ETV Bharat / city

ସାଉଥ କୋରିଆରେ ଗୋଲ୍ଡ ମେଡାଲ ଜିତିଲେ ଓଡିଆ ପୁଅ

ଆନ୍ତର୍ଜାତିକ ସ୍ତରରେ ଆଇଟି କ୍ଷେତ୍ରରେ ପ୍ରତିଦ୍ବନ୍ଦିତା କରି ଗୋଲ୍ଡ ଜିତିଛନ୍ତି ଓଡ଼ିଆ ପୁଅ । ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ । 20ଟି ଦେଶ ମଧ୍ୟରୁ ଓଡ଼ିଆ ପୁଅ ଜିତିଛନ୍ତି ଗୋଲ୍ଡ ମେଡାଲ। ଅଧିକ ଖବର ପଢନ୍ତୁ...

author img

By

Published : Dec 1, 2019, 11:14 PM IST

student of odisha win gold medal in southkoria
ସାଉଥ କୋରିଆରେ ଗୋଲ୍ଡ ମେଡାଲ ଜିତିଲେ ଓଡିଆ ପୁଅ

ଭୁବନେଶ୍ବର: ସାଉଥ କୋରିଆର ଭୂଷଣ ସହରରେ ଅନୁଷ୍ଠିତ ଗ୍ଲୋବାଲ ଆଇଟି ଚ୍ୟାଲେଞ୍ଜରେ ଗୋଲ୍ଡ ମେଡାଲ ଜିତିଛନ୍ତି ଓଡ଼ିଆ ପୁଅ ଅମରେଶ ପ୍ରସାଦ ଗୌଡ଼ । ଘର ଗଞ୍ଜାମର ଖଲ୍ଲିକୋଟ ଅଞ୍ଚଳରେ । ସାଉଥ କୋରିଆରେ ଏହି ଆଇଟି ଚଲେଞ୍ଜ କାର୍ଯ୍ୟକ୍ରମ ନଭେମ୍ବର ୨୫ ରୁ ୨୯ ପର୍ଯ୍ୟନ୍ତ ଆରମ୍ଭ ହୋଇଛି । ଏଥିରେ 20 ଟି ଦେଶର ଦିବ୍ୟାଙ୍ଗ ପିଲା ମାନେ ଅଂଶଗ୍ରହଣ କରିଛନ୍ତି ।

ସାଉଥ କୋରିଆରେ ଗୋଲ୍ଡ ମେଡାଲ ଜିତିଲେ ଓଡିଆ ପୁଅ

ଏହି କାର୍ଯ୍ୟକ୍ରମରେ 4 ଟି ବିଷୟ ବସ୍ତୁ ଉପରେ ଚ୍ୟାଲେଞ୍ଜ ରହିଥିବା ବେଳେ ଅମରେଶ ଆଇଟି ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ । ଏଥିରେ 25 ଟି ଦିବ୍ୟାଙ୍ଗ ପିଲା ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ଅମରେଶ ବାଜିମାତ କରିଛନ୍ତି । ଶେଷରେ ଭଲ ପ୍ରଦର୍ଶନ କରି ଗୋଲ୍ଡ ମେଡାଲ ଜିତିଛନ୍ତି । ଆଗକୁ ଅମରେଶ ଆଇଟି କ୍ଷେତ୍ରରେ ଆଗକୁ ନେବା ପାଇଁ ପ୍ରୟାସ କରିବା ସହ ଦିବ୍ୟାଙ୍ଗ ପିଲାଙ୍କୁ ଶିକ୍ଷା ଦେବା ପାଇଁ ଆଗକୁ ଆସିବେ ବୋଲି ଅମରେଶ କହିଛନ୍ତି । ଅନ୍ୟପଟେ ଅମରେଶଙ୍କ ପିତା କହିଛନ୍ତି ଯେ, ଏହି ଗୋଲ୍ଡ ମେଡାଲ ଜିତିବା ପରେ ବହୁତ ଖୁସି ଅଛନ୍ତି ପରିବାର । ଅମରେଶ ଜୀବନରେ ଯାହା ବି କରିବାକୁ ଚାହୁଁଛି, ସେଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ପରିବାର ପକ୍ଷରୁ ସମର୍ଥନ କରାଯିବ।

ଅମରେଶଙ୍କ ବାପା ତାଳଚେରରେ ଚାକିରୀ କରନ୍ତି । ଅମରେଶ ପିଲାଟି ଦିନରୁ ତାଳଚେରରେ ରହି ଆସୁଛନ୍ତି । ଲ' ଡିଏଭି ସ୍କୁଲରେ ଯୁକ୍ତ ଦୁଇ ପାଠ ପଢିବା ସହ କଟକ ସ୍ଥିତ ବୋଷ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା ଅଧ୍ୟୟନ କରୁଛନ୍ତି । ହେଲେ ପିଲାଟି ଦିନରୁ ଦିବ୍ୟାଙ୍ଗ ଥିବା ହେତୁ ମନରେ ଦୁଃଖ ନରଖି ଜୀବନରେ ଆଗକୁ ବଢିବାର ପ୍ରୟାସ କରୁଛନ୍ତି ଅମରେଶ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ସାଉଥ କୋରିଆରେ ଆଇଟି କ୍ଷତ୍ରରେ ଗୋଲଡ଼ ମେଡାଲ ଜିତିଲେ ଓଡିଶା ପୁଅ

ଆନ୍ତର୍ଜାତିକ ସ୍ତରରେ ଆଇଟି କ୍ଷତ୍ରରେ ପ୍ରତିଦ୍ବନ୍ଦିତା କରି ଗୋଲଡ଼ ଜିତିଛନ୍ତି ଓଡ଼ିଆ ପୁଅ। ଓଡ଼ିଆ ପାଇଁ ଆଣିଛନ୍ତି ଗୌରବ। 20 ଟି ଦେଶ ମଧ୍ୟରୁ ଓଡ଼ିଆ ପୁଅ ପାଇଛନ୍ତି ଗୋଲଡ଼ ମେଡାଲ।

Body:

ସାଉଥ କୋରିଆର ଭୂଷଣ ସହରରେ ଅନୁଷ୍ଠିତ ଗ୍ଲୋବାଲ ଆଇଟି ଚାଲେଞ୍ଜ ରେ ଗୋଲଡ଼ ମେଡାଲ ଜିତିଛନ୍ତି ଓଡ଼ିଆ ପୁଅ ଅମରେଶ ପ୍ରସାଦ ଗୌଡ଼। ଘର ଗଂଜାମ ର ଖଲ୍ଲିକୋଟ ଅଂଚଳରେ। ସାଉଥ କୋରିଆ ରେ ଏହି ଆଇଟି ଚଲେଞ୍ଜ କାର୍ଯ୍ୟକ୍ରମ ନଭେମ୍ବର ୨୫ ରୁ ୨୯ ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଏଥିରେ 20 ଟି ଦେଶର ଭିନ୍ନକ୍ଷମ ପିଲା ମାନେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ 4 ଟି ବିଷୟ ବସ୍ତୁ ଉପରେ ଚାଲେଞ୍ଜ ରହିଥିବା ବେଳେ ଅମରେଶ ଆଇଟି ଚଲେଞ୍ଜ ଉପରେ ଅଂଶଗ୍ରହଣ କରିଥିଲେ। ଯେଉଁ ଥିରେ 25 ଟି ଭିନ୍ନକ୍ଷମ ପିଲା ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ଅମରେଶ ବାଜିମାତ କରିଛନ୍ତି। ଶେଷରେ ଭଲ ପ୍ରଦର୍ଶନ କରି ଗୋଲଡ଼ ମେଡାଲ ଜିତିଛନ୍ତି। ଆଗକୁ ଅମରେଶ ଆଇଟି କ୍ଷତ୍ରରେ ଆଗକୁ ନେବା ପାଇଁ ପ୍ରୟାସ କରିବା ସହ ଏଭଳି ଭିନ୍ନକ୍ଷମ ପିଲାଙ୍କୁ ଶିକ୍ଷା ଦେବା ଲାଗି ଆଗକୁ ଆସିବେ ବୋଲି ଅମରେଶ କହିଛନ୍ତି। ଅନ୍ୟପଟେ ଅମରେଶଙ୍କ ପିତା କହିଛନ୍ତି ଯେ ଏହି ଗୋଲଡ଼ ମେଡାଲ ଜିତିବା ପରେ ବହୁତ ଖୁସି ହୋଇପଡିଛନ୍ତି ଅମରେଶଙ୍କ ପରିବାର। ଅମରେଶ ଜୀବନରେ ଯାହା କରିବାକୁ ଚାହୁଁଛି ତାକୁ ସମ୍ପୂର୍ଣ ରୂପେ ପରିବାର ସପୋର୍ଟ କରାଯିବ।

ଅମରେଶଙ୍କ ବାପା ତାଳଚେରରେ ଚାକିରୀ କରନ୍ତି। ଅମରେଶ ପିଲା ଟି ଦିନ ରୁ ତାଳଚେରରେ ରହିଆସୁଛନ୍ତି । ଲ ଡିଏଭି ସ୍କୁଲ ରେ ଯୁକ୍ତ ଦୁଇ ପାଠ ପଢିବା ସହ କଟକ ସ୍ଥିତ ବୋଷ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା ଅଧ୍ୟୟନ କରୁଛନ୍ତି। ହେଲେ ପିଲାଟି ଦିନରୁ ଭିନ୍ନକ୍ଷମ ହେତୁ ମନରେ ଦୁଃଖ ନରଖି ଜୀବନରେ ଆଗକୁ ବଢିବାର ପ୍ରୟାସ କରୁଛନ୍ତି ଅମରେଶ।

Byte- ଅମରେଶ ପ୍ରସାଦ ଗୌଡ଼।
Byte- ସାଇରାମ ଗୌଡ଼, ଅମରେଶଙ୍କ ପିତା

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.