ଭୁବନେଶ୍ବର: ବଢିଲା ଶ୍ରମିକଙ୍କ ମଜୁରୀ । ରାଜ୍ୟ ସରକାର ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି । କୋରୋନା ମହାମାରୀ ସମୟରେ ଏଭଳି ନିଷ୍ପତ୍ତି ଶ୍ରମିକଙ୍କୁ ନିଶ୍ଚୟ ଉତ୍ସାହିତ କରିବ । ତେବେ ସବୁ ଶ୍ରେଣୀର ଶ୍ରମିକଙ୍କ ମଜୁରୀ ୫ ଟଙ୍କା ୪୦ ପଇସା ବୃଦ୍ଧି ହୋଇଛି ।
- ଆସନ୍ତୁ ନଜର ପକାଇବ କେଉଁ ବର୍ଗର ଶ୍ରମିକ କେତେ ପାଇବେ ମଜୁରୀ
- ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୦୩ଟଙ୍କା ୪୦ ପଇସା
- ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ମୁଜରୀ ୩୪୩ଟଙ୍କା ୪୦ ପଇସା
- କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୩ଟଙ୍କା ୪୦ ପଇସା
- ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୫୩ଟଙ୍କା ୪୦ ପଇସା
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ