ETV Bharat / city

ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର, ଦର୍ଶନ କରୁଛନ୍ତି ସେବାୟତ ପରିବାର - covid lock down

ଦୀର୍ଘ 9 ମାସର ପ୍ରତୀକ୍ଷା ପରେ ଆଜି ବାବା ଲିଙ୍ଗରାଜଙ୍କ ଦର୍ଶନ ମିଳିଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅଦୃଶ୍ୟ କୋରୋନା ପାଚେରୀ ହଟିବା ପରେ ଚଳଚଞ୍ଚଳ ହୋଇଉଠିିିଛି ଏକାମ୍ର କ୍ଷେତ୍ର । ଅଧିକ ପଢନ୍ତୁ...

Lingaraj temple reopen
ଆଜି ଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର
author img

By

Published : Dec 27, 2020, 8:05 AM IST

Updated : Dec 27, 2020, 10:08 AM IST

ଭୁବନେଶ୍ବର:ଆଜିଠୁ ବାବା ଲିଙ୍ଗରାଜଙ୍କ ଦର୍ଶନ । ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଦୀର୍ଘ 9 ମାସ ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭୋଳା ବାବା । କୋଭିଡ କଟକଣା ଭିତରେ ଲିଙ୍ଗରାଜ ମନ୍ଦିରକୁ ଖୋଲାଯାଇଛି । ଏଥିପାଇଁ ସ୍ବତନ୍ତ୍ର ଏସଓପି ଓ କେତେକ ନୂଆ ନିୟମ ମଧ୍ୟରେ ଭୋର 5 ଟାରୁ ମନ୍ଦିର ଖୋଲିଛି । ସେବାୟତ ଓ ସେବାୟତଙ୍କ ପରିବାର ଲୋକଙ୍କ କେବଳ ଦର୍ଶନର ସୁଯୋଗ ମିଳିବ । ସେପଟେ ମନ୍ଦିର ଖୋଲିବା ପୂର୍ବରୁ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରାଯାଇଛି ।

ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର

କୋରୋନା ବିପତ୍ତି ଆଶଙ୍କା କରି ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକ ନିଷେଧ କରାଯାଇଥିଲା । ଭକ୍ତ ଓ ଭାଗବାନଙ୍କ ମଧ୍ୟ ଦୀର୍ଘ 9 ମାସ ଧରି ପାଚେରୀ ହୋଇ ଛିଡା ରହିଥିଲା କୋରୋନା । ତେବେ ଦେଶ ତଥା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ପରେ ପର୍ଯ୍ୟାୟ କ୍ରମେ ରାଜ୍ୟରେ ସମସ୍ତ ମନ୍ଦିର ଖୋଲିବାକୁ ଅନୁମିତ ମିଳିଛି । ପ୍ରଥମେ ଡିସେମ୍ବର 23 ତାରିଖରେ ସେବାୟତଙ୍କ ପରିବାର ଲାଗି ଶ୍ରୀମନ୍ଦିର ଖୋଲାଯିବ ପରେ ଗତକାଲି ଠାରୁ ପୁରୀବାସୀ ୱାର୍ଡୱାରୀ ଜଗାଙ୍କ ଦର୍ଶନ କରୁଛନ୍ତି । ଜାନୁଆରୀ 3 ରୁ ସର୍ବସାଧାରଣ କରିବେ ।

ସେହି ଅନୁସାରେ, ଲିଙ୍ଗରାଜ ମନ୍ଦିରକୁ ଖୋଲାଯାଇଛି । ଆଜି ଠାରୁ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ସେବାୟତ ପରିବାରଦର୍ଶନ କରିବେ । 3 ତାରିଖରୁ ରାଜଧାନୀବାସୀ ବାବାଙ୍କ ନିକଟକୁ ଯାଇପାରେ । ଜାନୁଆରୀରୁ 6 ରୁ ଅନ୍ୟ ଜିଲ୍ଲାର ଲୋକେ ମଧ୍ୟ ଲିଙ୍ଗରାଜ ଦର୍ଶନ କରିପାରିବେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Dec 27, 2020, 10:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.