ଭୁବନେଶ୍ବର: ହୋମ ଆଇସୋଲେସନରେ ରହିଥିବା ସମସ୍ତ କୋରୋନା ଆକ୍ରାନ୍ତ ଫାଭିପିରାଭିର ମେଡ଼ିସିନ ଖାଇପାରିବେ ନାହିଁ । ସଂକ୍ରମଣକୁ କଣ୍ଟ୍ରୋଲ କରିବାକୁ ହେଲେ ପ୍ରଥମ ଦିନରେ ଦୁଇ ଗୁଣ ମେଡ଼ିସିନ ଖାଇବାକୁ ପଡିଥାଏ ।
ଫାଭିପିରାଭିର ବଟିକା ଏକ ଆନ୍ଟିଭାଇରାଲ ଡ୍ରଗ୍ସ । ଏହା ଦ୍ୱାରା ଶରୀରରେ ଭୁତାଣୁର ପ୍ରଭାବ କମ କରିଥାଏ । ରୋଗ ହେବାର ଆରମ୍ଭରୁ ଖାଇବା ଉଚିତ । ଯେଉଁମାନେ ହୋମ ଆଇସଲେସନରେ ରହିବେ ସେମାନେ 5 ଦିନ ପର୍ଯ୍ୟନ୍ତ ଖାଇପାରିବେ । ଯେଉଁମାନେ ଏହି ମେଡ଼ିସିନ ଖାଇବେ ସେମାନେ ଏକ ଅନୁମତି ପତ୍ର ଦାଖଲ କରିବେ । ଫାଭିପିରାଭିର କେବଳ ଯେଉଁ ମାନଙ୍କର କୋରୋନା ଲକ୍ଷଣ ଥିବ ସେମାନେ ଖାଇପାରିବେ ।
ରୋଗୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଇବେ । ସମସ୍ତ ହୋମ ଆଇସୋଲେସନରେ ରହିଥିବା ଆକ୍ରାନ୍ତ ଏହାକୁ ସେବନ କରିପାରିବେ ନାହିଁ । ପ୍ରଥମ ଦିନ 18 ଟି ବଟିକା ଦିଆଯିବାର କାରଣ ହେଉଛି ପ୍ରଥମ ଦିନରେ ଦିଆଯାଉଥିବା ବଟିକା ଦୁଇ ଗୁଣ ପରିମାଣରେ ଦେବାକୁ ପଡିଥାଏ । ଏହି ମେଡ଼ିସିନ ହୋମ ଆଇସୋଲେସନରେ ଦିଆଯାଉଥିବା କିଟ୍ ରେ ରହିବ ନାହିଁ । ଯେଉଁମାନେ ଗ୍ରହଣ କରିବେ ସେମାନେ ସମ୍ମତି ଦେବାକୁ ପଡିବ । ଯେ ପର୍ଯ୍ୟନ୍ତ ସମ୍ମତି ଦେଇନାହାଁନ୍ତି ଏହି ମେଡ଼ିସିନ ଦିଆଯିବ ନାହିଁ ।
ଯଦି ଆଗରୁ କୌଣସି ରୋଗ ଥାଏ ତେବେ ପୂର୍ବରୁ ଡାକ୍ତରଙ୍କୁ ଜଣାଇବା ଆବଶ୍ୟକ । ଆରଆରଟି ପରୀକ୍ଷା ପରେ ମେଡ଼ିସିନ ଖାଇବେ । ଏହି ମେଡ଼ିସିନ ଖାଇବା ପାଇଁ ସମ୍ମତି ଦେବା ଆବଶ୍ୟକ । ପୂର୍ବରୁ ଏହି ଫାଭିପିରାଭିର ମେଡିସିନ ଥଣ୍ଡାକାଶରେ ବ୍ୟବହାର ହୋଇଛି କିନ୍ତୁ ଏଭଳି କୋରୋନା ମହାମାରୀ ରୋଗରେ ବ୍ୟବହାର ହୋଇନାହିଁ । ମନଇଚ୍ଛା ମେଡ଼ିସିନ ଖାଇବେ ନାହିଁ । ସାମନ୍ୟ ଲକ୍ଷଣ ଥିଲେ ହୋମ ଆଇସୋଲେସନରେ ରହିବେ । ମଧ୍ୟମ ରୋଗର ଲକ୍ଷଣ ରହିଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
କୋରୋନା ଠାରୁ ଆରୋଗ୍ୟ ଲାଭ କରିବାର 10 ଦିନ ପରେ କାମରେ ଯୋଗ ଦେଇପାରିବେ । କୋରୋନାରୁ ମୁକ୍ତ ହେଲା ପରେ କଣ କଣ ସତର୍କ ଅବଲମ୍ବନ କରିବା ଉଚିତ । କୋଭିଡରେ ସୁସ୍ଥ ହେବା ପରେ ବି ମାସ୍କ, ସାମାଜିକ ଦୂରତା, ହାତ ଧୋଇବା ପରି ଅଭ୍ୟାସ ଜାରି ରହିବ । ଅନ୍ୟ ରୋଗ ଦ୍ୱାରା ମଧ୍ୟ କୋରୋନା ସଂକ୍ରମଣ ହୋଇପାରେ । ଯେ ପର୍ଯ୍ୟନ୍ତ ଟୀକା ନବାହାରିଛି ସେହି ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ । ଯେଉଁ ମାନଙ୍କର ଅନ୍ୟ ରୋଗ ରହିଛି ତେବେ ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ଖାଦ୍ୟ ପୃଷ୍ଟି ଦେଇଥାଏ । ଦେହରେ ହରମୋହନ ଲେବୁଲ କାମ ହୋଇଥାଏ । ମାଛ, କ୍ଷୀର, ସବୁଜ ପରିବା ଓ ବ୍ୟାୟାମ କରିବା ଆବଶ୍ୟକ । ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଧୂମପାନ ସର୍ବଦା ବର୍ଜନୀୟ । ଯେଉଁ ମାନଙ୍କର କୋରୋନାରେ ଲକ୍ଷଣ ଦେଖାଇଛି ସେମାନଙ୍କୁ ଧ୍ରୁମପାନ ନକରିବାକୁ ପରାମର୍ଶ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ