ETV Bharat / city

ରାସ୍ତା କଡରେ ମାଂସ କଟା: ସିଏମସିକୁ ମାନବାଧିକାର କମିଶନଙ୍କ ନୋଟିସ - ସିଏମସିକୁ ନୋଟିସ

ରାସ୍ତା କଡରେ ଜୀବଜନ୍ତୁଙ୍କ ମାଂସ କଟାକୁ ନେଇ ମାନବାଧିକାର କମିଶନଙ୍କ ପକ୍ଷରୁ ସିଏମସି ଓ ଡିସିପିଙ୍କୁ ନୋଟିସ ଜାରି । ଏ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସନ୍ତା ନଭେମ୍ବର ୧୮ ତାରିଖ ସୁଦ୍ଧା କମିଶନଙ୍କୁ ଜଣାଇବାକୁ କଟକ ମହାନଗର ନିଗମ, କଟକ କମିଶନରେଟ ଡିସିପିଙ୍କୁ ନିର୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 20, 2019, 4:10 AM IST

ଭୁବନେଶ୍ବର: ରାସ୍ତା କଡରେ ଜୀବଜନ୍ତୁ କଟାକୁ ନେଇ ମାନବ ଅଧିକାର ଆୟୋଗ ପକ୍ଷରୁ ଶୁଣାଣି ହୋଇଛି। ଶୁଣାଣିରେ ସିଏମସି ଓ ଡିସିପିଙ୍କୁ ନୋଟିସ ଜାରି କରାଯାଇଛି । ଏହି ଶୁଣାଣି ବେଳେ ସିଏମସି କମିଶନର ଅନନ୍ୟା ଦାସ ଓ ସହରର ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଉମେଶ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ମାନବାଧିକର ଆୟୋଗ ଦେଇଥିବା ନିର୍ଦ୍ଦେଶ ମୁତାବକ, ରାସ୍ତା କଡରେ ଛେଳି, କୁକୁଡ଼ା ଆଦି କଟାଯାଉଥିବାରୁ ଶିଶୁ ଓ ଅନ୍ୟମାନଙ୍କ ଉପରେ କୁପ୍ରଭାବ ପଡୁଛି । ସେଥିରୁ ବାହାରିଥିବା ଜୈବ ବର୍ଜ୍ୟ ଦ୍ୱାରା ପରିବେଶ ନଷ୍ଟ ହେଉଛି । ସେହିଭଳି ବେଆଇନ ପାର୍କିଂ ସହ ଜବରଦଖଲ ହେଉଥିବାରୁ ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆବର୍ଜନା ଏଣେତେଣେ ଜମା ହେଉଥିବାରୁ ମଧ୍ୟ ଭୟଙ୍କର ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏ ସବୁର ସୁପରିଚାଳନା ପାଇଁ ସିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଉ ବୋଲି ମାନବାଧିକାର ଆୟୋଗ କହିଛନ୍ତି ।

ଏହି ମାମଲା ସହ ଏସସିବି କଲେଜ ଓ ହସ୍ପିଟାଲ ରାସ୍ତାରେ ବେଆଇନ ଭାବରେ ପାର୍କିଂ ଯୋଗୁଁ ରାସ୍ତା ଅବରୋଧ ହେବା ସହ ରାସ୍ତା କଡରେ ଆବର୍ଜନା ଜମା ହୋଇ ରହିବା ନେଇ କମିଶନ ଖପ୍ପା ହୋଇଥିଲେ । ଏ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସନ୍ତା ନଭେମ୍ବର ୧୮ ତାରିଖ ସୁଦ୍ଧା କମିଶନଙ୍କୁ ଜଣାଇବାକୁ କଟକ ମହାନଗର ନିଗମ, କଟକ କମିଶନରେଟ ଡିସିପିଙ୍କୁ ନିର୍ଦେଶ ଦିଆଯାଇଛି । ରାସ୍ତା କଡରେ ଜୀବଜନ୍ତୁ କଟାଯିବାକୁ ନେଇ ଜୟନ୍ତୀ ଦାସ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଜେଆଇସିଏ ପ୍ରକଳ୍ପ ସମେତ ଆବର୍ଜନା ଉଠା କାର୍ଯ୍ୟ ପାଇଁ ନିୟମିତ ଯାଞ୍ଚ କରାଯାଉ ବୋଲି କମିଶନ ନିର୍ଦ୍ଦେଶ ଦେଇଛନ୍ତି । କମିଟି ଏସବୁ କାମ କରିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରି ନଭେମ୍ବର ୧୮ ତାରିଖ ସୁଦ୍ଧା ରାଜ୍ୟ ମାନବ ଅଧିକାର କମିଶନଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରାସ୍ତା କଡ଼ରେ ମାଂସ କଟାକୁ ନେଇ ସିଏମସି ଓ ଡିସିପି ଙ୍କୁ ମାନବାଧିକାର କମିଶନଙ୍କ ନୋଟିସ।Body:ରାସ୍ତା କଡ଼ରେ ମାଂସ କଟାକୁ ନେଇ ସିଏମସି ଓ ଡିସିପି ଙ୍କୁ ମାନବାଧିକାର କମିଶନଙ୍କ ନୋଟିସ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.