ETV Bharat / city

ରାଜ୍ୟରେ ବଢୁଛି ସାପ କାମୁଡା ଜନିତ ମୃତ୍ୟୁ

author img

By

Published : Dec 8, 2019, 8:32 PM IST

ରାଜ୍ୟରେ ବଢୁଛି ସାପ କାମୁଡା ଜନିତ ମୃତ୍ୟୁ । ବିଳମ୍ବ ଚିକିତ୍ସା, ଗୁଣି ଗାରେଡି ଉପରେ ବିଶ୍ବାସ ଓ ମନ୍ଦିରରେ ଚିକିତ୍ସା ଇତ୍ୟାଦି କାରଣ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହେଉଛି। ଅଧିକ ଖବର ପଢନ୍ତୁ...

snake bite death increase in odisha
ରାଜ୍ୟରେ ବଢୁଛି ସାପ କାମୁଡା ଜନିତ ମୃତ୍ୟୁ,ଚିକିତ୍ସା ଅବହେଳା ମୁଖ୍ୟ କାରଣ

କଟକ:ଦିନକୁ ଦିନ ରାଜ୍ୟରେ ବଢୁଛି ସାପ କାମୁଡା ଜନିତ ମୃତ୍ୟୁ। ବିଳମ୍ବ ଚିକିତ୍ସା, ଗୁଣି ଗାରେଡି ଉପରେ ବିଶ୍ବାସ ଓ ମନ୍ଦିରରେ ଚିକିତ୍ସା ଇତ୍ୟାଦି କାରଣ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥାଏ। ତେବେ ଏହି ସାପ କାମୁଡା ଜନିତ ମୃତ୍ୟକୁ କିପରି ରୋକାଯିବ ସେନେଇ ଆଜି ଏସସିବି ମେଡିକାଲରେ ଏକ ବୈଠକର ବାର୍ତ୍ତା ପ୍ରଦାନ କରାଯାଇଛି। ବିଶେଷକରି ଗାଁ ଗହଳି ମାନଙ୍କରେ ଏହି ସାପ କାମୁଡା ଜନିତ ମୃତ୍ୟୁ ବଢିବାରେ ଲାଗିଛି। ଯାହାର ମୁଖ୍ୟ କାରଣ ହେଉଛି ବିଳମ୍ବରେ ମେଡିକାଲରେ ପହଞ୍ଚିବା । ଯଦି ସମୟ ଥାଇ ରୋଗୀ ମେଡିକାଲରେ ଭର୍ତ୍ତି ହେବ ତେବେ ସେ ନିଶ୍ଚିତ ଆରୋଗ୍ୟ ହେବ।

ରାଜ୍ୟରେ ବଢୁଛି ସାପ କାମୁଡା ଜନିତ ମୃତ୍ୟୁ,ଚିକିତ୍ସା ଅବହେଳା ମୁଖ୍ୟ କାରଣ

ବିଶେଷକରି ବର୍ଷା ଦିନରେ ସାପ କାମୁଡା ମୃତ୍ୟ ଅଧିକ ପରିଲକ୍ଷିତ ହୋଇଥାଏ । କାରଣ ସେହି ସମୟରେ ସାପ ମାନଙ୍କର ରହିବା ସ୍ଥାନରେ ପାଣି ରହିଥିବାରୁ ବିଷଧର ସାପ ମାନେ ଶୁଖିଲା ସ୍ଥାନ ମାନଙ୍କରେ ଚଳପ୍ରଚଳ କରନ୍ତି । ଯାହାଦ୍ବାରା ସାଧାରଣ ଲୋକ ମାନେ ସର୍ପ ଦଂଶନର ଶିକାର ହୁଅନ୍ତି।

ଏହାସହ କିଛି ସାପର ବିଷ ନଥାଏ ଯେପରି ଢମଣା ,ଧଣ୍ଡ ଇତ୍ୟାଦି। ଏମାନେ ଖାଦ୍ୟ ଅନ୍ବେଷଣରେ ଆସିବା ସହ ସାପ ପାଟିରେ ବ୍ୟାକ୍ଟେରିଆ ରହିଥାଏ। ଯଦି ଏହି ସାପ ମଣିଷକୁ କାମୁଡ଼େ ତେବେ ମଣିଷ ଦେହରେ ମଧ୍ୟ ବିଷ ଚଢିଥାଏ । ତେବେ ଯଦି କୌଣସି ବିଷଧର ସାପ କାମୁଡୁଛି ତେବେ ସଙ୍ଗେସଙ୍ଗେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହେବା ଆବଶ୍ୟକ। କୌଣସି ଗୁଣି ଗାରେଡି କିମ୍ବା ଝଡା ଫୁଙ୍କାରେ ବିଶ୍ବାସ କରିବା ଉଚିତ ନୁହେଁ ।

କଟକରୁ ପ୍ରଭୂ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ରାଜ୍ୟରେ ବଢୁଛି ସାପ କାମୁଡା ଜନିତ ମୃତ୍ୟୁ । ବିଳମ୍ବ ରେ ଚକିତ୍ସା ଯୋଗୁଁ ଏହି ମୃତ୍ୟ ଦୃଶ୍ୟମାନ ହେଇଚି । ବିଶେଷକରି ଗାଁ ଗହଳି ରେ ଏହି ଏହି ମୃତ୍ୟ ବିଶେଷ କରି ପରିଲଖିତ ହେଇଚି । କାରଣ ମେଡିକାଲ ଆସିବା ରେ ବିଳମ୍ବ ଯୋଗୁଁ ରୋଗୀ ର ମୃତ୍ୟ ହେଉଛି । ଯଦି ସମୟ ଥାଇ ରୋଗୀ ମେଡିକାଲ ରେ ଭର୍ତି ହେବ ତେବେ ସେ ନିଶ୍ଚିତ ଆରୋଗ୍ୟ ହେବ ।

ବିଶେଷକରି ବର୍ଷା ଦିନରେ ସାପ କାମୁଡା ମୃତ୍ୟ ପରିଲକ୍ଷିତ ହୋଇଥାଏ । କାରଣ ସେହି ସମୟରେ ସାପ ମାନଙ୍କ ର ରହିବା ସ୍ଥାନ ରେ ପାଣି ରହଥିବାରୁ ବିଷଧର ସାପ ମାନେ ବିଶେଷକରି ଶୁଖିଲା ସ୍ଥାନ ମାନଙ୍କରେ ଚଳ ପ୍ରଚଳ କରନ୍ତି । ଯାହାଦ୍ୱାରା ସାଧାରଣ ଲୋକ ମାନେ ସାପ ଙ୍କ ଦ୍ଵାରା ଶିକାର ହୁଅନ୍ତି ।

ଏହାସହିତ ଯେଉଁ ସାପ ର ବିସ ନାହିଁ , ଯେପରି ଢମଣା ,ଧଣ୍ଡ ଇତ୍ୟାଦି ଯେଉଁ ଖାଦ୍ୟ ମୂଷା , ବିଭିନ କୀଟ ପତଙ୍ଗ ଖାଉଛନ୍ତି ତାହା ଦ୍ୱରା ସାପ ପାଟି ରେ ବ୍ୟାକ୍ଟେରିଆ ରହିଥାଏ । ଯଦି ଏହି ସାପ ମଣିଷ କୁ କାମୁଡ଼େ ତେବେ ମଣିଷ ଦେହ ରେ ମଧ୍ୟ ବିଷ ଚଢିଥାଏ ।

ତେବେ ଯଦି କୌଣସି ବିଷଧର ସାପ କାମୁଡୁଛି ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲ ରେ ଭର୍ତି ହେବା ଆବଶ୍ୟକ ।କୌଣସି ଗୁଣି ଗାରେଡି କିମ୍ବା ଝଡା ଫୁଙ୍କା ରେ ବିଶ୍ୱାସ କରିବା ଉଚିତ ନୁହେଁ । ତେବେ ଏନେଇ ଆଜି ଏସିବି ମେଡିକାଲ ରେ ବସିଥିବା ସାପ କାମୁଡା ଜନିତ ମୃତ୍ୟ କୁ ରୋକାଯିବା ବୈଠକ ରେ ଏପରି ବାର୍ତା ପ୍ରଦାନ କରିଛି ଏସିବି ।

Body:ବାଇଟ: ଗୀତାସାହୁ (ପ୍ରଫେସର ଏଫଏମଟି ବିଭାଗ ଏସିବି ମେଡିକାଲ )

ବାଇଟ: ଶୁଭେନ୍ଦୁ ମଲିକ (ସର୍ପ ବିଶାରଦ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.