ETV Bharat / city

ସରକାରଙ୍କର ଶ୍ୱେତପତ୍ର: ବିରୋଧୀ କହିଲେ ଏହା White ନୁହେଁ Black ପେପର - ଓଡିଶା ବିଧାନସଭା ଖବର

White ନୁହେଁ ଏହା Black ପେପର । ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି । ଶ୍ୱେତପତ୍ରରେ ସରକାର ତଥ୍ୟ ଲୁଚାଇଛନ୍ତି । ଦୁଷ୍କର୍ମ ଭଳି ଧର୍ତ୍ତବ୍ୟ ଅପରାଧ ବଢିବଢି ଚାଲିଛି । ସରକାରଙ୍କର ଶ୍ୱେତପତ୍ର ଉପରେ ଏପରି କିଛି କଡା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ

ଏହା White ନୁହେଁ Black ପେପର: ବିରୋଧୀ
ଏହା White ନୁହେଁ Black ପେପର: ବିରୋଧୀ
author img

By

Published : Jul 20, 2022, 9:11 PM IST

ଭୁବନେଶ୍ବର: White ନୁହେଁ ଏହା Black ପେପର । ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି । ଶ୍ୱେତପତ୍ରରେ ସରକାର ତଥ୍ୟ ଲୁଚାଇଛନ୍ତି । ଦୁଷ୍କର୍ମ ଭଳି ଧର୍ତ୍ତବ୍ୟ ଅପରାଧ ବଢିବଢି ଚାଲିଛି । ସରକାରଙ୍କର ଶ୍ୱେତପତ୍ର ଉପରେ ଏପରି କିଛି କଡା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଏହା White ନୁହେଁ Black ପେପର: ବିରୋଧୀ

ନରସିଂହ କହିଛନ୍ତି ଯେ, ଦିନକରେ 10 ଜଣ ଦୁଷ୍କର୍ମର ଶୀକାର ହେଉଛନ୍ତି । ନିଖୋଜ ଘଟଣା ବଢିବଢି ଚାଲିଛି । ଏହାକୁ ଶ୍ୱେତପତ୍ରରେ ସରକାର ଉଲ୍ଲେଖ କରିନାହାଁନ୍ତି । ନାରୀ ନିର୍ଯ୍ୟାତନାରେ ବାସ୍ତବରେ ଓଡିଶା ଏକ ନମ୍ବର । ତୁଳନାତ୍ମକ ଚିତ୍ର ଶ୍ୱେତପତ୍ରରେ ଦିଆଯାଉନି ବୋଲି ସେ କହିଛନ୍ତି ।

ସେପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ରାଜଧାନୀରୁ ଘଷିପୁରର ପଲ୍ଲୀ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ସ୍ଥିତି ଠିକ ନାହିଁ । ବୀରମିତ୍ରପୁର କାରାଗାର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିନି । ପୋଲିସ ବିଭାଗରେ ଦୁର୍ନିତୀ ଚରମ ସୀମାକୁ ଗଲାଣି । ଅପରାଧକୁ ଦମନ କରିବା ପାଇଁ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ୟ । ସେଥିପାଇଁ ଅପରାଧ ମାମଲା ବଢିଚାଲିଛି । ରାଜ୍ୟ ସାରା ନିଶା କାରବାର ବ୍ୟାପିଲାଣି । ହାଜତ ମୃତ୍ୟୁ ତଦନ୍ତ ହୋଇପାରୁନାହିଁ । ବିଧାୟକ ମୋହନ ମାଝୀଙ୍କ ଗାଡି ଉପରେ ବୋମାମାଡ ଘଟଣାରେ ଏପର୍ଯ୍ୟନ୍ତ ଦୋଷୀଙ୍କୁ ଧାରା ଯାଇନି ।

ସେପଟେ ସରକାରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ । ରାଜକିଶୋର କହିଛନ୍ତି, ଦେଶ ତୁଳନାରେ ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ତାମିଲନାଡୁ ଓ ୟୁପି ଉଦାହରଣ ଦେଇ ରାଜ କିଶୋର କହିଛନ୍ତି, ୟୁପିରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଦକ୍ଷିଣ ଭାରତରେ ତାମିଲନାଡୁର ମଧ୍ୟ ସମାନ ସ୍ଥିତି । ଓଡିଶାରେ କିନ୍ତୁ ସବୁ ଠିକ ଅଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆଇନ ଶୃଙ୍ଖଳା ସଠିକ ଦିଗରେ ଅଛି । ଯେଉଁମାନେ ଅଭିଯୋଗ କରୁଛନ୍ତି ତାହା ନିରାଧାର ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.