ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କ ପାଇଁ ଏସଓପି । କୋରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ବାରୋପ । ଯେଉଁମାନେ ବିଦେଶରୁ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ ସେମାନଙ୍କ ପାଇଁ ନୂଆ ନିୟମ ଜାରି କଲେ ରାଜ୍ୟ ସରକାର । ବିମାନରେ ଆସିବା ପାଇଁ ସେମାନେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରିବେ, କିମ୍ବା ଭାରତ ସରକାରଙ୍କ ପାଖରୁ ଯାତ୍ରୀର ସମସ୍ତ ତଥ୍ୟ ନିଆଯିବ ।
ବିମାନଯାତ୍ରୀଙ୍କ ତଥ୍ୟ ନେଇ ସମ୍ପୃକ୍ତ ଜିଲ୍ଲା ଓ ଗାଁକୁ ଜଣାଇ ଦିଆଯିବ । ବିମାନରୁ ଥରକେ ୨୦ ଜଣିଆ ଗ୍ରୁପରେ ଯାତ୍ରୀଙ୍କୁ ଓହ୍ଲାଯିବ । ଟର୍ମିନାଲ ବାହାରେ ସ୍କ୍ରିନିଙ୍ଗ କରାଯିବ ଏବଂ ହାତରେ ଷ୍ଟାମ୍ପ ଲଗାଯିବ । ଲକ୍ଷଣ ଦେଖାଗଲେ କୋଭିଡ଼ ହସ୍ପିଟାଲ ପଠାଯିବ । ଯେଉଁମାନଙ୍କର ଲକ୍ଷଣ ନଥିବ ସେମାନଙ୍କୁ ନିଜ ଗାଡ଼ିରେ ପଠାଯିବ, ନିଜ ଗାଡି ନଥିଲେ ଟ୍ୟାକ୍ସି ବା ମୋ ବସ ମାଧ୍ୟମରେ ଯାଇପାରିବେ ।
ଘରେ ପହଞ୍ଚିବା ପରେ ସେମାନେ ୨୮ ଦିନ କ୍ବାରେଣ୍ଟାଇନରେ ରହିବେ । କ୍ବାରେଣ୍ଟାଇନ ନିୟମ ଭଙ୍ଗ କଲେ ଏପିଡେମିକ ଆକ୍ଟରେ ପଦକ୍ଷେପ ନିଆଯିବ । କ୍ବାରେଣ୍ଟାଇନରେ ଥିବା ଲୋକଙ୍କ ଘର ସାମ୍ନାରେ ଷ୍ଟିକର ଲଗାଯିବ । ଯଦି କାହାର ଦେହ ଖରାପ ହୁଏ ସେମାନେ ସିଧାସଳଖ ହସ୍ପିଟାଲ ନଯାଇ ୧୦୪ ନଂ କୁ କଲ କରିବେ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ