ETV Bharat / city

Assembly Winter Session: ଗୃହ ଭତରେ ଘଣ୍ଟ ନାଦ, ବାହାରେ ଶାସକ-ବିରୋଧୀ ମୁହାଁମୁହିଁ

ଷୋଡଶ ବିଧାନସଭା ଅଷ୍ଟମ ଅଧିବେଶନର ଆଜି ଥିଲା ନବନ ଦିନ । ସବୁ ଦିନ ପରି ଆଜି ମଧ୍ୟ ବିଧାନସଭାରେ ଲାଗି ରହିଥିଲା ଅଚଳାବସ୍ଥା । ବିରୋଧୀଙ୍କ ହଟ୍ଟଗୋଳ, ହଙ୍ଗାମା ଓ ଘଣ୍ଟ ମାଡରେ ଆଗରେ ଧୋଇଗଲା ପୁରା ପ୍ରଶ୍ନକାଳ (Questions Hours) ସମେତ ଶୂନ୍ୟକାଳ । ଅଧିକ ପଢନ୍ତୁ

Odisha Assembly Winter Session:
Odisha Assembly Winter Session:
author img

By

Published : Dec 10, 2021, 8:16 PM IST

ଭୁବନେଶ୍ବର: ଷୋଡଶ ବିଧାନସଭା ଅଷ୍ଟମ ଅଧିବେଶନର ଆଜି ଥିଲା ନବନ ଦିନ । ସବୁ ଦିନ ପରି ଆଜି ମଧ୍ୟ ବିଧାନସଭାରେ ଲାଗି ରହିଥିଲା ଅଚଳାବସ୍ଥା । ବିରୋଧୀଙ୍କ ହଟ୍ଟଗୋଳ, ହଙ୍ଗାମା ଓ ଘଣ୍ଟ ମାଡରେ ଆଗରେ ଧୋଇଗଲା ପୁରା ପ୍ରଶ୍ନକାଳ (Questions Hours) ସମେତ ଶୂନ୍ୟକାଳ(Zero Hours) ।

Odisha Assembly Winter Session: ବିଧାନସଭା ବାହାରେ ଶାସକ-ବିରୋଧୀ ବିଧାୟକ ମୁହାଁମୁହିଁ

ଆଜି ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହରେ ଘଣ୍ଟ ମାଡ କରି ବାଚସ୍ପତିଙ୍କୁ ସ୍ବାଗତ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର (Speaker Surjya Narayan Patra) ବିରୋଧୀଙ୍କୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ । ହେଲେ ଉଭୟ ବିରୋଧୀ ସଦସ୍ୟ ଘଣ୍ଟ ମାଡ କରିବା ସହ ବିଜେପି ସଦସ୍ୟ ମାନେ ଗତକାଲି(ଗୁରୁବାର) ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ ବେଳେ ପୋଲିସର ଯୁବ ମୋର୍ଚ୍ଚା ନେତା କର୍ମୀଙ୍କ ବିରୋଧୀରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଅଭିଯୋଗ କରି ବିଭିନ୍ନ ଫଟୋ ପୋଷ୍ଟର ପ୍ରଦର୍ଶନ କରିବା ସହ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ ।

ସରକାର ଗୃହ ରାଷ୍ଟ୍ରଙ୍କୁ ବଞ୍ଚାଇାକୁ ଯାଇ ବିରୋଧୀଙ୍କ ଉପରେ ଦମନ ଲୀଳା ଚଳାଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଏନେଇ ବିରୋଧୀ ଦଳଉପନେତା କହିଛନ୍ତି କ୍ଷମତାର ଅହଙ୍କାରରେ ଶାସକ ଦଳ ଅନ୍ଧ ହୋଇଯାଇଛି । ରାବଣ ଦୂର୍ଯ୍ୟଧନର ମଧ୍ୟ ଗର୍ବ ଅହଙ୍କାର ଅବସାନ ହୋଇଥିଲା । ଏହି ସରକାର ର ମଧ୍ୟ ହେବ । କାହିଁକି ମୁଖ୍ୟମନ୍ତ୍ରୀ ଗୃହକୁ ଆସୁନାହିଁନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଥିଲା ।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଏହି ସରକାର ଆଗ ଭଳି ଆଉ ନାହିଁ । ଚେଲା ଚାମୁଣ୍ଡା ଙ୍କ ନିର୍ଦ୍ଦେଶରେ ଚାଲିଛି । ମୁଖ୍ୟମନ୍ତ୍ରୀ ମମିତା ମେହେର ଘଟଣାରେ ଗୃହକୁ ବିଶ୍ବାସକୁ ନେଲେ ନାହିଁ । ମମିତା ପ୍ରସଙ୍ଗରେ ବିରୋଧୀଙ୍କୁ ସନ୍ତୋଷ ଜନକ ଉତ୍ତର ଦେଇ ପାରିଲେ ନାହିଁ । ଯଦି ସେହି ଦିନ ବିରୋଧୀଙ୍କୁ ବିଶ୍ବାସକୁ ନେଇ ସରକାର ମନ୍ତ୍ରୀଙ୍କୁ ବରଖାସ୍ତ କରିଥାନ୍ତେ ଗୃହ ସ୍ବାଭାବିକ ହୋଇଥାନ୍ତା । ଏହି ସରକାରରେ ନ୍ୟାୟ ଆଶା କରିବା ବୃଥା ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ଅନ୍ୟପଟେ ଉଭୟ ବିରୋଧୀଙ୍କୁ ଟାର୍ଗେଟ କରି ଶାସକ ଦଳ ବିଧାୟକ ରାଜ କିଶୋର ଦାସ କହିଛନ୍ତି, ବିରୋଧୀଙ୍କ କାମ କଣ ?ବିଧାନସଭା ନିର୍ବାଚିତ ହୋଇ କାହିଁକି ଆସିଛନ୍ତି ? ଯଦି ଘଣ୍ଟ ବାଡେଇବାର ଥିଲା ମନ୍ଦିରକୁ ଯାଆନ୍ତୁ । ବିଧାନସଭା ନୁହେଁ । ବିଧାନସଭା ଲୋକଙ୍କ ସମସ୍ୟା ସମାଧାନ ସହ ତର୍କ ବିତର୍କ ଆଲୋଚନା ମାଧ୍ୟମରେ ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.