ETV Bharat / city

ଏନଏଚ- 20 କାମ ଆରମ୍ଭ କରିବାକୁ ଲୋକସଭାରେ ଚନ୍ଦ୍ରାଣୀ ମୁର୍ମୁଙ୍କ ଦାବି - କେନ୍ଦୁଝରର ଲାଇଫ ଲାଇନ

କେନ୍ଦୁଝରର ଲାଇଫ ଲାଇନ ହେଉଛି ଜାତୀୟ ରାଜପଥ-20 । ଏହାର ସମ୍ପ୍ରସାରଣ କାମ ଶୀଘ୍ର ଶେଷ କରିବାକୁ ଲୋକସଭାରେ ଦାବି କଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Kenujhar mp chandrani murmu
Kenujhar mp chandrani murmu
author img

By

Published : Mar 17, 2020, 9:30 PM IST

ନୂଆଦିଲ୍ଲୀ: ଆଶା ଥିଲା କେନ୍ଦୁଝରବାସୀଙ୍କ ଲାଇଫ ଲାଇନ କୁହାଯାଉଥିବା ଏନଏଚ-20 ରାସ୍ତା ସଂପ୍ରସାରଣ ହେବ । ଗମନାଗମନର ସୁବିଧା ହେବ, ଦୁର୍ଘଟଣା କମ ହେବ । ଗମନାଗମନ ସୁବିଧା ପାଇଁ ସରକାର ରାସ୍ତା ସଂପ୍ରସାରଣ ପାଇଁ ମଞ୍ଜୁର କଲେ । କାମ ମଧ୍ୟ ଆରମ୍ଭ ହେଲା । କିନ୍ତୁ କାମ ସମ୍ପୂର୍ଣ୍ଣ କରିବା ପୂର୍ବରୁ ଅଧାକାମ ଛାଡି ଛୁ’ ମାରିଲା ଠିକା ସଂସ୍ଥା । ଫଳରେ ଏବେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି ।

ଏନଏଚ- 20 କାମ ଆରମ୍ଭ କରିବାକୁ ଲୋକସଭାରେ ଚନ୍ଦ୍ରାଣୀ ମୁର୍ମୁଙ୍କ ଦାବି

ଏହାକୁ ନେଇ ଆଜି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଚନ୍ଦ୍ରାଣୀ କହିଛନ୍ତି କେନ୍ଦୁଝରର ଲାଇଫ ଲାଇନ ହେଉଛି ଜାତୀୟ ରାଜପଥ-20 । କେନ୍ଦୁଝର ହେଉଛି ଏକ ଖଣିଜ ସମ୍ପଦଭରା ଜିଲ୍ଲା । ଫଳରେ ପ୍ରତିଦିନ ଶହଶହ ସଂଖ୍ୟାରେ ଭାରୀଯାନ ଯାତାୟାତା କରୁଛି । କିନ୍ତୁ ପାଣିକୋଇଲି ଠାରୁ ରାଜମୁଣ୍ଡା ପର୍ଯ୍ୟନ୍ତ ଏହି ଜାତୀୟ ରାଜପଥର ଉନ୍ନତି ଓ ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିଲା । ହେଲେ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲେ ମଧ୍ୟ କାମ ଶେଷ ହୋଇନାହିଁ । ଓଲଟା ଟୋଲ ଟିକସ ଆଦାୟ କରାଯାଉଛି । ପୁଣି ବର୍ତ୍ତମାନ କାମ ମଧ୍ୟ ବନ୍ଦ ରହିଛି ।

ତୁରନ୍ତ କାମ ଆରମ୍ଭ କରିବା ସହ ପ୍ରକଳ୍ପକୁ ଶେଷ କରିବା ପାଇଁ ଚନ୍ଦ୍ରାଣୀ ବାଚସ୍ପତିଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ସୌଜନ୍ୟ-ଲୋକସଭା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.