ETV Bharat / city

ଶିଳ୍ପ ବିଭାଗର ୫-ଟି ସମୀକ୍ଷା: ପଛୁଆ ଜିଲ୍ଲାରେ ପ୍ରତିଷ୍ଠା ହେବ ବ୍ୟାପକ ଶିଳ୍ପ ପ୍ରତିଷ୍ଠାନ - ପଛୁଆ ଜିଲ୍ଲାରେ ପ୍ରତିଷ୍ଠା ହେବ ବ୍ୟାପକ ଶିଳ୍ପ ପ୍ରତିଷ୍ଠାନ

ନିର୍ଦ୍ଧିଷ୍ଟ ଜିଲ୍ଲା କିମ୍ବା ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ବ୍ୟତିରେକ ରାଜ୍ୟର ପଛୁଆ ଜିଲ୍ଲାମାନଙ୍କରେ ଶିଳ୍ପ ପ୍ରତିଷ୍ଠା ହେବ । ଏଥି ଲାଗି ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

ଶିଳ୍ପ ବିଭାଗର ୫-ଟି ସମୀକ୍ଷା: ପଛୁଆ ଜିଲ୍ଲାରେ ପ୍ରତିଷ୍ଠା ହେବ ବ୍ୟାପକ ଶିଳ୍ପ ପ୍ରତିଷ୍ଠାନ

author img

By

Published : May 9, 2022, 10:51 PM IST

ଭୁବନେଶ୍ବର: ନିର୍ଦ୍ଧିଷ୍ଟ ଜିଲ୍ଲା କିମ୍ବା ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ବ୍ୟତିରେକ ରାଜ୍ୟର ପଛୁଆ ଜିଲ୍ଲାମାନଙ୍କରେ ଶିଳ୍ପ ପ୍ରତିଷ୍ଠା ହେବ । ଏଥିଲାଗି ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଖାରବେଳ ଭବନ ଶିଳ୍ପ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫-‘ଟି’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମନ୍ତ୍ରୀ ଅଧ୍ୟକ୍ଷତା କରି କହିଛନ୍ତି ଯେ, ବଡ଼ ଶିଳ୍ପ ସହିତ କ୍ଷୁଦ୍ର ଶିଳ୍ପ, ବିଶେଷ କରି ସ୍ଥାନୀୟ ସଂସ୍ଥାମାନଙ୍କୁ ଶିଳ୍ପ ପ୍ରତିଷ୍ଠା ଲାଗି ସୁଯୋଗ ସୃଷ୍ଟି ହେବା ଆବଶ୍ୟକ । ଏହା ଦ୍ୱାରା ସବୁ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ । ଏଥିଲାଗି ଶିଳ୍ପ ବିଭାଗ ଅନ୍ୟ ପ୍ରମୁଖ ବିଭାଗମାନଙ୍କ ସହ ସଂଯୋଗ ସ୍ଥାପନ କରି ଏକ ନୋଡ଼ାଲ ବିଭାଗର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ । ବିଭିନ୍ନ ଜିଲ୍ଲାରେ ଦକ୍ଷତା ବୃଦ୍ଧି ନିମନ୍ତେ ସମ୍ମିଳନୀ ଆୟୋଜନ ସହ କୃଷି, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେବା ପାଇଁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପରାମର୍ଶ ଦେଇଛନ୍ତି ।

ଶିଳ୍ପ ବିଭାଗର ୫-ଟି ସମୀକ୍ଷା: ପଛୁଆ ଜିଲ୍ଲାରେ ପ୍ରତିଷ୍ଠା ହେବ ବ୍ୟାପକ ଶିଳ୍ପ ପ୍ରତିଷ୍ଠାନ
ଶିଳ୍ପ ବିଭାଗର ୫-ଟି ସମୀକ୍ଷା: ପଛୁଆ ଜିଲ୍ଲାରେ ପ୍ରତିଷ୍ଠା ହେବ ବ୍ୟାପକ ଶିଳ୍ପ ପ୍ରତିଷ୍ଠାନ
ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ରାଜ୍ୟରେ କଞ୍ଚାମାଲର ଅଭାବ ନଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘସୂତ୍ରୀ ଯୋଜନା ଫଳରେ ଶିଳ୍ପ-ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯେଉଁ ସୁବିଧାସୁଯୋଗ ଯୋଗାଇ ଦେଉଛନ୍ତି । ସେଥିନେଇ ଅନେକ ବଡ଼ ବଡ଼ ସଂସ୍ଥା ଶିଳ୍ପ ପ୍ରତିଷ୍ଠା ଲାଗି ଆଗ୍ରହ ଦେଖାଇଛନ୍ତି । ଏହି କିଛି ବର୍ଷ ମଧ୍ୟରେ ଅନେକ ସଂସ୍ଥା ଶିଳ୍ପ ପ୍ରତିଷ୍ଠା ସହ ସେମାନଙ୍କ ଉତ୍ପାଦନ ଆରମ୍ଭ କରିସାରିଛନ୍ତି । ଆହୁରି ଅନେକ ପ୍ରକଳ୍ପ ପାଇପ୍‌ଲାଇନ୍‌ରେ ଅଛି । ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଇଡ୍‌କୋ ତଥା ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଇପିକଲର ସିଜିଏମ୍‌ କଲ୍ୟାଣ ଚନ୍ଦ୍ର ମହାନ୍ତି ଏବଂ ଇଡ୍‌କୋ(ଲ୍ୟାଣ୍ଡ) ସିଜିଏମ୍‌ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଇନ୍‌ଫୋଭ୍ୟାଲି, ପାରାଦୀପ ପ୍ଲାଷ୍ଟିକ୍‌ ପାର୍କ, ଭଦ୍ରକ ଟେକ୍ସଟାଇଲ୍‌ ପାର୍କ, ଭଦ୍ରକ, ଇଡ୍‌କୋ ଟାୱାର, ଅନୁଗୋଳ ଆଲୁମିନିୟମ୍‌ ପାର୍କ, ଓଡ଼ିଶା ଅର୍ଥନୈତିକ କରିଡର ନିମନ୍ତେ ଜମି ଅଧିଗ୍ରହଣ ଏବଂ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.