ETV Bharat / city

ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ - ଝାରପଡା ଜେଲରେ କଏଦୀ ମୃତ

ଝାରପଡା ଜେଲରେ ଥିବା ଜଣେ ବିଚାରଧୀନ କଏଦୀଙ୍କ ମୃତ । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ
ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ
author img

By

Published : Dec 23, 2020, 10:50 PM IST

ଭୁବନେଶ୍ବର: ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ହୋଟେଲ ସୋଲାନ ଇନ ମାଲିକ କମଳାକାନ୍ତ ଦାସ ବିଚାର ବିଭାଗୀୟ ହେପାଜତରେ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସୋଲାନ ଇନ ହୋଟେଲ ମାଲିକ କମଳାକାନ୍ତଙ୍କୁ ଗିରଫ କରିଥିଲା ଖାରବେଳ ନଗର ଥାନା ପୋଲିସ । କୋର୍ଟରେ ହାଜର ହେବାପରେ ବିଚାରବିଭାଗୀୟ ହାଜତରେ ଥିଲେ କମଳାକାନ୍ତ । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଖବର ଲେଖାହେବା ସୁଦ୍ଧା କମଳାକାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିଲା ।

ତେବେ ତାଙ୍କ ପୁଅ କୌଶିକ ଦାସଙ୍କ କହିଛନ୍ତି ଯେ, 'ବାପାଙ୍କର ଏକାଧିକ ରୋଗ ଥିଲା । ଲିଭର ଏବଂ କିଡନୀ ରୋଗରେ ପୀଡିତ ଥିଲେ । ତଥାପି ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ । ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ମୋ ବାପାଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ସେ ମେଡିସିନ ଖାଇ ବଞ୍ଚୁଥିଲେ। ହେଲେ ଜେଲ ଯିବାପରେ ମେଡିସିନ ଦେବାକୁ ଜେଲ କର୍ତ୍ତୃପକ୍ଷ ମନାକରି ଦେଇଥିଲେ ।' ଏଥିସହ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପୁଅ କୌଶିକ ।

ଭୁବନେଶ୍ବରରୁ ତାପସ ପରୁଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.