ETV Bharat / city

ଜମି ଦଲାଲ ପ୍ରଶାନ୍ତ ଗିରଫ, ଜମି ଦେବା ବାହାନାରେ ଲୁଟୁଥିଲା ଟଙ୍କା

author img

By

Published : Jul 15, 2022, 9:12 AM IST

କଟକରେ ଜମି ଦେବା ବାହାନାରେ ଅଗ୍ରୀମ ଟଙ୍କା ରଖି ଗ୍ରାହକଙ୍କୁ ଲୁଟୁଥିବା ଜମି ଦଲାଲକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଜମି ଦଲାଲ ପ୍ରଶାନ୍ତ ଗିରଫ, ଜମି ଦେବା ବାହାନାରେ ଲୁଟୁଥିଲେ ଟଙ୍କା

କଟକ: ଜମି ଦଲାଲକୁ ବାନ୍ଧିଲା ପୋଲିସ । ଜମି ଦେବା ବାହାନାରେ ଅଗ୍ରୀମ ଟଙ୍କା ରଖି ଗ୍ରାହକଙ୍କୁ ଲୁଟୁଥିଲା ଏହି ଦଲାଲ । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ଗତକାଲି(ଗୁରବାର) ପ୍ରଶାନ୍ତକୁ ବାନ୍ଧିଛି ପୋଲିସ ।

ସୂଚନାଅନୁସାରେ, ଜଗତପୁର ଅଞ୍ଚଳର ଅଶେଷ କୁମାର ସେଠୀ 2018 ମସିହାରେ ସ୍ଥାନୀୟ ଅଞ୍ଚଳରେ ଏକ ଜାଗା କିଣିବା ପାଇଁ ପ୍ରଶାନ୍ତ ବେହେରା ନାମକ ବ୍ୟକ୍ତିଙ୍କ ସହ ଚୁକ୍ତି କରିଥିଲେ । ମୋଟ 78 ଲକ୍ଷ ଜମି ବାବଦ ଦର ସ୍ଥିର ହେବା ପରେ ପ୍ରଥମ ଫେଜରେ 50 ଲକ୍ଷ ଟଙ୍କା ଓ ଦ୍ବିତୀୟ ଫେଜରେ 28 ହଜାର ଟଙ୍କା ପୈଠ କରିଥିଲେ ଅଶେଷ । ହେଲେ ବର୍ଷ ବର୍ଷ ବିତିବା ପରେ ମଧ୍ୟ ଅଶେଷଙ୍କୁ ଜମି ତ ଦୂରର କଥା ଦେଖା ମଧ୍ୟ ଦେଇନଥିଲେ । ଏନେଇ ଅଶେଷ ସ୍ଥାନୀୟ ଜଗତପୁର ଥାନାରେ ଏତଲା ଦେବା ପରେ ଗୁରୁବାର ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ପୂର୍ବରୁ ପ୍ରଶାନ୍ତ ନାଁରେ ଜଗତପୁର ଥାନାରେ ଏକାଧିକ ମମାଲା ରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.