ETV Bharat / city

ICC ଓଡ଼ିଶା ପକ୍ଷରୁ MSME ଆଗ୍ରୋକୁ ନେଇ ଜାତୀୟ ସମ୍ମିଳନୀ

author img

By

Published : Mar 30, 2022, 8:52 PM IST

ଆଇସିସି(Indian Chamber of Commerce) ଓଡ଼ିଶା ପକ୍ଷରୁ MSME ଆଗ୍ରୋକୁ ନେଇ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଛି । ଏହି ଅବସରରେ ପ୍ରଦୂଷଣ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ MSMEଙ୍କୁ ଆହ୍ୱାନ ଦେଇଛନ୍ତି ରାଜ୍ୟପାଳ । ଅଧିକ ପଢ଼ନ୍ତୁ

ICC ଓଡ଼ିଶା ପକ୍ଷରୁ MSME ଆଗ୍ରୋକୁ ନେଇ ଜାତୀୟ ସମ୍ମିଳନୀ
ICC ଓଡ଼ିଶା ପକ୍ଷରୁ MSME ଆଗ୍ରୋକୁ ନେଇ ଜାତୀୟ ସମ୍ମିଳନୀ

ଭୁବନେଶ୍ବର: ଆଇସିସି(Indian Chamber of Commerce) ଓଡ଼ିଶା ପକ୍ଷରୁ MSME ଆଗ୍ରୋକୁ ନେଇ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଛି । ଏହି ଅବସରରେ ପ୍ରଦୂଷଣ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ MSMEଙ୍କୁ ଆହ୍ୱାନ ଦେଇଛନ୍ତି ରାଜ୍ୟପାଳ । ପ୍ରଦୂଷଣର କୁପ୍ରଭାବକୁ ଦୂର କରିବା ପାଇଁ ଶକ୍ତି, ସାମର୍ଥ୍ୟ ଓ ପ୍ରଯୁକ୍ତି ଆଦି ବ୍ୟବହାର କରି କାର୍ଯ୍ୟ କରିବା ଆବଶ୍ୟକ ହୋଇ ପଡ଼ିଛି ।

ଭୁବନେଶ୍ବରସ୍ଥିତ ହୋଟେଲ୍ ସ୍ଵସ୍ତି ପ୍ରିମିୟମ୍‌ରେ ଆୟୋଜିତ MSME ଆଗ୍ରୋ ସମ୍ପର୍କିତ ଜାତୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ଗଣେଶୀଲାଲ । ଏହି ଅବସରରେ ସେ ଆତ୍ମନିର୍ଭର ଭାରତ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏହା କିଭଳି ଏକ ଆନ୍ଦୋଳନରେ ପରିଣତ ହୋଇଛି ତାହା ସେ କହିଛନ୍ତି ।

ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ (OUAT)ର କୁଳପତି ଡକ୍ଟର ପୱନ କୁମାର ଅଗ୍ରୱାଲ ଏହି ସମ୍ମିଳନୀରେ ସମ୍ମାନୀତ ଅତିଥି ଭାବେ ଯୋଗଥିଲେ । ରାଜ୍ୟରେ ୬୦ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଚାଷ ହେଉଛି । ସେଥିରୁ ପ୍ରାୟ ୬୦% ଅର୍ଥାତ ୩୬ ଲକ୍ଷ ହେକ୍ଟର ଜମିରେ କେବଳ ଧାନ ଚାଷ ହେଉଛି । ଧାନ ଉତ୍ପାଦନରେ ଓଡ଼ିଶା ୨୦ ୩୦% ବଳକା ରାଜ୍ୟ ହୋଇରହିଛି । ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠାରେ ୧୦ ପ୍ରକାର ପାଣିପାଗ ସ୍ଥିତି ଦେଖିବାକୁ ମିଳେ । ବିବିଧ ପ୍ରକାରର ଫସଲ ଚାଷ କରିବା ଲାଗି ଏହା ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି କହିଛନ୍ତି OUAT କୁଳପତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.