ETV Bharat / city

ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ ଉଦ୍ୟମ, ଶତାଧିକ କର୍ମୀ ଗିରଫ - ନବୀନ ନିବାସ ଘେରାଉ ଉଦ୍ୟମ, ଶତାଧିକ କର୍ମୀ ଗିରଫ

ରାଜ୍ୟରେ ବଢ଼ୁଥିବା ବେକାରୀ ସମସ୍ୟା, ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦର ବୃଦ୍ଧି ଭଳି ବିଭିନ୍ନ ପ୍ରସଙ୍ଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ‘‘ନୌକରୀ ଦୋ ୟା ଡିଗ୍ରୀ ଲୋ’’ ନାରା ଦେଇ ବିରୋଧ ପ୍ରଦର୍ଶନ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ...

ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ ଉଦ୍ୟମ, ଶତାଧିକ କର୍ମୀ ଗିରଫ

author img

By

Published : Mar 2, 2021, 6:50 AM IST

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥିବା ବେକାରୀ ସମସ୍ୟା, ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦର ବୃଦ୍ଧି ଭଳି ବିଭିନ୍ନ ପ୍ରସଙ୍ଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ‘‘ନୌକରୀ ଦୋ ୟା ଡିଗ୍ରୀ ଲୋ’’ ନାରା ଦେଇ ବିରୋଧ ପ୍ରଦର୍ଶନ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ବେକାରୀ ସମସ୍ୟା ଦୂର କରିବା ପାଇଁ ରଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ଏହା ବରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଛି ।

ଜାତୀୟ ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନ ଓ ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କ ନେତୃତ୍ୱରେ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଛି । ମାଷ୍ଟର କ୍ୟାଣ୍ଟିନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲେ । ତେବେ ରାଜମହଲ ଛକ ନିକଟରେ ପୋଲିସ ତାଙ୍କୁ ଅଟକାଇ ଥିଲା । ସେଠାରେ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ ଉଦ୍ୟମ, ଶତାଧିକ କର୍ମୀ ଗିରଫ

ଘଟଣାରେ ପୋଲିସ ଶତାଧିକ ଛାତ୍ର କଂଗ୍ରେସ ନେତା ଓ କର୍ମୀଙ୍କୁ ଗିରଫ କରିଛି । ପୂର୍ବରୁ କଂଗ୍ରେସ ଭବନରେ କମ୍ପନ ସମାବେଶ କରି କମ୍ପିଥିଲା ଓଡିଶା ଛାତ୍ର କଂଗ୍ରେସ । କମ୍ପନ ସମାବେଶରେ ଯୋଗ ଦେଇଛନ୍ତି ଜାତୀୟ ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନ । ଛାତ୍ର କଂଗ୍ରେସ ସଭାପତି ୟାସୀର ନବାଜଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିବା କମ୍ପନ ସମାବେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ବେକାରୀ ସମସ୍ୟା, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ଭଳି ବିଭିନ୍ନ ପ୍ରସଙ୍ଗରେ ଛାତ୍ର କଂଗ୍ରେସ ପକ୍ଷରୁ ଉଭୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି କଂଗ୍ରେସ ନେତା । କମ୍ପନ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ବରିଷ୍ଠ ନେତା ଶିବାନନ୍ଦ ରାୟ, ଛାତ୍ର କଂଗ୍ରେସ ଓଡିଶା ପ୍ରଭାରୀ ରୋଶନଲାଲ ବିଟ୍ଟୁ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ, ଅଭିଳାଷ ମାଣିଆ, ସଂଗ୍ରାମ ଜେନା, ନିହାର ରଞ୍ଜନ ବେହେରା, ରାଜୀବ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଚିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.