ETV Bharat / city

ଓଡିଶାର ପ୍ରଶଂସା ସହିପାରୁନି ବିଜେପି: ବିଜେଡି

author img

By

Published : Apr 26, 2021, 9:39 PM IST

Updated : Apr 26, 2021, 10:19 PM IST

ଦେଶରେ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡି଼ଶାକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ତେବେ ରାଜ୍ୟର ପ୍ରଶଂସାକୁ ସହ୍ୟ କରିପାରୁନାହାନ୍ତି ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏଭଳି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ଅଧିକ ପଢ଼ନ୍ତୁ...

ଓଡ଼ିଶାର ପ୍ରଶଂସାରେ ବିଜେପି ଅସହିଷ୍ଣୁ : ବିଜେଡି

ଭୁବନେଶ୍ବର: ସାରା ଭାରତବର୍ଷକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଉଛି ରାଜ୍ୟ । ଦେଶରେ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡି଼ଶାକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ତେବେ ରାଜ୍ୟର ପ୍ରଶଂସାକୁ ସହ୍ୟ କରିପାରୁନାହାନ୍ତି ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଓଡ଼ିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ଲେଖାଶ୍ରୀ ଅଭ୍ୟାସଗତ ଭାବେ ବିଭ୍ରାନ୍ତିକର ଓ ନିମ୍ନମାନର ମନ୍ତବ୍ୟ ଦେଉଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।

ଲେଖାଶ୍ରୀ ସାମନ୍ତସିଂହାର ଅସହିଷ୍ଣୁ ମନୋଭାବ ଦେଖାଉଥିବା କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟାର୍ଗେଟ କରି ଇପ୍ସିତା କହିଛନ୍ତି ଯେ, ଅକ୍ସିଜେନ ଯୋଗାଣ ମାଧ୍ୟମରେ ଓଡ଼ିଶା ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟର ଲୋକଙ୍କୁ ଜୀବନଦାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ରାଜ୍ୟର ଏଭଳି ସହଯୋଗ ପାଇଁ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡିଶାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ତେବେ ଏଭଳି ପ୍ରଶଂସାକୁ ଏବେ ରାଜ୍ୟ ବିଜେପି ହଜମ କରିପାରୁ ନାହିଁ । ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବକ୍ତବ୍ୟରୁ ଏହା ବାରିହୋଇ ପଡ଼ୁଛି ।

ଖାଲି ସେତିକି ନୁହେଁ ଲେଖାଶ୍ରୀ ପିପିଲି ଟିକଟ ପାଇଁ ଆଶାୟୀ ଥିଲେ ଏବଂ ସେଥିରେ ସଫଳ ନହେବା ଓ ଦଳରେ ନିଜର ପ୍ରାସଙ୍ଗିତା ହରାଉଥିବାରୁ ଏବେ ପ୍ରତିଦିନ ଗଣମାଧ୍ୟମରେ ଏଭଳି ଅବାନ୍ତର ବକ୍ତବ୍ୟମାନ ଦେଉଛନ୍ତି ବୋଲି କହିଛନ୍ତି ଇପ୍ସିତା । ଏଭଳି ମନ୍ତବ୍ୟ ଦେଇ ନିଜକୁ ଗଣମାଧ୍ୟମରେ ପ୍ରାସଙ୍ଗିକ କରି ରଖିବା ଲେଖାଶ୍ରୀଙ୍କର ମୂଳ ଲକ୍ଷ୍ୟ । ରାଜ୍ୟବାସୀ କିନ୍ତୁ ଏହି ବିଜେପି ନେତ୍ରୀଙ୍କର ଏଭଳି ନିତିଦିନିଆ ମନଗଢ଼ା ବିବୃତ୍ତି ସଂକ୍ରାନ୍ତରେ ଭଲଭାବେ ଅବଗତ ଅଛନ୍ତି ବୋଲି ବିଜେଡି ମୁଖପାତ୍ର ଇପ୍ସିତା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 26, 2021, 10:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.