ETV Bharat / city

ଲାଲ ଗଡରେ ସକ୍ରିୟ ହେଉଛି ପୋଲିସ, କମୁଛି ମାଓ ଗତିବିଧି - ମାଓ ଗଡ

ରାଜ୍ୟରେ ଧିରେ ଧିରେ କମୁଛି ମାଓ ଉତ୍ପାତ । ଆଗପରି ସକ୍ରିୟ ନାହାଁନ୍ତି ମାଓ ସଂଗଠନ । ସେପଟେ ସଂଗଠନ ବଞ୍ଚାଇରଖିବାକୁ ଆଉ ଆଗପରି ମିଳୁନି ଫଣ୍ଡିଂ, କି ସଂଗଠନ ପାଖରେ ମହଜୁଦ ନାହିଁ ଆଧୁନିକ ଅସ୍ତ୍ରଶସ୍ତ୍ର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମାଓ ଗଡରେ ସକ୍ରିୟ ହେଉଛି ପୋଲିସ, ନିଷ୍କ୍ରିୟ ହେଉଛି ନକ୍ସଲ

author img

By

Published : Jul 11, 2020, 10:42 PM IST

Updated : Jul 12, 2020, 8:50 AM IST

ଭୁବନେଶ୍ବର: ଆଗପରି ଆଉ ରାଜ୍ୟରେ ସକ୍ରିୟ ନାହାଁନ୍ତି ମାଓ ସଂଗଠନ । କାଁ ଭାଁ କେତୋଟି ସଂଗଠନ ନିଜର ଅସ୍ଥିତ୍ବ ଜାହିର କରୁଛନ୍ତି। କାରଣ ସଂଗଠନ ବଞ୍ଚାଇରଖିବାକୁ ଆଉ ମିଳୁନି ଅଧିକ ଫଣ୍ଡିଂ, କି ସଂଗଠନ ପାଖରେ ମହଜୁଦ ନାହିଁ ଆଧୁନିକ ଅସ୍ତ୍ରଶସ୍ତ୍ର। ସେପଟେ ରାଜ୍ୟ ସରକାରଙ୍କ ଥଇଥାନ ଓ ପ୍ରୋତ୍ସାହନ ପ୍ରକ୍ରିୟା ଉପରେ ଆସ୍ଥା ଜୁଟାଇବା ସହ ସଂଗଠନ ଉପରୁ ସାହାରା ହରାଇ ପୋଲିସ ନିକଟରେ ଟପ୍ ମାଓ କ୍ୟାଡର କରୁଛନ୍ତି ଆତ୍ମସମର୍ପଣ । ରେକର୍ଡ ଦେଖିଲେ ପୂର୍ବ ଅପେକ୍ଷା ୧୯ ଜିଲ୍ଲାରୁ ଏବେ ମାତ୍ର ୬ଟି ଜିଲ୍ଲାରେ ମାଓ ଗତିବିଧି ସକ୍ରିୟ ରହିଥିବା ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି । ଅନ୍ୟପଟେ ନିକଟରେ ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ଭଳି 5ଟି ଜିଲ୍ଲା ମାଓ ମୁକ୍ତ ହୋଇଛି ।

ମାଓ ଗଡରେ ସକ୍ରିୟ ହେଉଛି ପୋଲିସ, ନିଷ୍କ୍ରିୟ ହେଉଛି ନକ୍ସଲ

ରାଜ୍ୟରେ ଏବେ କେକେବିଏନ ଓ ବିଜିଏନ ନାମକ ଏହି ଦୁଇ ମାଓ ସଂଗଠନ ସକ୍ରୀୟ ରହିଛି । ସେପଟେ ପୋଲିସର ଫୋକସ ମଧ୍ୟ ରହିଛି ଏହି ଦୁଇ ସଂଗଠନ । କେକେବିଏନ ମାଓ ସଂଗଠନ (କୋରାପୁଟ,କନ୍ଧମାଳ, ବୌଦ୍ଧ, ନୟାଗଡ )ଡିଭିଜନର ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ସଂଗଠନର ମୁଖ୍ୟ ଜମ୍ପାନା ଓ ତାର ପତ୍ନୀ ୨୦୧୭ରେ ଆତ୍ମସମର୍ପଣ କରିଥିଲେ। ପରେ କେକେବିଏନର ମୁଖ୍ୟଥିବା ଡେଭିଡ ୨୦୧୮ ଏନକାଉଣ୍ଟରରେ ନିହତ ହୋଇଥିଲା । ସେହିପରି 2019 ମସିହାରେ 13 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା 17 ଜଣ ଆତ୍ମସମର୍ପଣ କରିଥିବା ଜଣାପଡିଛି । ସେପଟେ ୨୦୧୬ ମସିହା ପୋଲିସ ଏନକାଉଣ୍ଟରରେ ବିଛିନ୍ନାଞ୍ଚଳର ୩୦ ମାଓବାଦୀ ନିହତ ହୋଇଥିଲେ । ଯେଉଁଥିରେ ସାମିଲ ଥିଲେ ହାର୍ଡକୋର ମାଓବାଦୀ ଦୟା ଓ ଗଣେଷ । ଫଳରେ ସେତେବେଳେ କୋରାପୁଟ ବିଶାଖପଟନମ ସିକାକୁଲମ ଡିଭିଜନର ମାଓସଂଗଠନ ଦୁର୍ବଳ ହୋଇପଡିଥିଲା। ଏବେ କେବଳ କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ବରଗଡ, ବଲାଙ୍ଗୀର, ନବରଙ୍ଗପୁର, ନୂଆପଡା ଓ ରାୟଗଡା ଯାହା ମାଓବାଦୀଙ୍କ ଗତିବିଧିରେ ସକ୍ରିୟ ରହିଛି। ତେବେ ଗଞ୍ଜାମ, ଗଜପତି, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଯାଜପୁର, କେଉଁଝର, ନୟାଗଡ, ବୌଦ୍ଧ ଓ ମୟୂରଭଞ୍ଜ ଆଦି ଜିଲ୍ଲାରୁ ଲୋପ ପାଇବାକୁ ବସିଛି ମାଓ ସଂଗଠନ ।

ମାଓ ଅଞ୍ଚଳରେ ରାଜ୍ୟ ପୋଲିସର ସକ୍ରିୟତା ହିଁ ଦିନକୁ ଦିନ ମାଓବାଦୀଙ୍କ କାର୍ଯ୍ୟକଳାପକୁ କ୍ରମାନ୍ବୟ ଭାବେ କମାଇବାରେ ସକ୍ଷମ ହୋଇଛି । କୋରୋନା ମହାମାରୀ ସମୟରେ ମଧ୍ୟ କନ୍ଧମାଳ ତୁମୁଡିବନ୍ଧରେ ପୋଲିସ, ଏସଓଜି ଓ ଡିଭିଏଫର ମିଳିତ ଅପରେସନ ବନ୍ଧୁକ ମୁନରେ 4 ନକ୍ସଲଙ୍କୁ ନିହତ କରିଥିଲା । ସେହିପରି ବିପୁଳ ଅସ୍ତ୍ରଶସ୍ତ୍ର ସହ ଅନେକ ମାଓ ସାମଗ୍ରୀ ଜବତ କରିଥିଲା ପୋଲିସ । ତେବେ ଗୁଇନ୍ଦା ସୂଚନା ଆଧାରରେ ସଠିକ ସମୟରେ ପୋଲିସର ସଠିକ ପଦକ୍ଷେପକୁ ସାବାସୀ ମିଳୁଥିବା ବେଳେ ମାଓ ମୁକାବିଲା ଦିଗରେ ପୋଲିସର ଆଗାମୀ ରଣନୀତି ଉପରେ ରହିଛି ନଜର ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jul 12, 2020, 8:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.