେମାନେ ଅଟୋରୁ ଓହ୍ଲାଇ ନିର୍ବନ୍ଧରେ ଯୋଗଦାନ କରିବାକୁ ଚାଲି ଯାଇଥିଲେ । ତେବେ ଯେତେବେଳେ ବ୍ୟାଗ ଖୋଜନ୍ତି ସେଥିରେ ସୁନା ଗହଣା ନଥିବା ତାଙ୍କ ଶାଶୂଙ୍କୁ କହିବା ପରେ ଖୋଜା ପଡିଥିଲା । ଏପରିକି ଅନେକ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସୁନା ଗହଣା ମିଳିନଥିଲା । ପରେ ହୋଟେଲକୁ ଯାଇ ଆଖ ପାଖରେ ପଚାରିବା ପରେ ଜାଣିବାକୁ ପାଇଥିଲେ ଯେ ଜଣେ ଅଟୋଚାଳକ ସେହି ସୁନା ପାଇଥିବା ବେଳେ ଗହଣାସବୁକୁ ସେ ସମୁଦ୍ର କୂଳ ଥାନାରେ ଜିମା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Covid Pandemic; କୋରୋନାରୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ରରେ ଜଳିବ ଲକ୍ଷେ ଦୀପ

ଥାନାକୁ ଯାଇ ପ୍ରମୋଦ ସମସ୍ତ ସୁନା ଆଣିବା ପରେ ଅଟୋ ଚାଳକ ଶ୍ରବଣଙ୍କୁ ସ୍ନେହରେ କୁଣ୍ଢାଇ ପକାଇବା ସହ ତାଙ୍କ ସାଧୁତା ପାଇଁ ଧନ୍ୟବାଦ ଦେଇଥିଲେ। ତେବେ ଶ୍ରବଣ କୁମାରଙ୍କ ଭଳି ସମସ୍ତେ ଯଦି ଏଭଳି ସାଧୁତାର ପରିଚୟ ଦେବେ ତେବେ ଅତିଥିଙ୍କ ସହର ତଥା ପର୍ଯ୍ୟଟନ ସହରରୁ ଏକ ବାର୍ତ୍ତା ସାରା ବିଶ୍ବକୁ ଯାଇପାରିବ ନିଶ୍ଚିତ । ଅନ୍ୟପଟେ ଶ୍ରବଣ କହିଛନ୍ତି ମହାପ୍ରଭୁଙ୍କ କୃପାରୁ ଅଟୋ ଚଳାଇ ରୋଜଗାର କରୁଛନ୍ତି । ଏଥିରେ ସେ ଖୁସି । ତାଙ୍କର ଅନ୍ୟ କିଛି ଦରକାର ନାହିଁ ।

ଶ୍ରବଣଙ୍କ ଏଭଳି ମହତ ଓ ସଚ୍ଚୋଟ କାର୍ଯ୍ୟ ପାଇଁ ତାଙ୍କ ଅଟୋ ଷ୍ଟାଣ୍ଡ୍‌ର ଅନ୍ୟ ସହକର୍ମୀ ମାନେ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି । ଅନ୍ୟପଟେ ଏହି ଘଟଣା ପ୍ରମାଣିତ କରିଛି ପୁରୀ ବାସୀ 'ଅତିଥି ଦେବୋ ଭବ' କୁ ବେଶ୍‌ ଭଲ ଭାବେ ବୁଝିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 2, 2021, 9:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.