ETV Bharat / city

୪୨ବର୍ଷ ତଳେ ଓଡ଼ିଶା ଆସିଥିଲେ ବ୍ରିଟେନର ନୂଆ ରାଜା: କୋଣାର୍କ ମନ୍ଦିର ବୁଲିଥିଲେ, ପଇଡ଼ ପିଇଥିଲେ - ପୁରୀ ବୁଲିଥିଲେ ପ୍ରିନ୍ସା ଚାର୍ଲ୍ସ

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ନିଧନ ପରେ ତାଙ୍କର ବଡ଼ ପୁଅ ପ୍ରିନ୍ସ ଚାର୍ଲ୍ସ ଆଜି ବ୍ରିଟେନର ରାଜା ହୋଇଛନ୍ତି । ସିଂହାସନରେ ବସିବା ପରେ ତାଙ୍କ ଓଡ଼ିଶା ଗସ୍ତର ସ୍ମୃତି ଉଜ୍ଜୀବିତ ହୋଇଛି । ଗତ ୪୨ ବର୍ଷ ପୂର୍ବରୁ ସେ ଓଡ଼ିଶା ଗସ୍ତ କରିଥିଲେ । ଏହାସହିତ ଗ୍ରାମୀଣ ଜୀବନକୁ ଦେଖିବାକୁ ସେ ଖୁବ ଭଲ ପାଉଥିଲେ । ଅଧିକ ପଢନ୍ତୁ

ବ୍ରିଟେନର ରାଜା ହେଲେ ପ୍ରିନ୍ସ ଚାର୍ଲ୍ସ, ୪୨ ବର୍ଷ ତଳେ ଆସିଥିଲେ ଓଡ଼ିଶା

author img

By

Published : Sep 10, 2022, 5:00 PM IST

Updated : Sep 10, 2022, 6:41 PM IST

ଭୁବନେଶ୍ବର: ମହାରାଣୀ ଏଲିଜାବେଥ(Queen Elizabeth) ଦ୍ବିତୀୟଙ୍କ ନିଧନ ପରେ ପ୍ରିନ୍ସ ଚାର୍ଲ୍ସ ରାଜା ହୋଇଛନ୍ତି । ବିଧିବଦ୍ଧ ଭାବେ ଯୁବରାଜରୁ ସେ ରାଜା ପଦବୀ ଗ୍ରହଣ କରିଛନ୍ତି । ତେବେ ଚାର୍ଲ୍ସଙ୍କର ଓଡିଶା ସହିତ ରହିଛି ଏକ ନିଆରା ସମ୍ପର୍କ । ୪୨ ବର୍ଷ ତଳେ ଓଡ଼ିଶା ଆସିଥିଲେ ଚାର୍ଲ୍ସ । ସେତେବେଳେ ତାଙ୍କୁ ମାତ୍ର ୩୨ବର୍ଷ ବୟସ ହୋଇଥିଲା । ସେ ରାଜ୍ୟର କିଛି ଐତିହାସିକ ସ୍ଥାନ ମଧ୍ୟ ଭ୍ରମଣ କରିଥିଲେ ।

୪୨ବର୍ଷ ତଳେ ଓଡ଼ିଶା ଆସିଥିଲେ ବ୍ରିଟେନର ନୂଆ ରାଜା
  • ୧୯୮୦ ମସିହାରେ ଆସିଥିଲେ ଓଡ଼ିଶା

ଗତ ୪୨ ବର୍ଷ ତଳେ ଅର୍ଥାତ ୧୯୮୦ ମସିହା ଡିସେମ୍ବର ୪ ତାରିଖରେ ଓଡ଼ିଶା ଆସିଥିଲେ ପ୍ରିନ୍ସ ଚାର୍ଲ୍ସ । ତାଙ୍କୁ ସେତେବେଳେ ମାତ୍ର ୩୨ ବର୍ଷ ବୟସ ହୋଇଥିଲା । ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ (CM JB Patnaik) ଥିବାବେଳେ ରାଜ୍ୟପାଳ ଥିଲେ ସି.ଏମ ପୁନାଚ୍ଛା (Governor CM Poonacha) । ତତ୍କାଳୀନ ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନ ବ୍ରିଟେନ ଯୁବରାଜ ପ୍ରିନ୍ସ ଚାର୍ଲ୍ସ ପୁରୀ ଜିଲ୍ଲା ନିମାପଡା ବ୍ଲକର ହରିପୁର ଆଦର୍ଶ ପଞ୍ଚାୟତକୁ ବୁଲି ଆସିଥିଲେ । ହରିପୁରର ଗ୍ରାମୀଣ ଚଳଣି ତାଙ୍କୁ ବେଶ ପ୍ରଭାବିତ କରିଥିଲା । ବିଶେଷ କରି ହରିପୁର ଆରାଧ୍ୟ ଦେବତା ଗୋପୀନାଥ ଦେଵ ମନ୍ଦିର ଦର୍ଶନ କରିବା ସହିତ ହରିପୁର ଶାସନର ବିଭିନ୍ନ ସାହି ବୁଲି ଦେଖିବା ସମୟରେ ହରିପୁର ଗ୍ରାମର ମହିଳାଙ୍କ ଦ୍ଵାରା ଘର କାନ୍ଥ ଓ ଦାଣ୍ଡରେ ପଡିଥିବା ଝୋଟି, ଢ଼ିଙ୍କି, ଆଟୁ ଘର, ଟୋକେଇ ବୁଣା, ଖଳା ବାରିରେ ଧାନ ଅମଳ ଦେଖି ବେଶ ଉତ୍ସାହିତ ହୋଇଥିଲେ ଯୁବରାଜ ।

ପୁରୀ ହରିପୁର ଗ୍ରାମବାସୀଙ୍କ ପ୍ରତିକ୍ରିୟା

ଗାଁ ରେ ଥିବା ନଡ଼ିଆ ଗଛରୁ ପଇଡ଼ ତୋଳି ଯୁବରାଜଙ୍କୁ ଆପାୟିତ କରିଥିଲେ ଗ୍ରାମବାସୀ । ବ୍ରିଟେନ ରାଣୀ ଏଲିଜାବେଥଙ୍କ ବିୟୋଗ ପରେ ଯୁବରାଜ ଚାର୍ଲ୍ସ ରାଜା ହେବାର ଆଶା କରି ହରିପୁର ଗ୍ରାମବାସୀଙ୍କ ଦ୍ଵାରା ଗୋପୀନାଥ ଦେଵଙ୍କ ପାଖରେ ଦୀପ ଦାନ କରି ତାଙ୍କର ଉତ୍ତରତ୍ତୋର ଶୁଭକାମନା କରିଛନ୍ତି ଗ୍ରାମବାସୀ । ଆସନ୍ତା ଦିନରେ ରାଜଗାଦିରେ ବସିବା ପରେ ପୁଣିଥରେ ହରିପୁର ଗ୍ରାମକୁ ଆସିବା ପାଇଁ ଆଶା କରିଛନ୍ତି ଗ୍ରାମବାସୀ ।

ପଇଡ ପିଉଛନ୍ତି ପ୍ରିନ୍ସ ଚାର୍ଲ୍ସ
ପଇଡ ପିଉଛନ୍ତି ପ୍ରିନ୍ସ ଚାର୍ଲ୍ସ

ଏହା ବି ପଢନ୍ତୁ- ରାଣୀ ଏଲିଜାବେଥଙ୍କୁ ଚାର୍ଲ୍ସଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: କହିଲେ ମୋ ପ୍ରିୟ ମାଆ, ତୁମକୁ ଧନ୍ୟବାଦ

  • କୋଣାର୍କ କରିଥିଲେ ଗସ୍ତ

ପ୍ରିନ୍ସ ଚାର୍ଲ୍ସ ଓଡ଼ିଶା ଗସ୍ତ କରିବା ସମୟରେ ପୁରୀ ଜିଲ୍ଲା ହରିପୁର ଗାଁକୁ ବୁଲିଯାଇଥିଲେ । ଜମିରେ ବେଙ୍ଗଳା କେମିତି ପଡୁଛି ସେସବୁ ଦେଖିଥିଲେ । ହରିପୁର ଗାଁରେ ପଇଡ ପିଇଥିଲେ । ଓଡି଼ଶାର ଗ୍ରାମ୍ୟ ଜୀବନକୁ ସେ ଅତି ନିକଟରୁ ଦେଖିଥିଲେ । କୋଣାର୍କ ଭ୍ରମଣ କରିବା ସମୟରେ ସେ ଏହାର କାରୁକାର୍ଯ୍ୟୁକୁ ବୁଲି ଦେଖିବା ସହ ଉପଭୋଗ କରିଥିଲେ । ସୋମନାଥ ଦାସ ନାମକ ଜଣେ ଗାଇଡ ଚାର୍ଲ୍ସଙ୍କୁ କୋଣାର୍କ ବିଷୟରେ କହିଥିଲେ ।

୪୨ ବର୍ଷ ତଳେ ଓଡିଶାରେ ପ୍ରିନ୍ସ ଚାର୍ଲ୍ସ
୪୨ ବର୍ଷ ତଳେ ଓଡିଶାରେ ପ୍ରିନ୍ସ ଚାର୍ଲ୍ସ

ଏହା ବି ପଢନ୍ତୁ- ଆଉ ନାହାନ୍ତି ବ୍ରିଟେନର ରାଣୀ ଏଲିଜାବେଥ

ଗ୍ରାମୀଣ ଜୀବନକୁ କରୁଥିଲେ ପସନ୍ଦ
ଗ୍ରାମୀଣ ଜୀବନକୁ କରୁଥିଲେ ପସନ୍ଦ
  • ଟୋକେଇ ବୁଣା ଦେଖିବା ଥିଲା ପସନ୍ଦ

ଟୋକେଇ ବୁଣିବା ଦେଖିବା ପାଇଁ ଯୁବରାଜ ଚାର୍ଲ୍ସଙ୍କ ମଧ୍ୟରେ ଆଗ୍ରହ ଥିଲା । ଧାନ ଅମଳ କେମିତି ହେଉଛି, ବଳଦ କେମିତି ବୁଲୁଛନ୍ତି ଏକଥା ପଚାରି ବୁଝିଥିଲେ । ଏସବୁ ଦେଖି ବେଶ ଖୁସି ହୋଇଥିଲେ ଚାର୍ଲ୍ସ । ପୁରୀ ଜିଲ୍ଲାର ହରିପୁର ଗାଁରେ ଯୁବରାଜଙ୍କ ଅନୁଭୂତି ବେଶ ନିଆରା ଥିଲା । ସେ ଗ୍ରାମ୍ୟ ଜୀବନଶୈଳୀକୁ ଦେଖିବାକୁ ପସନ୍ଦ କରୁଥିଲେ ଏବଂ ଗାଁ ଲୋକଙ୍କ ସହିତ ସମ୍ପୂର୍ଣ୍ଣ ମିଶି ଯାଇଥିଲେ ।

ଓଡିଶାରେ ପ୍ରିନ୍ସ ଚାର୍ଲ୍ସ
ଓଡିଶାରେ ପ୍ରିନ୍ସ ଚାର୍ଲ୍ସ
  • ବ୍ରିଟେନର ନୂଆ ରାଜା ଚାର୍ଲ୍ସ

ପ୍ରିନ୍ସ ଚାର୍ଲ୍ସ ଆଜି ରାଜ୍ୟ ଭାର ଗ୍ରହଣ କରିଛନ୍ତି । ସେ ୭୩ ବର୍ଷ ବୟସରେ 'କିଙ୍ଗ ଚାର୍ଲ୍ସ ତୃତୀୟ' ଭାବେ ବ୍ରିଟେନ ସିଂହାସନ ଆରୋହଣ କରିବା ପରେ ମାଆଙ୍କ ମୃତ୍ୟୁ ପରେ ଶୁକ୍ରବାର ପ୍ରଥମ ଥର ଦେଶକୁ ସମ୍ବୋଧନ କରିଛନ୍ତି । କିଙ୍ଗ ଚାର୍ଲ୍ସ ନିଜ ଉଦ୍‌ବୋଧନରେ ଦିଗଙ୍ଗତ ମାଆଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କୁ ନିଜ ଜୀବନର ପ୍ରେରଣା ବୋଲି କହିଛନ୍ତି । ଏହାସହିତ ଶେଷ ଜୀବନ ପର୍ଯ୍ୟନ୍ତ ଦେଶବାସୀଙ୍କ ସେବା କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ରାଣୀ ଏଲିଜାବେଥଙ୍କ ଅନୁପସ୍ଥିତିରେ ତାଙ୍କର ବଡପୁଅ ଚାର୍ଲ୍ସଙ୍କ ରାଜାଭିଷେକ ହୋଇଛି ।

ଐତିହାସିକ ସ୍ଥଳ କରିଥିଲେ ଭ୍ରମଣ
ଐତିହାସିକ ସ୍ଥଳ କରିଥିଲେ ଭ୍ରମଣ

ତେବେ ସୂଚନା ଥାଉ କି ଗତ ସେପ୍ଟେମ୍ବର ୮ତାରିଖରେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ (Queen Elizabeth II dies aged 96 ) ମୃତ୍ୟୁ ହୋଇଥିଲା । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ (Balmoral Castle) ତାଙ୍କର ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୧୯ ତାରିଖରେ ମହାରାଣୀଙ୍କ ଅନ୍ତିମ ସଂସ୍କାର କରାଯିବ । ରାଣୀଙ୍କୁ ସମ୍ମାନ ଜଣାଇ ତାଙ୍କ ବିୟୋଗରେ ଆସନ୍ତାକାଲି (ରବିବାର) ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 10, 2022, 6:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.