ETV Bharat / city

Cyclone Jawad: ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କଲା BMC - ଜୱାଦ ପାଇଁ ବିଏମସି ପ୍ରସ୍ତୁତ

ସାମ୍ଭାବ୍ୟ ବାତ୍ୟା (Cyclone Jawad) ପାଇଁ ବିଏମସିର ଆଗୁଆ ପ୍ରସ୍ତୁତି । ବିଏମସି କମିଶନର ସଞ୍ଜୟ ସିଂ ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ଓ ସମନ୍ବୟ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

Cyclone JawaCyclone Jawadd
Cyclone Jawad
author img

By

Published : Dec 3, 2021, 5:15 PM IST

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା (Cyclone Jawad) ପାଇଁ ବିଏମସି (Bhubaneswar Municipal Corporation) ର ଆଗୁଆ ପ୍ରସ୍ତୁତି । ବିଏମସି କମିଶନର ସଞ୍ଜୟ ସିଂଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ଓ ସମନ୍ବୟ ବୈଠକ ଅନୁଷ୍ଠିତ । ବୈଠକରେ ସ୍ବାସ୍ଥ୍ୟ, ପରିମଳ, ଅଗ୍ନିଶମ, ପୂର୍ତ୍ତ, ଓ ବିଦ୍ୟୁତ ଭଳି ଗୁରୁତ୍ତ୍ବପୂର୍ଣ୍ଣ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ ।

ଜିରୋ କାଜୁଆଲିଟି (Zero Casualty) ଉପରେ ଦିଆଯାଇଛି ଗୁରୁତ୍ବ ଦେଇଛି ବିଏମସି (BMC) । । ସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ସବୁ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ ଓ ଭୁବନେଶ୍ବର ନଛାଡିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ବିଏମସି ଅଞ୍ଚଳରେ ମୋଟ 72 ଟି ତଳିଆ ଅଞ୍ଚଳ ଚିହ୍ନଟ କରାଯାଇଛି। ଆବଶ୍ୟକ ସ୍ଥଳେ ଚିହ୍ନଟ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହେବ କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

ସେହିପରି ଆଜି ସନ୍ଧ୍ୟାରୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହେବ । ସ୍କୁଲ ଓ ଉଚ୍ଚା ସ୍ଥାନକୁ ସ୍ଥାନାନ୍ତରିତ ହେବେ ତଳିଆ ଅଞ୍ଚଳର ଲୋକେ । ଏନେଇ ଅଧିକାରୀ ମାନେ ବିଭିନ୍ନ ସ୍କୁଲ ବୁଲି ଦେଖୁଛନ୍ତି । ଶତାଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି ଓ ବିଦ୍ୟୁତ ସହ ପ୍ରସ୍ତୁତ ରହିବାକୁ ନିର୍ଦେଶନାମା ହୋଇଛି । ବିଏମସି ଓ ଅଗ୍ନିଶମ ବିଭାଗର 27 ଟି ଜଳମଗ୍ନ ସ୍ଥାନରେ ମୋଟର ପମ୍ପ ସହ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି। ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଓ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ସ୍ବତନ୍ତ୍ର ଟିମ ଗଠନ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.