ଭୁବନେଶ୍ବର : ଆସନ୍ତା ମାସରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନରେ ପାଖାପାଖି 4000 ୱାର୍ଡ ମେମ୍ବର ,4 ରୁ 6 ଜଣ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ଖାଲି ପଡ଼ିଛି । ସେଥିପାଇଁ ନାମାଙ୍କନ ଦାଖଲର ସମୟ ସୀମାକୁ ବୃଦ୍ଧି କରିଛନ୍ତି ନିର୍ବାଚନ କମିଶନ ।
ଯାହାକୁ ସ୍ୱାଗତ କରିଛି କଂଗ୍ରେସ। ନିର୍ବାଚନ କମିଶନଙ୍କ ଏପରି ପଦକ୍ଷେପ ନେଇ ଥିବାରୁ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖାଦେଇଛି । କଂଗ୍ରେସ ନେତା ନିର୍ବାଚନ ଅୟୋଗଙ୍କ ଏଭଳି ପଦକ୍ଷେପକୁ ସ୍ଵାଗତ କରିଛନ୍ତି।
ଏହାବି ପଢନ୍ତୁ : Google CEO ସୁନ୍ଦର ପିଚାଇଙ୍କ ନାଁରେ ମାମଲା
ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ, ଆସନ୍ତା ମାସ ୧୬ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ