ETV Bharat / city

ନୀତି ଆୟୋଗ ବୈଠକରେ ସବୁ ଆଶା କ୍ଷୀଣ: ନିରଞ୍ଜନ

ବିଭିନ୍ନ ମୁଦ୍ଦାକୁ ନେଇ ରାଜ୍ୟ ସରକାର ଓ ନୀତି ଆୟୋଗ ମଧ୍ୟରେ ଆଲୋଚନା ହୋଇଛି । ତେବେ ଏହାର ଫଳପ୍ରଦକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଅଧିକ ପଢ଼ନ୍ତୁ

author img

By

Published : Dec 15, 2021, 8:08 PM IST

ୁିପୁ
ନୀତି ଆୟୋଗ ବୈଠକରେ ସବୁ ଆଶା କ୍ଷୀଣ: ନିରଞ୍ଜନ

ଭୁବନେଶ୍ବର: ରାଜ୍ୟର ବିକାଶକୁ ନେଇ ରାଜ୍ୟ ସରକାର ଓ ନୀତି ଆୟୋଗ ମଧ୍ୟରେ ଆଲୋଚନା ଶେଷ ହୋଇଛି । ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସାମଗ୍ରିକ ବିକାଶ ନେଇ ଚିଠା ପ୍ରସ୍ତୁତ ହୋଇଛି । ବିଭିନ୍ନ ଦିଗକୁ ନେଇ ଆଲୋଚନା ମଧ୍ୟ ହୋଇଛି । କେନ୍ଦ୍ରରାଜ୍ୟ ସଂଘୀୟ ଭିତ୍ତିରେ ରାଜ୍ୟକୁ କିଭଳି ଅଧିକ ଅନୁଦାନ କେନ୍ଦ୍ରରୁ ଆସିବ ସେନେଇ ଆଲୋଚନା ହୋଇଛି ।

ନୀତି ଆୟୋଗ ବୈଠକରେ ସବୁ ଆଶା କ୍ଷୀଣ: ନିରଞ୍ଜନ

ସେପଟେ କଂଗ୍ରେସ ଏହି ବୈଠକରେ କୌଣସି ସୁଫଳ ମିଳିବା ଉପରେ ପ୍ରଶ୍ନ ଉଠାଇଛି । ଏହାକ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କଠାରୁ ଅଧିକ ଆଶା କରିବା ମୂଲ୍ୟହୀନ ବୋଲି କହିଛନ୍ତି ନିରଞ୍ଜନ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, "ରାଜ୍ୟକୁ ପୂର୍ବରୁ ଯେଉଁସବୁ ଅନୁଦାନ ମିଳୁଥିଲା, ସେଗୁଡିକ ମଧ୍ୟରୁ ଅନେକ କାଟଛାଟ କରିଛନ୍ତି କେନ୍ଦ୍ର ସରକାର । ଏପରିକି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଆଉ ପ୍ରାସଙ୍ଗିକ ନୁହେଁ । ଫୋକସ ଷ୍ଟେଟ୍‌ କିମ୍ବା ଅଧିକ ଅନୁଦାନ ମିଳିପାରିବ । କିନ୍ତୁ ଯେଉଁ କେନ୍ଦ୍ର ସରକାର ଯେଉଁଭଳି ଭାବରେ ଅନୁଦାନ କାଟୁଛନ୍ତି ତାଙ୍କ ଠାରୁ କିଛି ଅଧିକ ଆଶା କରିବା ଭୁଲ୍‌ । "

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.