ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି ରୌଦ୍ରତାପ ।ସକାଳ ୯.୦୦ଟା ପରେ ଘରୁ ବାହାରିବା କଷ୍ଟ ହୋଇପଡିଥିବା ବେଳେ ଖରାରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଆକାଶରୁ ହେଉଥିବା ଅଗ୍ନି ବର୍ଷା ପେଟପାଟଣା ପାଇଁ ବାହାକୁ ବାହାରୁଥିବା ମଣିଷ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।
-
୪୪.୫ ଡ଼ିଗ୍ରୀ ସହ #ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର #୯ସହରରେ ୪୩ ଡ଼ିଗ୍ରୀ କିମ୍ବା ଅଧିକ ଦିନର ତାତି #ଝାରସୁଗୁଡା ରେ ୪୩.୯ ଡ଼ିଗ୍ରୀ, #ବଲାଙ୍ଗୀର ୪୩.୮ ଡ଼ିଗ୍ରୀ , #ସୋନପୁର ରେ ୪୩.୬ ଡ଼ିଗ୍ରୀ ଏବଂ #ଟିଟଲାଗଡ ରେ ୪୩.୫ ଡ଼ିଗ୍ରୀ ତାତି pic.twitter.com/RY4y943xhn
— Meteorological Centre, Bhubaneswar (@mcbbsr) April 26, 2022 " class="align-text-top noRightClick twitterSection" data="
">୪୪.୫ ଡ଼ିଗ୍ରୀ ସହ #ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର #୯ସହରରେ ୪୩ ଡ଼ିଗ୍ରୀ କିମ୍ବା ଅଧିକ ଦିନର ତାତି #ଝାରସୁଗୁଡା ରେ ୪୩.୯ ଡ଼ିଗ୍ରୀ, #ବଲାଙ୍ଗୀର ୪୩.୮ ଡ଼ିଗ୍ରୀ , #ସୋନପୁର ରେ ୪୩.୬ ଡ଼ିଗ୍ରୀ ଏବଂ #ଟିଟଲାଗଡ ରେ ୪୩.୫ ଡ଼ିଗ୍ରୀ ତାତି pic.twitter.com/RY4y943xhn
— Meteorological Centre, Bhubaneswar (@mcbbsr) April 26, 2022୪୪.୫ ଡ଼ିଗ୍ରୀ ସହ #ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର #୯ସହରରେ ୪୩ ଡ଼ିଗ୍ରୀ କିମ୍ବା ଅଧିକ ଦିନର ତାତି #ଝାରସୁଗୁଡା ରେ ୪୩.୯ ଡ଼ିଗ୍ରୀ, #ବଲାଙ୍ଗୀର ୪୩.୮ ଡ଼ିଗ୍ରୀ , #ସୋନପୁର ରେ ୪୩.୬ ଡ଼ିଗ୍ରୀ ଏବଂ #ଟିଟଲାଗଡ ରେ ୪୩.୫ ଡ଼ିଗ୍ରୀ ତାତି pic.twitter.com/RY4y943xhn
— Meteorological Centre, Bhubaneswar (@mcbbsr) April 26, 2022
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଖଟିଖିଆ ଶ୍ରମିକ ସମସ୍ତଙ୍କ ଜୀବନ ଅସହ୍ୟ ହୋଇପଡିଛି । ଆଉ ଖରାର କୋପକୁ ନେଇ ତ୍ରାହି ତ୍ରାହି ହେଉଛନ୍ତି ରାଜ୍ୟବାସୀ । ଆଜି ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସେହିପରି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ, ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ଖରା ତାତି କମିବ ନାହିଁ । ଏଥିସହ ଆଗାମୀ ୨ ଦିନ ଭିତରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାତି ଆହୁରି ବଢିବ ବୋଲି କୁହାଯାଇଛି ।
ତେବେ ଉପକୂଳ ଓଡ଼ିଶାରେ ଆଗାମୀ ଦୁଇ ଦିନରେ ୨ ଡିଗ୍ରୀ ତାତି କମିବା ନେଇ କହିଛି ପାଣିପାଗ ବିଭାଗ । ଏଥିସହ ସାମୁଦ୍ରିକ ବାୟୁର ପ୍ରଭାବ ଉପକୂଳ ଓଡିଶାରେ ପ୍ରବାହ ହେଉଥିବାରୁ ତାତି କମିବା ନେଇ ଆକଳନ କରାଯାଉଛି । ଏପଟେ ଆଜି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୬ ଡିଗ୍ରୀ ରହିଥିବା ବେଳେ ଗତକାଲି ରାଜ୍ୟରେ ୮ଟି ସହର ଦିନ ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା ।
ସେହିଭଳି ଆଗାମୀ ୫ଦିନ ପାଇଁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ସୋନପୁର, ଦେବଗଡ଼, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ ଏହି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହିତ ୨୮ ତାରିଖକୁ ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗୀର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଅନ୍ଯପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସରକାର ଅନେକ ସଚେତନତା କାର୍ଯ୍ୟ କରୁଛନ୍ତି । ଏହାରି ଭିତରେ ଖରାର କୋପରୁ ବର୍ତ୍ତିବା ଓ ଅଂଶୁଘାତରୁ ନିଜକୁ ରକ୍ଷା କରିବା ପାଇଁ ରାଜ୍ୟବାସୀଙ୍କୁ ସତର୍କତା ଓ ସଚେତନ ରହିବା ସହ ସରକାରଙ୍କ କଟକଣାଙ୍କୁ ମାନିବାର ଆବଶ୍ୟକତା ରହିଛି ।
ଭୁବନେଶ୍ବର ଦେବାସ୍ମିତା ରାଉତ, ଇଟିଭି ଭାରତ