ETV Bharat / city

ରଥଯାତ୍ରା ପାଇଁ ଆରମ୍ଭ ହେଲା କାଠ ଚିରଟ ପ୍ରକ୍ରିୟା

author img

By

Published : Apr 10, 2022, 9:54 PM IST

Updated : Apr 11, 2022, 9:20 PM IST

ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି । ରଥ ନିର୍ମାଣ ପାଇଁ ରବିବାର ଖପୁରିଆ ଠାରେ ଥିବା ସରକାରୀ କରତ କଳରେ କାଠଚିରା କାମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ରଥଯାତ୍ରା ପାଇଁ ଆରମ୍ଭ ହେଲା କାଠ ଚିରଟ ପ୍ରକ୍ରିୟା
ରଥଯାତ୍ରା ପାଇଁ ଆରମ୍ଭ ହେଲା କାଠ ଚିରଟ ପ୍ରକ୍ରିୟା

କଟକ: ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି । ରଥ ନିର୍ମାଣ ପାଇଁ ରବିବାର ଖପୁରିଆ ଠାରେ ଥିବା ସରକାରୀ କରତ କଳରେ କାଠଚିରା କାମ ଆରମ୍ଭ ହୋଇଛି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥ ନିର୍ମାଣ ପାଇଁ ପ୍ରାୟ ୭୯୬ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଏଠି ପହଞ୍ଚିଛି ୪୨୨ ଖଣ୍ଡ କାଠ । ଯେଉଁଥିରେ ଫାଶି, ଶିମିଳି, ଅଶନ, ଧଉରା, ରାଇ, ମଇ ଭଳି କାଠ ସାମିଲ ରହିଛି । ଏହିସମସ୍ତ କାଠ ନୟାଗଡ ବନଖଣ୍ଡ ସମେତ ଅନ୍ୟାନ୍ୟ ବନଖଣ୍ଡରୁ ଆସିଛି ।

ପ୍ରତ୍ୟେକ ଦିନ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ କରତ କଳରେ କାଠଚିରା କାର୍ଯ୍ୟ ଚାଲିବ ଏବଂ ଏଥିପାଇଁ ନିୟୋଜିତ ରହିବେ ପ୍ରାୟ ୩୦ ଜଣ କର୍ମଚାରୀ । ଆବଶ୍ୟକ ପଡିଲେ ଅଧିକ ସମୟ ଦେଇ କାମକୁ ଠିକ୍‌ ସମୟରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ବନଖଣ୍ଡ ଅଧିକାରୀ । ଗତବର୍ଷର ବଳକା କାଠ ମଧ୍ୟ ଚିରଟ କରାଯିବ ଏଠାରେ । ତେବେ କାଠ ଅନୁକୂଳ ସମୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମହାପ୍ରଭୁଙ୍କ ଏହି କାଠ ଚିରଟକୁ ଦେଖି ଭାବବିହ୍ଵଳ ହୋଇଥିଲେ ଶ୍ରଦ୍ଧାଳୁ ।

ଦିନ ଗୋଟାଏ ବେଳେ ପୁରୀ ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ମହାରଣା ଖପୁରିଆ କରତକଳରେ ପହଞ୍ଚିଥିଲେ । ଆଜ୍ଞାମାଳ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ସଂକୀର୍ତ୍ତନ । ଝାଞ୍ଜ, ମୃଦଙ୍ଗର ତାଳେ ତାଳେ ଶ୍ରୀମନ୍ଦିରର ଦୁଇ ମୁଖ୍ୟ ମହାରଣା ଆଜ୍ଞାମାଳ ନେଇ କାଠ ଚିରଟ ସ୍ଥାନରେ ପହଞ୍ଚିବା ପରେ ଯଥାବିଧି ଅନୁସାରେ କରାଯାଇଥିଲା ପୂଜାର୍ଚ୍ଚନା । ଆଉ ତା’ ପରେ ଆରମ୍ଭ ହୋଇଥିଲା କାଠ ଚିରଟ କାମ । ରଥର ଚକ, ଅଖ, ପହି, ଅର ଆଦି ନିର୍ମାଣ ପାଇଁ ଏହି କାଠ ସବୁ ଲାଗିବ । ତେବେ ସେସବୁକୁ ପର୍ଯ୍ୟାୟକ୍ରମେ ଠିକ୍‌ ସମୟରେ ଗାଡିରେ ବୋହି ନେଇ ଆବଶ୍ୟକତା ଅନୁସାରେ ପୁରୀକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ।

ଜୁଲାଇ ୧ ତାରିଖରେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ ପାଇଁ କାଠ ଚିରଟ କାମ । ତେବେ ଅକ୍ଷୟ ତୃତୀୟାଠାରୁ ପୁରୀରେ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ନିର୍ମାଣ କାମ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 11, 2022, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.