ETV Bharat / city

ଭିଜିଲାନ୍ସ ହାତରେ ପ୍ରଶାସନିକ ଅଧିକାରୀ

ଲାଞ୍ଚ ନେଇ ଧରା ପଡ଼ିଲେ ପ୍ରଶାସନିକ ଅଧିକାରୀ । କମ୍ପ୍ୟୁଟର ବିଲ୍ ପାସ କରାଇଦେବାକୁ ୩୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଯୋଜନା ଓ ସମନ୍ବୟ ବିଭାଗର ଅନୁସଚିବଙ୍କ ସରକାରୀ କ୍ବାଟର ସହ ବାସଭବନରେ ରେଡ୍ । ଅଧିକ ପଢ଼ନ୍ତୁ

author img

By

Published : Jun 3, 2022, 10:41 PM IST

ଭିଜିଲାନ୍ସ ହାତରେ ପ୍ରଶାସନିକ ଅଧିକାରୀ
ଭିଜିଲାନ୍ସ ହାତରେ ପ୍ରଶାସନିକ ଅଧିକାରୀ

ଭୁବନେଶ୍ବର: ଲାଞ୍ଚ ନେବାବେଳେ ଧରା ପଡ଼ିଲେ ପ୍ରଶାସନିକ ଅଧିକାରୀ । ଭିଜିଲାନ୍ସ କରୁଛି ଛାନଭିନ୍ । ୩୦ ହଜାର‌ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି ଜଣେ ସିନିୟର ଓଏସ ଅଧିକାରୀ ।

ସୂଚନା ଅନୁସାରେ ଯୋଜନା ଓ ସମନ୍ବୟ ବିଭାଗର ଅନୁସଚିବ ପୁର୍ଣ୍ଣଚନ୍ଦ୍ର ସାହୁ ଏକ କମ୍ପ୍ୟୁଟର ଫାର୍ମ ଠାରୁ ବିଲ୍ ପାସ କରାଇଦେବା ପାଇଁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ପ୍ରତି କମ୍ପ୍ୟୁଟର ପିଛା ୩ହଜାର, ଏହିପରି ୧୦ଟି କମ୍ପ୍ୟୁଟର ବିଲ୍ ପାସ କରାଇଦେବାକୁ ୩୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ । ଏନେଇ ନୟାଗଡ଼ର ଓଡଗାଁ ସ୍ଥିତ ବାସଭବନ ସମେତ ଭୁବନେଶ୍ବର ୧ନମ୍ବର‌ରେ ଥିବା ସରକାରୀ କ୍ବାଟର ଓ ଲୋକସେବା ଭବନରେ ଥିବା ଅଫିସରେ ରେଡ କରିଛି ଭିଜିଲାନ୍ସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.