ETV Bharat / city

ହାଇକୋର୍ଟଙ୍କ ନିର୍ଦ୍ଦେଶ, ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ବର୍ଷା - ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ବର୍ଷା

ବର୍ଷାଙ୍କୁ ଦିଲ୍ଲୀ ପୋଲିସ ନିକଟରେ ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ (Barsha priyadarshini to appear before Delhi police) । ବର୍ଷାଙ୍କ ନାଁ ରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀ ପୋଲିସ ନିକଟରେ ଏତଲା ହୋଇଛି । ଅଧିକ ପଢ଼ନ୍ତୁ

ହାଇକୋର୍ଟଙ୍କ ନିର୍ଦ୍ଦେଶ, ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ବର୍ଷା

author img

By

Published : Aug 17, 2022, 6:56 PM IST

କଟକ: ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Barsha priyadarshini to appear before Delhi police) । ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୧୫ ଦିନ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷାକୁ କୋର୍ଟ ବଳବତ୍ତର ରଖିଛନ୍ତି ।

ବର୍ଷାଙ୍କ ନାଁ ରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀ ପୋଲିସ ନିକଟରେ ଏତଲା ହୋଇଛି । ଅନୁଭବଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ ନେଇ ଅଭିଯୋଗ ହୋଇଛି । ବର୍ଷାଙ୍କୁ ଦିଲ୍ଲୀ ପୋଲିସ ଦୁଇଥର ନୋଟିସ୍‌ କରିଥିଲେ ବି ସେ ହାଜର ହୋଇନଥିଲେ । ଅନ୍ତରୀଣ ସୁରକ୍ଷା ପାଇଁ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡିଥିଲେ ବର୍ଷା । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ଜାରି ହୋଇଛି । ତେବେ ସବୁଠାରୁ ବଡ କଥା ହେଉଛି 2019 ଜୁଲାଇ 9 ତାରିଖର ମାମଲା 2022 ଜୁଲାଇରେ ପଞ୍ଜିକୃତ କରିଛି ଦିଲ୍ଲୀ ପୋଲିସ । ଏହାପରେ ବର୍ଷାଙ୍କ ପାଇଁ ଅଡୁଆ ବଢ଼ିଛି । ଗତ ମାସ 25 ତାରିଖରେ ଦିଲ୍ଲୀର ଏକ ଟିମ୍ କଟକ ଆସି ବର୍ଷାଙ୍କୁ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇନଥିଲେ । ପୁରୀ ଘାଟ ପୋଲିସ ମଧ୍ୟ ସହଯୋଗ କରିନଥିବା ଅଭିଯୋଗ ହୋଇଥିଲା । ପରେ ପୁରୀଘାଟ ଥାନାକୁ ବର୍ଷା ତାଙ୍କ ବଡ ଭଉଣୀଙ୍କ ସହ ଯାଇ ସମନ ଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.