ETV Bharat / city

ଗୁଣ୍ଡିଚା ମନ୍ଦିରରେ 2 ନକଲି ସେବାୟତ ଅଟକ - ରଥ ଯାତ୍ରା଼

ଚଳିତ ବର୍ଷ ମହାମାରୀ ପାଇଁ ଭକ୍ତ ଶୂନ୍ୟରେ ରଥଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ଗୁଣ୍ଡିଚା ମନ୍ଦିରକୁ 2 ଜଣ ଭକ୍ତ ନକଲି ସେବାୟତ ବେଶରେ ପ୍ରବେଶ କରିଥିଲେ । ଅଧିକ ପଢନ୍ତୁ...

ଗୁଣ୍ଡିଚା ମନ୍ଦିରରେ 2 ନକଲି ସେବାୟତ ଅଟକ
ଗୁଣ୍ଡିଚା ମନ୍ଦିରରେ 2 ନକଲି ସେବାୟତ ଅଟକ
author img

By

Published : Jun 26, 2020, 11:48 AM IST

ପୁରୀ: ଗୁଣ୍ଡିଚା ମନ୍ଦିର ଭିତରେ ନକଲି ସେବାୟତ । ଦୁଇ ଜଣ ସାଧାରଣ ବ୍ୟକ୍ତି ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ । ଘଟଣା ବିଷୟରେ ଜଣାପଡିବା ପରେ ଉଭୟଙ୍କୁ ଅଟକ ରଖି ପୋଲିସ ପଚାରଉଚାର କରୁଛି ।

ଆଜି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଉଥିଲା । ଏହି ସମୟରେ ସେବାୟତମାନେ ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ସନ୍ଦେହ କରିଥିଲେ । ସେବାୟତମାନେ ବିରୋଧ କରିବା ପରେ ଦୁଇ ଭକ୍ତକୁ ଅଟକ ରଖିଛି ପୋଲିସ । ଦୁଇ ଅଣସେବାୟତ ହେଉଛନ୍ତି ପୁରୀ କୁମ୍ଭାରପଡାର ଅଭିଜିତ ମହାନ୍ତି ଓ ଅନ୍ୟ ଜଣେ ମାର୍କେଣ୍ଡେଶ୍ବର ସାହିର ସ୍ମୃତି ରଞ୍ଜନ ମହାନ୍ତି ବୋଲି ଜଣାପଡିଛି । ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ କୁମ୍ଭାରପଡା ପୋଲିସର ଜିମା ଦେବା ପରେ ଘଟଣାର ତଦନ୍ତ କରୁଛି କୁମ୍ଭାରପଡା ପୋଲିସ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମହାମାରୀ କୋରୋନା ପାଇଁ ପୁରୀକୁ ଭକ୍ତ ଶୂନ୍ୟ ରଖାଯାଇଛି । କେବଳ ସେବାୟତଙ୍କ ଦ୍ବାରା ରଥଯାତ୍ରା ତଥା ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା ଅନୁଷ୍ଠିତ କରାଯିବା ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.