ETV Bharat / city

Covid Surge: 5ଦିନ ପାଇଁ ସଟଡାଉନ ହେଲା ହାଇକୋର୍ଟ - ହାଇକୋର୍ଟ ବନ୍ଦ ଅପଡେଟ

କୋଭିଡ ବିସ୍ଫୋରଣ ପାଇଁ ବନ୍ଦ ହେଲା ହାଇକୋର୍ଟ । କୋର୍ଟ ସମେତ କାର୍ଯ୍ୟାଳୟ ଆସନ୍ତାକାଲି ଠାରୁ ୧୭ ତାରିଖ ଯାଏ ସଟଡାଉନ । 18 ତାରିଖ ଠାରୁ ଫେବୃଆରୀ ୪ ତାରିଖ ଯାଏ କେବଳ ଗୁୁରୁତ୍ବପୂର୍ଣ୍ଣ ମାମଲାର ଭର୍ଚ୍ଚୁଆଲ ଶୁଣାଣି । ଅଧିକ ପଢନ୍ତୁ

ସଟଡାଉନ ହେଲା ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ

author img

By

Published : Jan 12, 2022, 9:37 PM IST

କଟକ: ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲି (ଜାନୁଆରୀ ୧୩) ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଥିବା ନେଇ ହାଇକୋର୍ଟ ରେଜିଷ୍ଟ୍ରରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ହାଇକୋର୍ଟରେ କାର୍ଯ୍ୟରତ ଅନେକ କର୍ମଚାରୀ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କୋର୍ଟ ଏବଂ ଏହାର କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ବେଳେ 18 ତାରିଖ ଠାରୁ କୋର୍ଟ କାର୍ଯ୍ୟ ପୁନଃ ସ୍ବାଭାବିକ ହେବ । ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଖଣ୍ଡପୀଠ ଗୁଡିକରେ ମାମଲା ଗୁଡିକର ଶୁଣାଣି ନେଇ ପ୍ରକାଶିତ ତାଲିକାକୁ ବାତିଲ କରାଯିବା ସହ ଏହି ମାମଲା ଗୁଡିକ ଫେବୃଆରୀ ୭ ତାରିଖରୁ ଶୁଣାଣି ପାଇଁ ତାଲିକାଭୁକ୍ତ ହେବ।

18 ତାରିଖରୁ କେବଳ ଦୁଇଟି ଡିଭିଜନ ବେଞ୍ଚ ଓ 7ଟି ସିଙ୍ଗଲ ବେଞ୍ଚରେ ମାମଲାର ଶୁଣାଣି ହେବାକୁ ଥିବା ବେଳେ ଫେବୃଆରି 4 ତାରିଖ ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ । ସେହିପରି ଜାନୁଆରୀ 18 ରୁ ଫେବୃଆରି 4 ମଧ୍ୟରେ ହେବାକୁ ଥବା ସମସ୍ତ ଶୁଣାଣି ବାତିଲ ହେବାକୁ ଥିବା ବେଳେ କେବଳ ଗୁରୁତ୍ବପୁର୍ଣ୍ଣ ମାମଲାର ଶୁଣାଣି ଭର୍ଚ୍ଚୁଆଲରେ ମୋଡରେ ହେବା ନେଇ ନିଷ୍ପତ୍ତି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.