ETV Bharat / city

ରୂପଜୀବୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବିଏମସିଙ୍କୁ ଓଏଚଆରସିଙ୍କ ନିର୍ଦ୍ଦେଶ - ଦେହଜୀବୀଙ୍କୁ ଖାଦ୍ୟ ଯୋଗାଇବା ପ୍ରସଙ୍ଗ

ମଧ୍ୟମ ଓ ମହିଳା ଅଧିକାର ଅଭିଯାନର ଅଧ୍ୟକ୍ଷ ନମ୍ରତା ଚଡ୍ଡା ଏହି ବିବାଦରେ ପିଟିସନ ଦାଖଲ କରିଛନ୍ତି । ଲକଡାଉନ ଏବଂ କୋରୋନା ଯୋଗୁଁ ରୂପଜୀବୀ କର୍ମୀଙ୍କ ଦୁଃଖ ବିଷୟରେ ସେ ଆଲୋକପାତ କରିଛନ୍ତି । ଅଧିକ ପଢନ୍ତୁ...

ଦେହଜୀବୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବିଏମସିଙ୍କୁ ଓଏଚଆରସିଙ୍କ ନିର୍ଦ୍ଦେଶ

author img

By

Published : Jun 1, 2020, 8:37 PM IST

ଭୁବନେଶ୍ବର: ରୂପଜୀବୀ କର୍ମୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନକୁ ନିର୍ଦ୍ଦେଶ ମିଳିଛି । ରାଜ୍ୟ ମାନବ ଅଧିକାର ଆୟୋଗ ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି । ସେମାନଙ୍କର ରାସନ କାର୍ଡ ଅଛି କି ନାହିଁ ତାହା ଉପରେ ନିର୍ଭର ନକରି ରାସନ ଦେବାକୁ ସେ କହିଛନ୍ତି ।

Odisha human rights commission directs BMC to supply foods for sex workers
ଦେହଜୀବୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବିଏମସିଙ୍କୁ ଓଏଚଆରସିଙ୍କ ନିର୍ଦ୍ଦେଶ

ଏହାସହ କୋଭିଡ ସମୟରେ ଭୁବନେଶ୍ବରରେ ରହିଥିବା ଦେହଜୀବୀଙ୍କ ବାବଦରେ ରିପୋର୍ଟ କରାଯିବା ଉଚିତ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି । ମଧ୍ୟମ ଓ ମହିଳା ଅଧିକାର ଅଭିଯାନର ଅଧ୍ୟକ୍ଷ ନମ୍ରତା ଚଡ୍ଡା ଏହି ବିବାଦରେ ପିଟିସନ ଦାଖଲ କରିଛନ୍ତି । ଯେଉଁଠାରେ ସେ ଲକଡାଉନ ଏବଂ କୋରୋନା ଯୋଗୁଁ ଦେହଜୀବୀ କର୍ମୀଙ୍କ ଦୁଃଖ ବିଷୟରେ ଆଲୋକପାତ କରିଛନ୍ତି ।

ସେମାନଙ୍କ ପାଇଁ ଏନଜିଓ ଏବଂ ଅନ୍ୟାନ୍ୟ ଉତ୍ସରୁ ରାସନ ବ୍ୟବସ୍ଥା କରୁଥିବା ସେ କହିଛନ୍ତି । ତେବେ ଆୟରେ କ୍ଷତି ହୋଇଥିବାରୁ ଦେହଜୀବୀଙ୍କୁ ଚିନ୍ତା ଏବଂ ଅଭାବ ଘାରି ରହିଛି | ସେ କହିଛନ୍ତି ଯେ ସେମାନଙ୍କ ପାଖରେ ଆଧାର କାର୍ଡ ଥିବା ସତ୍ତ୍ବେ ଜନଧନ ଆକାଉଣ୍ଟ ନାହିଁ ।

ସେମାନଙ୍କର ଥିବା ବ୍ୟାଙ୍କ ଆକାଉଣ୍ଟକୁ ଜନଧନ ଆକାଉଣ୍ଟରେ ପରିଣତ କରିବାକୁ ସେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଯାହା ଦ୍ବାରା ସେମାନେ ପ୍ରତି ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ 500 ଟଙ୍କା ପାଇବେ । ସେମାନଙ୍କର ରାସନ କାର୍ଡ ଅଛି କି ନାହିଁ ତାହା ଉପରେ ନିର୍ଭର ନକରି ରାସନ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.