ETV Bharat / city

ଓଡିଆ ପାଳୁଛନ୍ତି ନବବର୍ଷ, ଛତୁଆ ପଣାରେ ଭାସୁଛି ଓଡିଶା - ଓଡିଆ ନବବର୍ଷ

ବାର ମାସରେ ତେର ପର୍ବ ପାଳୁଥିବା ଓଡିଆଙ୍କର ଆଜି ନବବର୍ଷ । ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ନାମରେ ବି ନାମିତ ଏ ଦିନ । ଅଧିକ ପଢନ୍ତୁ...

ଓଡିଆଙ୍କ ନବବର୍ଷ, ଚଉରା ମୂଳେ ଛାମୁଡିଆ ବନ୍ଧା ହୋଇ ବସିଲାଣି ଠେକି

author img

By

Published : Apr 14, 2021, 1:41 PM IST

ହାଇଦ୍ରାବାଦ: ପର୍ବ ପ୍ରିୟ ଓଡିଆ । ସବୁବେଳେ ଓଡିଆଙ୍କ ଘରେ ଲାଗିରହିଥାଏ ପୂଜା ପାଠ ଓ ପିଠା ପଣାର ଆସର । ଯେଉଁଥିରେ ମହକି ଉଠେ ଓଡିଆଣୀର ଘର ଅଗଣା । ବାର ମାସରେ ତେର ପର୍ବ ପାଳୁଥିବା ଓଡିଆଙ୍କ ପାଇଁ ଆଜି ଏକ ସ୍ବତନ୍ତ୍ର ଦିନ। କାରଣ ଆଜିପରା ଓଡିଆଙ୍କ ନବବର୍ଷ । ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ନାମରେ ବି ନାମିତ ଏ ଦିନ ।

ଓଡିଆ ପାଳୁଛନ୍ତି ନବବର୍ଷ, ଛତୁଆ ପଣାରେ ଭାସୁଛି ଓଡିଶା

ଗୋତ୍ର, ସୂତ୍ର, ମନ୍ତ୍ର ସବୁର ଅୟମାରମ୍ଭ ପର୍ବ ଆଜି। ବିଭିନ୍ନ ମନ୍ଦିରରେ ପୂଜାଅର୍ଚ୍ଚନା ସହ ଚାରିଆଡେ ଏକ ଭକ୍ତିମୟ ପରିବେଶରେ ମହକୁଛି ସାରା ଓଡିଶା । ଘଣ୍ଟା, ଘଣ୍ଟା, ମନ୍ତ୍ର ଧ୍ୱନିରେ ଗଗନପବନ ମୁଖରିତ । ବର୍ଷର ପ୍ରଥମ ସଂକ୍ରାନ୍ତି ସହ ଆଜିଠୁ ପ୍ରଚଳନ ହୋଇଥାଏ ନୂଆ ପାଞ୍ଜି । ବୈଶାଖର ଧର୍ମ ମାସରେ ସୂର୍ଯ୍ୟଙ୍କୁ ସନ୍ତୁଷ୍ଟ ପାଇଁ ଭୋଗ ଲାଗିଥାଏ ବେଲ ପଣା ଓ ଛତୁଆ । ସୂର୍ଯ୍ୟଙ୍କ ତେଜରୁ ରକ୍ଷା ପାଇଁ ଚଉରା ମୂଳେ ଛାମୁଡିଆ ବନ୍ଧା ହେବା ସହ ନୂଆ ଠେକି ବସାଯାଏ। ଆଉ ପୁଣି ଝାମୁ ଯାତ୍ରାର ମଜା ବେଶ୍ ନିଆରା ।

ପଣା ସଂକ୍ରାନ୍ତି ଓଡିଶାର ବିଭିନ୍ନ ସ୍ଥାନରେ ଚାଲିଥିବା ଝାମୁ ଯାତ୍ରାର ଆଜି ଉଦଯାପନୀ ସମାରୋହ । ଉତ୍ତର ଓଡିଶାରେ ଏହାକୁ ଚଡକ ପର୍ବ କୁହାଯାଏ। ଏହି ସମୟରେ ଦକ୍ଷିଣ ଓଡିଶାରେ ଦଣ୍ଡ ନାଚ କରାଯାଏ। ଆଜିର ଦିନରେ ବିଭିନ୍ନ ସ୍ଥାନରେ ଖୁବ୍ ଧୁମଧାନରେ ହନୁମାନ ଜୟନ୍ତୀ ପାଳନ କୁହାଯାଏ। ବାଡି ଖେଳ, କୁସ୍ତି ଖେଳ, ଖଣ୍ଡା ଖେଳ ଆଦି ପାରମ୍ପରିକ ରଣ କୌଶଳ ପ୍ରଦର୍ଶନ କରାଯାଏ। ପ୍ରତିବର୍ଷ ଏପ୍ରିଲ 14 ତାରିଖରେ ପଣା ସଂକ୍ରାନ୍ତି ପାଳନ କରାଯାଏ। ଏହା ହେଉଛି ଚୈତ୍ର ମାସର 24 ତମ ଦିନ। ପଣା ସଂକ୍ରାନ୍ତି ପର ଠାରୁ ବସନ୍ତ ଯାଇ ଗ୍ରୀଷ୍ମ ପ୍ରବେଶ କରେ । ଯେଉଁଥି ପାଇଁ ସବୁଠି ଜଳଛତ୍ର ଖୋଲାଯାଏ।

କରୋନା କଟକଣା ଯୋଗୁଁ ଏ ବର୍ଷ ପଣା ସଂକ୍ରାନ୍ତି ଅତ୍ୟନ୍ତ ନିରାଡମ୍ବର ଭାବେ ପାଳନ କରାଯାଉଛି । କେବଳ ନୂଆ ପାଞ୍ଜି ପ୍ରଚଳନ ହେବ । ତେବେ ଆଜିର ଦିନ ସମସ୍ତ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ଏହାସହ ଇଟିଭି ଭାରତ ଓଡିଆ ପରିବାର ପକ୍ଷରୁ ସମସ୍ତଙ୍କୁ ଓଡିଆ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.