ETV Bharat / city

ଗୋଟିଏ କ୍ଲିକରେ ମିଳିବ ଏୟାରପୋର୍ଟରେ ହଜିଥିବା ଜିନିଷ - ଏୟାରପୋର୍ଟ

ଏୟାରପୋର୍ଟରେ ଜିନିଷ ହଜିଲେ ଟେନସନ ନିଅନ୍ତୁ ନାହିଁ । ଆପଣ ଫେରି ପାଇବେ ଆପଣଙ୍କ ହଜିଥିବା ଜିନିଷ । ଯେକୌଣସି ଏୟାରପୋର୍ଟରେ ଜିନିଷ ହଜିଲେ ଘରେ ବସି ହଜିଥିବା ଜିନିଷର ତଥ୍ୟ ପାଇବା ସହ ଜିନିଷ ମଧ୍ୟ ପାଇବେ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଲୋକଙ୍କ ପାଇଁ ନୂଆ ସୁବିଧା ଆଣାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 5, 2019, 7:27 PM IST

ଭୁବନେଶ୍ବର: ଲୋକଙ୍କ ପାଇଁ ନୂଆ ସୁବିଧା ଆଣିଛି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ । ଏଣିକି ଯେକୌଣସି ଏୟାରପୋର୍ଟରେ ଜିନିଷ ହଜିଲେ ଘରେ ବସି ପାଇପାରିବେ ହଜିଥିବା ଜିନିଷର ତଥ୍ୟ । ଏଥିପାଇଁ ଆପଣଙ୍କୁ ଅନଲାଇନରେ ଅଭିଯୋଗ କରିବାକୁ ପଡିବ । ଏହାପରେ କମ୍‌ ସମୟ ମଧ୍ୟରେ ଏବଂ ଖୁବ୍‌ ସହଜରେ ଏୟାରପୋର୍ଟରୁ ଆସି ନିଜ ଜିନିଷ ନେଇ ପାରିବେ । ତେବେ ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଚାର୍ଜ ମଧ୍ୟ ଦେବାକୁ ପଡିବ ନାହିଁ । ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଲଷ୍ଟ ଆଣ୍ଡ ଷ୍ଟୋଲେନ ସେବା ଏବେ ଅନଲାଇନରେ ଉପଲବ୍ଧ ହେଉଛି । ଯାହାର ତ୍ବରିତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଭୁବନେଶ୍ବର ବିଜୁ ପଟ୍ଟନାୟକ କର୍ତ୍ତୃପକ୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ମୁତାବକ, ଯଦି ଆପଣଙ୍କ କୌଣସି ଜିନିଷ ଏୟାରପୋର୍ଟରେ ହଜିଯାଉଛି ବା ରହିଯାଉଛି, ତା'ର ତଥ୍ୟ ଏୟାରପୋର୍ଟ ଅଥରିଟି ଅନଲାଇନରେ ଅପଲୋଡ କରିବେ । ନିଜ ଜିନିଷର ସୂଚନା ଆପଣ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ ଅଥବା http://www.aai.aero/en/lost-found/item-list ୱେବସାଇଟରେ ପାଇପାରିବେ ।

ଏହି ୱେବସାଇଟରେ କ୍ଲିକ କରି ପ୍ରଥମେ ଲଷ୍ଟ ଆଣ୍ଡ ଷ୍ଟୋଲେନ କାଟଲଗକୁ ଯାଇ ଆପଣ ନିଜ ଜିନିଷ ଦେଖିପାରିବେ। ଏହାପରେ ନିଜ ଜିନିଷ ବାବଦରେ ଅଭିଯୋଗ କରିବେ । ତେବେ ନିଜ ଜିନିଷ ଚିହ୍ନଟ କରିବା ପରେ ବୋର୍ଡିଂ ପାସ, ପରିଚୟ ପତ୍ର ଆଦି ଡକୁମେଣ୍ଟ ଦେବାକୁ ପଡିବ । ଏହାପରେ ଅନଲାଇନରେ ଏକ ରିସିପ୍ଟ ମିଳିବ । ଯାହାର ପ୍ରିଣ୍ଟ ଆଉଟ ନେଇ ଆପଣ ଏୟାରପୋର୍ଟ ଲଷ୍ଟ ଆଣ୍ଡ ଷ୍ଟୋଲେନ ସେକ୍ସନରେ ସେହି ରିସିପ୍ଟ ଦେଖାଇ ନିଜ ଜିନିଷ ଗ୍ରହଣ କରିପାରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଏଣିକି ଏୟାରପୋର୍ଟରେ ଜିନିଷ ହଜିଲେ ଅନଲାଇନରେ କରିପାରିବେ କ୍ଲେମBody:

ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ନୁଆ ସୁବିଧା। ଏଣିକି ଯେକୌଣସି ଏୟାରପୋର୍ଟରେ ଜିନିଷ ହଜିଲେ ଅନଲାଇନ ରେ କରିପାରିବେ କ୍ଲେମ। ଅଥବା ଜାଣିପାରିବେ ଆପଣଙ୍କ ହଜିଥିବା ଜିନିଷର ତଥ୍ଯ । ତା ସହିତ ଘରେ ବସି ଅନଲାଇନରେ ଜିନିଷ ନେବା ପାଇଁ କ୍ଲେମ କରିବା ସହ ଏୟାରପୋର୍ଟରୁ ଆସି ସହଜରେ ସ୍ବଳ୍ପ ସମୟରେ ଗ୍ରହଣ କରିପାରିବେ ଜିନିଷ।ଏଥିପାଇଁ ନା ଦେବାକୁ ପଡିବ ଚାର୍ଜ ନା ହେବାକୁ ପଡିବନି ହଇରାଣ।ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଲଷ୍ଟ ଆଣ୍ଡ ଷ୍ଟୋଲେନ ସେବା ଏବେ ଅନଲାଇନରେ ଉପଲବ୍ଧ।ଯାହାର ତ୍ବରିତ ପ୍ରକ୍ରିୟା ଆରମ୍ଭ କରିଛି ଭୁବନେଶ୍ବର ବିଜୁ ପଟ୍ଟନାୟକ କତୃପକ୍ଷ।ସୁଚନା ମୁତାବକ ଜଦି ଆପଣଙ୍କ କୌଣସି ଜିନିଷ ଆପଣ ଏୟାରପୋର୍ଟରେ ଭୁଲିଯାଇଛନ୍ତି ବା ହଜାଇଦେଇଛନ୍ତି। ସେସବୁ ଜିନିଷର ତଥ୍ଯ ଏୟାରପୋର୍ଟ ଅଥରିଟି ଅନଲାଇନରେ ଅପଲୋଡ କରିଥାନ୍ତି। ଯାହାର ସୁଚନା ଆପଣ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ ନଚେତ ଏହି
http://www.aai.aero/en/lost-found/item-list
କ୍ଲିକ କଲେ ଲଷ୍ଟ ଆଣ୍ଡ ଷ୍ଟୋଲେନ କାଟୋଲଗରେ ପହଂଚିପାରିବେ । ନଚେତ ଆପଣଙ୍କ ଏୟାରପୋର୍ଟ ଚୟନ ପରେ ସର୍ଚପରେ ଚୋରି ହୋଇଥିବା ତଥ୍ଯ ପାଇପାରିବେ। ପରେ ଏହାର ଡାହାଣ ପଟେ ଇନସିଏଟ କ୍ଲେମ ବଟନ କ୍ଲିକ କଲେ ଆପଣଙ୍କ ଇମେଲ ଓ କଣ୍ଚାକ୍ଟ ନମ୍ବର ସହ ଜିନିଷ ସମ୍ପର୍କରେ ସବିଶେଷ ତଥ୍ଯ ଯେପରି ରଙ୍ଗ,ଦେଖିବାକୁ କିପରି ,କୌଣସି ବ୍ରାଣ୍ଡ ନାମ,ଅଥବା ଚିହ୍ନି ହେଲା ପରି ତଥ୍ଯ ସବିଶେଷ ଦେବା ପରେ ଆପଣଙ୍କ ଜିନିଷ ସମ୍ପର୍କରେ ଭେରିଫାଏ କନଫର୍ମେସନ ପରେ ଆପଣଙ୍କ ବୋର୍ଡିଂ ପାସ,ଆଇଡି ପ୍ରୁଫ ଆଦି ଡକୁମେଣ୍ଟ ଯାହା ୨୦୦ କେବି ମଧ୍ଯରେ ଅପଲୋଡ ପରେ ଅନଲାଇନ ରିସିପ୍ଟ ଜେନେରେଟ ହେବ ।ଯାହାର ପ୍ରିଣ୍ଟ ଆଉଟ ନେଇ ଆପଣ ଏୟାରପୋର୍ଟ ଲଷ୍ଟ ଆଣ୍ଡ ଷ୍ଟୋଲେନ ସେକ୍ସନରୁ ଗ୍ରହଣ ସେହି ରିସିପ୍ଟ ଦେଖାଇ ଆପଣଙ୍କ ଜିନିଷ ଗ୍ରହଣ କରିପାରିବେ ।ଅନେକ ସମୟରେ ଲୋକ ସେମାନଙ୍କ ପର୍ସ,ବେଲଟ,ବ୍ଯାଗ ପରି ଅନେକ ସାମଗ୍ରି ଭୁଲିଯାଇ ଫୋନ ଯୋଗେ ନଚେତ ପୁନଶ୍ଚ ଖୋଜିବା ପାଇଁ ସମୟ ବରବାଦ କରିଥାନ୍ତି ଯାହାକି ଏସବୁ ଟେନସନରୁ ମୁକ୍ତି ମିଳିପାରିବ ବୋଲି ଭୁବନେଶ୍ବର ବିମାନ ବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି।
Conclusion:ବାଇଟ-ସୁରେଶ ଚନ୍ଦ୍ର ହୋତା,ବିଜୁପଟ୍ଟନାୟକ ବିମାନ ବନ୍ଦର ନିର୍ଦେଶକ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.