ଭୁବନେଶ୍ବର: ବିପିୟୁଟି କର୍ତ୍ତୃପକ୍ଷ ଓ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଶେଷ ସେମିଷ୍ଟାର ପରୀକ୍ଷା କରିବା ନେଇ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ବିଶେଷ ଗାଇଡ଼ ଲାଇନ ଜାରି କରାଯିବା ସହିତ ପରୀକ୍ଷା କେନ୍ଦ୍ର ଗୁଡିକୁ ସାନିଟାଇଜ କରାଯିବା ଓ କୋରୋନା ସତର୍କତା ଗ୍ରହଣ କରି ଏହାକୁ କରିବାକୁ କୁହାଯାଇଛି । ଯାହାକୁ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି।
ବୁଧବାର ଏନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଏହି ପଦକ୍ଷେପକୁ ନିନ୍ଦା କରିବା ସହ ପରୀକ୍ଷା ବାତିଲ କରି ପୂର୍ବ ସେମିଷ୍ଟାରର ମାର୍କ ଅନୁସାରେ ସେମାନଙ୍କୁ ମାର୍କ ଦିଆଯାଇ ପାସ୍ କରାଇବାକୁ ଦାବି ହୋଇଛି । ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ୟସୀନ ନବାବ କହିଛନ୍ତି କରୋନାର ପ୍ରକୋପ ଦିନକୁ ଦିନ ଭୟାବହ ହେଉ ଥିବା ବେଳେ ସରକାର ପରୀକ୍ଷା ଅପେକ୍ଷା ଛାତ୍ରଛାତ୍ରୀଙ୍କ ଜୀବନକୁ ଗୁରୁତ୍ବ ଦେବା ଆବଶ୍ୟକ । ତେଣୁ ସରକାର ଏହା ଯଦି ନ କରନ୍ତି ତେବେ ଏହା ବିରୁଦ୍ଧରେ ଛାତ୍ର କଂଗ୍ରେସ ଆଇନର ଆଶ୍ରୟ ନେବା ସହ ଦରକାର ପଡ଼ିଲେ ରାଜରାସ୍ତାକୁ ଓଲ୍ଲାଇବ ସହ ଆଇନ ଅମାନ୍ୟ କରିବାକୁ ପଛାଇବେ ନାହିଁ ବୋଲି କହିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ