ETV Bharat / city

ବେଷ୍ଟ ଇନଭେଷ୍ଟିଗେସନ ପାଇଁ ସମ୍ମାନିତ ହେବେ ୪ ଓଡ଼ିଆ ଅଫିସର - ବେଷ୍ଟ ଇନଭେଷ୍ଟିଗେସନ ସମ୍ମାନ ୨୦୨୨

୨୦୨୨ର ବେଷ୍ଟ ଇନଭେଷ୍ଟିଗେସନ ଅଫିସର ଭାବେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସମ୍ମାନିତ ହେବେ ୪ ଓଡ଼ିଆ ଅଫିସର । ଅଧିକ ପଢ଼ନ୍ତୁ

four officers of odisha will be honored with best investigation award
ବେଷ୍ଟ ଇନଭେଷ୍ଟିଗେସନ ପାଇଁ ସମ୍ମାନିତ ହେବେ ୪ ଓଡ଼ିଆ ଅଫିସର
author img

By

Published : Aug 12, 2022, 4:43 PM IST

ଭୁବନେଶ୍ୱର/କୋରାପୁଟ: ବେଷ୍ଟ ଇନଭେଷ୍ଟିଗେସନ ପାଇଁ ସମ୍ମାନିତ ହେବେ ୪ ଓଡିଆ ଅଫିସର । କେନ୍ଦ୍ର ଗୃହମନ୍ତ୍ରାଣଳୟ ଦ୍ୱାରା ଚୟନ ହୋଇଥିବା ୧୫୧ ଜଣ ଅଫିସରଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଅଫିସର ରହିଛନ୍ତି । ଅନେକ ରାଜ୍ୟରୁ ସିବିଆଇ, ଏନସିବି ଭଳି ତଦନ୍ତକାରୀ ସଂସ୍ଥାର ଅଫିସରମାନେ ବିଭିନ୍ନ କ୍ଷେତ୍ରରେ ଭଲ ତଦନ୍ତ କରି ବେଷ୍ଟ ଇନଭେଷ୍ଟିଗେସନ ଅଫିସର ଭାବେ ମନୋନିତ ହୋଇଛନ୍ତି ।

ବେଷ୍ଟ ଇନଭେଷ୍ଟିଗେସନ ପାଇଁ ସମ୍ମାନିତ ହେବେ ୪ ଓଡ଼ିଆ ଅଫିସର

ଓଡିଶାରୁ ୪ ଅଫିସରଙ୍କ ମଧ୍ୟରେ ଏସଟିଏଫରେ କାର୍ଯ୍ୟରତ ଆଶିଷ ଚନ୍ଦ୍ର ଜେନା, କମିସନରେଟ ପୋଲିସର ଅନୁସୁୟା ନାୟକ, ଗଞ୍ଜାମର ରମେଶ ପ୍ରଧାନ, କୋରାପୁଟର ଡିଏସପି ସୁମିତ୍ରା ଜେନା ରହିଛନ୍ତି । ସେମାନଙ୍କୁ ୨୦୨୨ର ବେଷ୍ଟ ଇନଭେଷ୍ଟିଗେସନ ଅଫିସର ଭାବେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସମ୍ମାନିତ କରାଯିବ ।

ଡିଏସପି ସୁମିତ୍ରା ଜେନା କହିଛନ୍ତି, "କିଛି ବର୍ଷ ପୂର୍ବେ ମାଲକାନଗିରି ଜିଲ୍ଲାର ଅର୍କେଲ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଏକ ହତ୍ୟା ମାମଲାର ସଫଳ ତଦନ୍ତକୁ ଆଧାର କରି ଏହି ପଦକ ମିଳିଛି । ଯେକୌଣସି ଅପରାଧ ଘଟଣାର ସଠିକ ତଦନ୍ତ କରାଗଲେ ସଫଳତା ପାଇହେବ। " ତାଙ୍କୁ ମିଳିଥିବା ସମ୍ମାନ ଅନେକ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ସୁମିତ୍ରା ଜେନା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.