କଟକ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନାରୀ ନିର୍ଯାତନା । ଦିନ ଦ୍ବିପହରେ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ମହିଳା । ତେବେ ଏହି କ୍ରମରେ ବୁଧବାର କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ନାରେ ଗର୍ଜିଛି କଂଗ୍ରେସ ।
ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଶହ ଶହ କଂଗ୍ରେସ କର୍ମୀ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୁଷ୍କର୍ମ କିମ୍ବା ଅସଦାଚରଣ ଭଳି ଘଟଣାରେ ଜଡିତ ଥିବା ଏଭଳି ନରରୂପୀ ରାକ୍ଷସଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।
ଏପରିକି ନାବାଳିକା ମଧ୍ୟ ଏହାର ଶିକାର ହେଉଛନ୍ତି । କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇ ପଡି ଥିବାରୁ ଏପରି ଆମାନବୀୟ କାଣ୍ଡ ଘଟୁଥିବା ଅଭିଯୋଗ କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଏହା ବିରୋଧରେ ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ ବୋଲି ସ୍ପଷ୍ଟ କରିଛି କଂଗ୍ରେସ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ