ETV Bharat / city

Weather Report: ଜଳୁଛି ଟିଟିଲାଗଡ଼, ୮ ସହରରେ ତାପମାତ୍ରା ୪୧ ଡିଗ୍ରୀ

author img

By

Published : Mar 30, 2022, 8:57 PM IST

ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ତାତି ବଢ଼ିବାରେ ଲାଗିଛି । ବୁଧବାର ରାଜ୍ୟର ୮ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ କିମ୍ବା ୪୧ ଡିଗ୍ରୀ ଉପରେ ରହିଥିଲା । ଅଧିକ ପଢ଼ନ୍ତୁ

ଟିଟିଲାଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ଉପରେ
ଟିଟିଲାଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ଉପରେ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ତାତି ବଢ଼ିବାରେ ଲାଗିଛି । ବୁଧବାର ରାଜ୍ୟର ୮ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ କିମ୍ବା ୪୧ ଡିଗ୍ରୀ ଉପରେ ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ୪୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାକୁ ନେଇ ଟ୍ବିଟ୍‌ କରି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ବୁଧବାର ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ତା ପଛକୁ ବଲାଙ୍ଗୀରରେ ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ ରହିଥିଲା । ସେହିଭଳି ସୋନପୁରରେ ୪୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁ଼ଡ଼ାରେ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କାଯାଇଛି । ସେପଟେ ଭବାନୀପାଟଣା ଓ ବୌଦ୍ଧରେ ମଧ୍ୟ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରହିଥିଲା ।

ଗ୍ରୀଷ୍ଣ ପ୍ରବାହର ପ୍ରକୋପରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମର ପ୍ରଭାବ ଅଧିକ ରହିଛି । ଏହାକୁ ନେଇ ପୂର୍ବରୁ ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଗତାକାଲି ମଧ୍ୟ ରାଜ୍ୟ ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିଥିଲା । ଫଳରେ ଏହି ସବୁ ସ୍ଥାନରେ ଲୋକଙ୍କ ଘରୁ ବାହାରକୁ ବାହିରିବା ମୁସ୍କିଲ୍‌ ହୋଇ ପଡ଼ିଛି । ଅପ୍ରେଲ ୩ ତାରିଖ ଯାଏଁ ରାଜ୍ୟରେ ଗୀଷ୍ଣ ପ୍ରକୋପ ଜାରି ରହିବ । ଫଳରେ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.