ETV Bharat / city

ରାଜ୍ୟବାସୀଙ୍କ ଜୀବନ ଜୀବିକା ବଞ୍ଚାଇବାରେ ବିଫଳ ସରକାର: ବିରୋଧୀ - ଭୁବନେଶ୍ବର ଖବର

କୋରୋନା ଲକଡାଉନ ଛଡାଇ ନେଇ ଲୋକଙ୍କ ଜୀବନ ଜୀବିକା । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ନେତା । ଅଧିକ ପଢନ୍ତୁ...

ରାଜ୍ୟବାସୀଙ୍କ ଜୀବନ ଜୀବିକା ବଞ୍ଚାଇବାରେ ବିଫଳ ସରକାର: ବିରୋଧୀ

author img

By

Published : Aug 1, 2020, 3:53 PM IST

ଭୁବନେଶ୍ବର: କୋରୋନା ପାଇଁ ୪ ମାସରୁ ଊର୍ଦ୍ଧ୍ବ ସମୟ ଧରି ରାଜ୍ୟରେ ଲକଡାଉନ ଜାରି ରଖିଛନ୍ତି ରାଜ୍ୟ ସରକାର । ତଥାପି କମୁନି ସଂକ୍ରମିତଙ୍କ ସଂଖ୍ୟା । ସତେଯେମିତି କଟକଣାକୁ ଟକ୍କର ଦେଇ ବୃଦ୍ଧି ପାଉଛି କୋରୋନା ଭୂତାଣୁ । କେବଳ ସେତିକି ନୁହେଁ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନେକ ଲୋକ ଜୀବିକା ନିର୍ବାହ କରିବା ଅସମ୍ଭବ ହୋଇପଡିଛି । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।

ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଜୀବନ ଜୀବିକା କଥା ଚିନ୍ତା କରିନାହାନ୍ତି ବୋଲି ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ରାଜ୍ୟକୁ ମଧ୍ୟ ମନରେଗା କାମ ପାଇଁ 40 ହଜାର କୋଟି ଟଙ୍କା ଦେଇଛନ୍ତି । କିନ୍ତୁ କାମ ମେସିନରେ ହେଉଛି । ଯଦ୍ବାରା ଶ୍ରମିକମାନେ କାମ ପାଉନାହାନ୍ତି ।

ରାଜ୍ୟବାସୀଙ୍କ ଜୀବନ ଜୀବିକା ବଞ୍ଚାଇବାରେ ବିଫଳ ସରକାର: ବିରୋଧୀ

ସେହିପରି ଜବକାର୍ଡ ନେଇ ମେସିନ୍ ମାଧ୍ୟମରେ କାର୍ଯ୍ୟ ହେଉଛି । ରାଜ୍ୟରେ ୧୬ ଲକ୍ଷରୁ ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି । ତାଙ୍କର ବି ମ୍ୟାପିଂ କରିନାହାନ୍ତି ରାଜ୍ୟ ସରକାର । ଫଳରେ ସେମାନେ ପରିବାର ପୋଷିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ରାଜ୍ୟ ସରକାର ଚୋକ୍ ହୋଇଯାଇଛନ୍ତି । ବିଭିନ୍ନ ପ୍ରୋଜେକ୍ଟ କାମ ବନ୍ଦ, ଫର୍ଜି ବିଲରେ କାମ ଚାଲିଛି । ମେସିନରେ କାମ ହେଉଛି, ରାଜ୍ୟରେ ଗୋଟିଏ ଫର୍ଜି ସରକାର ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ବିରୋଧୀର ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ । ସାରା ଭାରତ ପାଇଁ ଯେଉଁ ଗାଇଡଲାଇନ୍ କରାଯାଉଛି ତାକୁ ପାଳନ ହେଉଛି, ରାଜ୍ୟ ସରକାର ତାକୁ ପାଳନ କରୁଛନ୍ତି । ସରକାର ଜୀବନ ଜୀବିକାକୁ ମଧ୍ୟ ଧ୍ୟାନ ଦେଇଛନ୍ତି ବୋଲି ସେ କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.