ETV Bharat / city

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ବାତ୍ୟା ହେବାର ସମ୍ଭାବନା ଖୁବ ଅଧିକ: ପାଣିପାଗ ବିଶେଷଜ୍ଞ

ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ବର୍ତ୍ତମାନର ଆକଳନ ଅନୁସାରେ ଓଡ଼ିଶାରେ ବାତ୍ୟା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଅଧିକ ପଢନ୍ତୁ

author img

By

Published : Oct 17, 2022, 3:23 PM IST

Updated : Oct 17, 2022, 5:58 PM IST

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୦ ତାରିଖ ବେଳକୁ ଲଘୁଚାପରେ ପରିଣତ ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ (Cyclonic Circulation) । ଏନେଇ ସୋମବାର ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ଆକଳନ ଅନୁସାରେ ଓଡ଼ିଶାରେ ବାତ୍ୟା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।

ବାତ୍ୟା ହେବାର ସମ୍ଭାବନା ଖୁବ ଅଧିକ

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରର ଓ ଦକ୍ଷିଣ ପୂର୍ବ ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା କରାଯାଇଛି । ଏହା ବାୟୁମଣ୍ଡଳର ପାଖାପାଖି ୩.୧ କିମି ପର୍ଯ୍ୟନ୍ତ ବ୍ୟାପିଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେ ଧୀରେ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପଶ୍ଚିମ କେନ୍ଦ୍ରୀୟ ପାଶ୍ବବର୍ତ୍ତୀ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ।

ଏହା ବି ପଢନ୍ତୁ- ଆଗାମୀ ୭ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟାର ସମ୍ଭାବନା

ସେ ଆହୁରି କହିଛନ୍ତି, "ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଲଘୁଚାପ ଘନୀଭୂତ ହେବା ଲାଗି ପାଗ ମଧ୍ୟ ଅନୁକୂଳ ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଖାପାଖି ୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସ୍ବାଭାବିକ ବର୍ଷା ୩.୧ ମିଲିମିଟର ତୁଳନାରେ ୬୭ ପ୍ରତିଶତ କମ ରହିଛି । ରାଜ୍ୟରେ ବର୍ଷା ବହୁତ ପରିମାଣରେ କମିଛି । ସକାଳ ସମୟରେ ପାଗ ଥଣ୍ଡା ସହିତ ସାମାନ୍ୟ କୁହୁଡ଼ି ହେଉଥିବାରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି ।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ ଜାରି କରାଯାଇନାହିଁ । ଯେଉଁ ସ୍ଥାନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ତାହା ବହୁତ ଦୂରରେ ରହିଛି । ତାର ଗତିପଥକୁ ଦୃଷ୍ଟିରେ ରଖି ବର୍ଷା ନେଇ ପରବର୍ତ୍ତୀ ସୂଚନା ଜାରି କରାଯିବ । ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରୁ ମୌସୁମୀ ଅପସାରଣ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ ବାତ୍ୟା ନେଇ ଚର୍ଚ୍ଚା ହେଉଥିବାବେଳେ, ସେ ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଲଘୁଚାପର ପରବର୍ତ୍ତୀ ଗତିକୁ ଦେଖି ଆଗାମୀ ସୂଚନା ଦିଆଯିବ । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡି଼ଶାର କିଛି କିଛି ସ୍ଥାନରେ ବର୍ଷା ଜାରି ରହିଥିଲା । ମାତ୍ର ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି ।

ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ସ୍ପଷ୍ଟ ହୋଇନି। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ। କିଛି ସ୍ଥାନରେ କାଁଭାଁ ବର୍ଷା ମଧ୍ୟ ହୋଇପାରେ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, "୨୦ ତାରିଖରେ ଲଘୁଚାପ ସୃଷ୍ଟି ପରେ ୨୨ ତାରିଖରେ ଅବପାତ ଓ ୨୪ ତାରିଖରେ ବାତ୍ୟା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଯାହା ସିଷ୍ଟମ ରହିଛି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ଅଧିକ ରହୁଛି । ୨୧ତାରିଖରେ ସ୍ପଷ୍ଟ ହେବ ବାତ୍ୟା କେଉଁଠି କରିବ ଲ୍ୟାଣ୍ଡଫଲ୍ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 17, 2022, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.