ETV Bharat / city

ବଦଳିଲେ ମାଲକାନଗିରି SP, ଭୁବନେଶ୍ବର ଟ୍ରାଫିକ DCP ହେଲେ IPS ସୁଶ୍ରୀ - ମାଲକାନଗିରି ଏସପି ହେଲେ ଆଇପିଏସ ପ୍ରହ୍ଲାଦ ସାହି ମିନା

ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ଦୀର୍ଘ ମାସ ଧରି ଖାଲି ଥିବା ଭୁବନେଶ୍ବର ଟ୍ରାଫିକ ଡିସିପି ହେଲେ ଆଇପିଏସ ଏସ ସୁଶ୍ରୀ । ଅଧିକ ପଢନ୍ତୁ

IPS Nitesh Wadhwani appointed new SP of Malkangiri

author img

By

Published : Dec 29, 2021, 9:55 PM IST

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଅଦଳ ବଦଳ (Odisha ips reshuffle) କରିଛନ୍ତି । ଦୀର୍ଘ ମାସ ଧରି ଖାଲି ଥିବା ଭୁବନେଶ୍ବର ଟ୍ରାଫିକ ଡିସିପି (Traffic DCP Bhubaneswar) ହେଲେ ଆଇପିଏସ ଏସ ସୁଶ୍ରୀ । 2018 ବ୍ୟାଚ ଆଇପିଏସ ସୁଶ୍ରୀ ବର୍ତ୍ତମାନ କେସିଙ୍ଗା ଏସଡିପିଓ ଭାବେ କାର୍ଯ୍ୟ କରୁଛନ୍ତି । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବଦଳିଲେ ମାଲକାନଗିରି SP, ଭୁବନେଶ୍ବର ଟ୍ରାଫିକ DCP ହେଲେ IPS ସୁଶ୍ରୀ

ସେହିପରି ବିଜ୍ଞପ୍ତି ଅନୁସାରେ, ମାଲକାନଗିରି ଏସପି ଥିବା 2017 ବ୍ୟାଚର ଆଇପିଏସ ପ୍ରହ୍ଲାଦ ସାହି ମିନାଙ୍କୁ ମୁଖ୍ୟାଳୟର ଏଆଇଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି । ତାଳଚେରର ଏସଡିପିଓ ଥିବା 2018 ବ୍ୟାଚର ଆଇପିଏସ ନିତେସ ୱାଧୱାନୀଙ୍କୁ ମାଲକାନଗିରି ଏସପି ଭାବେ ବଦଳି କରାଯାଇଛି । ମାଲକାନଗିରିର ଏସଡିପିଓ ଥିବା 2018 ବ୍ୟାଚର ଜି ଅଭିଳାଷଙ୍କୁ ଏସଟିଏଫ(ନାର୍କୋଟିକ୍ସ)ର ଏସପି ଭାବେ ବଦଳି କରାଯାଇଛି । ସେହିପରି ଡିସିପି ଟ୍ରାଫିକ ଥିବା ମାୟାଧର ସେଠୀଙ୍କୁ ଭୁବନେଶ୍ବର ଡିସିପି କ୍ରାଇମ ଭାବେ ଅବସ୍ଥାପିତ କରାଯାଇଛି ।

ଏହାବାଦ ଏସଟିଏଫ (ନାର୍କୋଟିକ୍ସ) ଏସପି ଥିବା ମାଧୁରୀ ସାମଲଙ୍କୁ କ୍ରାଇମବ୍ରାଞ୍ଚର ଏସପି ଭାବେ ନୂଆ ଦାୟିତ୍ବ ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.