ଭୁବନେଶ୍ବର: ରାଜ୍ୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଦେବେ ଏକକ ପରୀକ୍ଷା । ଏନେଇ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଚଳିତ ବର୍ଷ ଠାରୁ ଏହି ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ଷାଣ୍ମାସିକ ପରୀକ୍ଷା ନୂଆ ପଦ୍ଧତିରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ପୂର୍ବରୁ ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେଉଥିଲା ଏବଂ ଅଲଗା ସମୟରେ ପରୀକ୍ଷା ଆୟୋଜନ ହେଉଥିଲା । ତେବେ ଏଣିକି ଏକକ ପରୀକ୍ଷା ହେବ ।
ପ୍ରଶ୍ନପତ୍ର ପାଇଁ ଏସସିଇଆରଟିକୁ ଦାୟିତ୍ଵ ଦିଆଯାଇଛି । ଏହାସହ ବିଭାଗ ପ୍ରସ୍ତୁତ କରିବ ପ୍ରଶ୍ନ ପତ୍ର । ପରୀକ୍ଷା ଫଳ ବାହାରିବା ପରେ ଅଭିଭାବକଙ୍କ ପାଖକୁ ପଠାଯିବ । ଏହାଦ୍ବାରା ଶିକ୍ଷାର ମାନ ଵୃଦ୍ଧି ହେବ।
ତେବେ ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ