ETV Bharat / city

କାଠଯୋଡୀ ଓ ମହାନଦୀରେ ମିଶୁଛି ନର୍ଦ୍ଦମା ପାଣି, ସବୁ ଜାଣି ପ୍ରଶାସନ ଚୁପ୍ !

author img

By

Published : Dec 19, 2020, 5:45 PM IST

ପ୍ରଦୂଷିତ ହେଉଛି କଟକର ଉଭୟ ପାର୍ଶ୍ଵରେ ଥିବା କାଠଯୋଡି ଓ ମହାନଦୀ । ଜଳ ବିଶୋଧନାଗାର ପ୍ଲାଣ୍ଟ ମାଧ୍ୟମରେ ଏହାର ସମାଧାନ କରାଯିବାର ନିଷ୍ପତ୍ତି ନିଆଯାଇଥିଲାବେଳେ ଏହି ପ୍ରକ୍ରିୟାରେ ବିଳମ୍ବ ହେଉଛି । ଫଳରେ ପ୍ରତ୍ୟକ ଦିନ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ତେବେ କେବେ ଶେଷ ହେବ ଏହି ପ୍ରକଳ୍ପ, ଆଉ କେବେ ପ୍ରଦୂଷଣରୁ ମୁକ୍ତ ହେବ ଉଭୟ ନଦୀ । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

ସିଲଭର ସିଟିର ସତ
ସିଲଭର ସିଟିର ସତ

କଟକ: ପ୍ରଦୂଷିତ ହେଉଛି ପୁରାତନ ସହରର ଦୁଇଟି ପ୍ରମୁଖ ନଦୀ । ସିଲଭର ସିଟି କଟକ କଡରେ ବହିଯାଉଥିବା ମହାନଦୀ ଓ କାଠଯୋଡିରେ ମିଶୁଛି ସହରର ତରଳ ବର୍ଜ୍ୟବସ୍ତୁ । ଯାହାକୁ ସଠିକ୍‌ ଭାବେ ବିଶୋଧନ କରାନଯାଇ ସିଧାସଳଖ ନଦୀ ଗର୍ଭକୁ ଛାଡି ଦିଆଯାଉଛି ।

କାଠଯୋଡୀ ଓ ମହାନଦୀରେ ମିଶୁଛି ନର୍ଦ୍ଦମା ପାଣି, ସବୁ ଜାଣି ପ୍ରଶାସନ ଚୁପ୍ !

ଫଳରେ ଉଭୟ ନଦୀର ଚଳନ୍ତା ପାଣି ବି ଏବେ କଳାକିଚିମିଚି ଦିଶୁଛି । ନଦୀ ପ୍ରଦୂଷିତ ହେଉଥିବାରୁ ତଳିଆ ଅଞ୍ଚଳ ଲୋକେ, ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହ ନାନା ରୋଗରେ ପଡୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସହରରେ ଜଳ ବିଶୋଧନାଗାର ପ୍ଲାଣ୍ଟର ଯୋଜନା କରାଯାଇଥିଲା । ଦୀର୍ଘ ବର୍ଷ ଧରି ଦୁଇଟି ପ୍ରକଳ୍ପର କାମ ମଧ୍ୟ ଚାଲିଥିଲା । ହେଲେ ଏବେ ସିଡିଏ ଅଞ୍ଚଳରେ ହୋଇଥିବା ପ୍ଲାଣ୍ଟର କାମ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଥିବାବେଳେ ଅନ୍ୟଟିର କାମ ଶେଷ ହୋଇନାହିଁ ।

ସିଡିଏରେ ହୋଇଥିବା ପ୍ଲାଣ୍ଟରେ ଦୈନିକ 36 ନିୟୁତ ଲିଟର ବର୍ଜ୍ୟ ଜଳକୁ ବିଶୋଧନ କରିବାର କ୍ଷମତା ରହିଛି । ହେଲେ ଏଥିରେ 17ରୁ 18 ନିୟୁତ ଲିଟର ଜଳ ପ୍ରବାହିତ ହେଉଛି । ସେପଟେ ମତ୍ତଗଜପୁରରେ ଦୈନିକ 16 ମିଲିଅନ ଲିଟର ବର୍ଜ୍ୟଜଳକୁ ବିଶୋଧନ କରିବାକୁ ବ୍ୟବସ୍ଥା କରାଯାଇଥିଲେ ବି ଏହାର କାମ ଶେଷ ହୋଇନାହିଁ ।

ହେଲେ ଏହାର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ଗୋଟିଏ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କଟକ କମିଶନର କହିଛନ୍ତି। ଏହା କାର୍ଯ୍ୟକ୍ଷମ ହେଲେ ନଦୀଜଳ ପ୍ରଦୂଷିତ ହେବ ନାହିଁ । ଏହାସହ ସହରର ସମସ୍ତ ଡ୍ରେନରେ ଜାଲି ଲଗାଇ ନର୍ଦ୍ଦମା ଜଳକୁ ନଦୀକୁ ଛଡାଯାଇଥିବା କମିଶନର କହିଛନ୍ତି।

ତେବେ ପଦ୍ମ ଘୁଞ୍ଚିଘୁଞ୍ଚି ଗଲା ପରି ମତ୍ତଗଜପୁର ଜଳ ବିଶୋଧନାଗାର ପ୍ଲାଣ୍ଟର କାମ ହେଉଥିବାବେଳେ କେବେ ସରିବ କାମ ଓ କେବେ ପୁଣି ଚକ୍‌ଚକ୍‌ କରିବ ଦୁଇ ନଦୀର ଜଳ । ତାକୁ ହିଁ ଅପେକ୍ଷା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.