ETV Bharat / city

‘ ମାତାପିତାଙ୍କ ଆଶୀର୍ବାଦ ସନ୍ତାନକୁ ଜୀବନରେ ସଫଳ କରାଏ’

author img

By

Published : Aug 10, 2021, 10:38 PM IST

ଭାରତୀୟ ସିିଭିଲ ସେବାରେ ଇତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ପିତାମାତାଙ୍କୁ ରାଜଭବନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ଜୀବନରେ ସଫଳତାର ଉତ୍ସ ପିତାମାତାଙ୍କ ଆଶିର୍ବାଦ ବୋଲି କହିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅଧିକ ପଢନ୍ତୁ...

‘ ମାତାପିତାଙ୍କ ଆଶୀର୍ବାଦ ସନ୍ତାନକୁ ଜୀବନରେ ସଫଳ କରାଏ’
‘ମାତାପିତାଙ୍କ ଆଶୀର୍ବାଦ ସନ୍ତାନକୁ ଜୀବନରେ ସଫଳ କରାଏ’

ଭୁବନେଶ୍ବର: ମାତାପିତାଙ୍କୁ ଈଶ୍ବର ଏକ ମହତ୍ ଉଦ୍ଦେଶ୍ୟ ଓ କାର୍ଯ୍ୟ ସମର୍ପିଛନ୍ତି । ସ୍ବର୍ଗୀୟ ଭାବନାରେ ସିକ୍ତ ହୋଇ ଦିବ୍ୟ ଅନୁଭୂତିର ସେବାରେ ସେମାନଙ୍କୁ ନିୟୋଜିତ କରିଛନ୍ତି । ନିଜର ସନ୍ତାନମାନଙ୍କ ମଧ୍ୟରେ ଦିବ୍ୟ ଅନୁଭୂତି ଓ ଭାବନା ସୃଷ୍ଟି ସହ ସଠିକ୍ ଲାଳନପାଳନ ଦ୍ବାରା ଜଗତକୁ ଏକ ଦିବ୍ୟ ଭୂମିରେ ପରିଣତ କରିବାକୁ ମାତାପିତା ସର୍ବଦା ଚେଷ୍ଟିତ ଥାଆନ୍ତି । ମାତାପିତାଙ୍କ ଏହି କାର୍ଯ୍ୟ ଓ ତ୍ୟାଗର ତୁଳନା ନାହିଁ । କିମ୍ବା ସେମାନଙ୍କର କେହି ବିକଳ୍ପ ହୋଇ ପାରିବେ ନାହିଁ । ତେଣୁ ପ୍ରତ୍ୟେକ ମାତାପିତା ଏପରି ଗୁରୁ ଦାୟିତ୍ବ ନିର୍ବାହ କରୁଥିବାରୁ ସେମାନଙ୍କ ସ୍ଥାନ ସର୍ବଦା ଶୀର୍ଷରେ ଓ ସେମାନେ ସର୍ବଦା ବନ୍ଦନୀୟ । ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

‘ ମାତାପିତାଙ୍କ ଆଶୀର୍ବାଦ ସନ୍ତାନକୁ ଜୀବନରେ ସଫଳ କରାଏ’

ସର୍ବଭାରତୀୟ ସିଭିଲ ସେବା ଏବଂ ସର୍ବଭାରତୀୟ ବନ ସେବାରେ ସଫଳ ହୋଇଥିବା ଓଡ଼ିଶାର ପ୍ରାର୍ଥୀମାନଙ୍କ ମାତାପିତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାଜଭବନର ଅଭିଷେକ ହଲରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ ଏହା କହିଛନ୍ତି । ମାତାପିତାଙ୍କର ଆଶୀର୍ବାଦ ସନ୍ତାନକୁ ଜୀବନରେ ସଫଳ କରାଇଥାଏ । ସନ୍ତାନର ସଫଳତା ଓ ଖୁସି ସେମାନଙ୍କ ପାଇଁ ସର୍ବସ୍ୱ ବୋଲି ରାଜ୍ୟପାଳ କହିଛନ୍ତି ।ସଫଳ ପ୍ରାର୍ଥୀମାନଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ । ଏହା ସହିତ ସେମାନେ ସର୍ବଦା ଭାରତର ସମ୍ବିଧାନର ରକ୍ଷକ ବୋଲି ସ୍ମରଣ ରଖି କାର୍ଯ୍ୟ କରିବେ ବୋଲି ପରାମର୍ଶ ଦେଇଛନ୍ତି । କେହି ଯେପରି ନିଜର ଅଧିକାରରୁ କିମ୍ବା ନ୍ୟାୟରୁ ବଞ୍ଚିତ ନ ହୁଏ ତାହା ସୁନିଶ୍ଚିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।

ଦେଶରେ ସୁଶାସନର ଦାୟିତ୍ବ ସେମାନଙ୍କ ଉପରେ ରହିଛି । ସେମାନେ ନିଜର ଆଚରଣ ଓ କାର୍ଯ୍ୟକୁ ଅନୁରୂପ କରି ଜନସାଧାରଣ ଯେପରି ସୁଶାସନର ସୁଫଳ ପାଇପାରିବେ ସେଥିପ୍ରତି ପ୍ରାଥମିକତା ଦେବାକୁ ସେମାନଙ୍କୁ ରାଜ୍ୟପାଳ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସଚିବ ଡ଼ାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଯୋଗ ଦେଇଥିଲେ । ସଫଳ ପ୍ରାର୍ଥୀମାନଙ୍କୁ ସର୍ବଦା ସତ୍ୟର ପଥକୁ ଆପଣାଇ ଜନସାଧାରଣଙ୍କ ସ୍ବାର୍ଥରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେବା ସହ ଭବିଷ୍ୟତ ପାଇଁ ମଧ୍ୟ ସଫଳତା କାମନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିବା ଓଡ଼ିଶାର ୫ଜଣ ପ୍ରାର୍ଥୀଙ୍କ ମାତାପିତା, ଭାରତୀୟ ପୁଲିସ ସେବାର ୨ଜଣ ଓ ଭାରତୀୟ ବନ ସେବାରେ ୨ଜଣ ସଫଳ ପ୍ରାର୍ଥୀଙ୍କ ପରିବାର ସଦସ୍ୟ ଯୋଗ ଦେଇଥିଲେ । ରାଜ୍ୟପାଳ ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ସଙ୍ଗେ ଭାବର ଆଦାନ ପ୍ରଦାନ କରିଛନ୍ତି ।

ଭାରତୀୟ ପ୍ରଶାସନିକ ସେବାର ସିମି କରଣ ଓ ବିଭୂତି ଭୂଷଣ ନାୟକ ଉତ୍ସବରେ ପିତାମାତାଙ୍କ ସହ ଯୋଗ ଦେଇଥିବାବେଳେ ଭାରତୀୟ ପ୍ରଶାସନିକ ସେବାର ସଂଜିତା ମହାପାତ୍ର, କୁମାର ବିଶ୍ବରଞ୍ଜନ, ବେଦଭୂଷଣ, ଭାରତୀୟ ପୋଲିସ ସେବାର ସମୀର କୁମାର ଜେନା ଓ ରାହୁଲ ଗୋଏଲ ଏବଂ ଭାରତୀୟ ବନ ସେବାର ସୁମିତ କୁମାର କର ଓ ଅନୁରାଗ ମିଶ୍ରଙ୍କ ପିତାମାତା ଓ ପରିବାର ସଦସ୍ୟମାନେ ରାଜଭବନରେ ଆୟୋଜିତ ଏହି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.