ETV Bharat / city

ଓଡିଶାରୁ ଅଢେଇ କୋଟି ଠକେଇ, ଗିରଫ ହେଲେ Jetex Ocenairର ଏମଡି - ଜେଟେକ୍ସ ଓସେନାର

ଓଡିଶାରୁ ଅଢେଇ କୋଟି ଠକେଇ । ଓଡ଼ିଶାରେ ଅଧିକ ସୁଧର ଲୋଭ ଦେଖାଇ ଜମାକାରୀଙ୍କଠୁ ଅଢେଇ କୋଟି ଟଙ୍କା ଲୁଟ । ଗିରଫ ହେଲେ ପରିବହନ ସଂସ୍ଥା ଜେଟେକ୍ସ ଓସେନାରର ଏମଡି ଜୟଦୀପ ରାହା । ଅଧିକ ପଢନ୍ତୁ

ଓଡିଶାରୁ ଅଢେଇ କୋଟି ଠକେଇ, ଗିରଫ ହେଲେ Jetex Ocenairର ଏମଡି

author img

By

Published : Oct 18, 2022, 4:57 PM IST

ଭୁବନେଶ୍ବର: ରାଜ୍ୟରୁ ଅଢେଇ କୋଟି ଟଙ୍କା ଠକେଇ ମାମଲା । ଜେଟେକ୍ସ ଓସେନାର (Jetex Ocenair) ନାମକ ପରିବହନ ସଂସ୍ଥାର ଏମଡି ଜୟଦୀପ ରାହାଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ଚିଟଫଣ୍ଡ ଠକେଇ ମାମଲାରେ କୋଲକାତାରୁ ଗିରଫ କରିଛି ଅର୍ଥନୈତିକ ଅପରାଧା ଶାଖା । ତେବେ ଚବିଶି ପ୍ରାଗଣାରୁ ଟ୍ରାନଜିଟ ରିମାଣ୍ଡରେ ଆଣି ଗିରଫ କରି କୋର୍ଟ ଚାଲାଣ କରିଚି ଇଓଡବ୍ଲ୍ୟୁ (EOW) ଟିମ ।

ଓଡିଶାରୁ ଅଢେଇ କୋଟି ଠକେଇ, ଗିରଫ ହେଲେ Jetex Ocenairର ଏମଡି

ଏହି ଚିଟଫଣ୍ଡ ଠକ ଜୟଦୀପଙ୍କ ବିରୋଧରେ ଆଇପିସି (IPC) ଧାରା ୧୨୦ବି, ୪୦୬, ୪୬୭, ୪୬୮, ୪୭୧, ୪୨୦ ଆଇପିସି ଆରଡବ୍ଲ୍ୟୁ ସେକ୍ସନ ୪,୫ ଓ ୬ (Prize Chits and Money Circulation Schemes Banning Act) ଓ ୨୦୧୧ ଓପିଆଇଡ଼ି ଆକ୍ଟର ସେକ୍ସନ ୬ ଅନୁସାରେ ତାଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ପୁରୀ ଜିଲ୍ଲା ନିମାପଡା ଭାଣପୁର ଅଞ୍ଚଳର ସୁବାସ ପ୍ରଧାନଙ୍କ ଅଭିଯୋଗ ଆଧାରରେ ୨୦୧୦ରୁ ୨୦୧୪ ମସିହାରେ ଆମ୍ବିସିୟସ ଚିଟଫଣ୍ଡ କମ୍ପାନୀ ଜମାକାରୀଙ୍କୁ ଲୋଭନୀୟ ଅଫର ଦେଇଥିଲା । ହାଇ ରେଟ ଅଫ ସୁଧ (Interest) ଆଳରେ ଜମାକାରୀଙ୍କୁ ଡିପୋଜିଟ ନେଇ ରିଟର୍ଣ୍ଣ ଦେବାର ଲୋଭ ଦେଇଥିଲା ‌।

ଗିରଫ ହେଲେ Jetex Ocenairର ଏମଡି
ଗିରଫ ହେଲେ Jetex Ocenairର ଏମଡି

ଏହା ବି ପଢନ୍ତୁ- ଆଶ୍ଚର୍ଯ୍ୟ ! YouTube ଦେଖି ଛୁଆ ଜନ୍ମ କଲେ ନାବାଳିକା

ଏହି ଆଳରେ ୧୯୬୮ ଜଣ ଜମାକାରୀଙ୍କଠୁ ୨କୋଟି ୬୨ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ । ପରେ ଆଉ ସେମାନଙ୍କ ପତ୍ତା ମିଳିନଥିଲା । ଏନେଇ ଇଓଡବ୍ଲୁ ତଦନ୍ତ ବେଳେ ଜଣାପଡିଥିଲା ଯେ ଏହି ଠକେଇ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଓକ ଇଣ୍ଡିଆ ମଲ୍ଟିଷ୍ଟେଟ କୋପରେଟିଭ ସୋସାଇଟି (OAK India Multistate Credit Co-operative Society) ନାଁରେ କମ୍ପାନୀର‌ ନାଁ ବଦଳାଇ ଦେଇଥିଲା । ପରେ ୨୦୧୧ରୁ ୨୦୧୨ମସିହାରେ ଏହି ଠକେଇ ଟଙ୍କାରୁ ୧କୋଟି ୮୨ଲକ୍ଷ ଟଙ୍କା ଗିରଫ ଅଭିଯୁକ୍ତଙ୍କ ଜେଟେକ୍ସ ଓସେନାର କମ୍ପାନୀ ଆକାଉଣ୍ଟଙ୍କୁ ପଠାଯାଇଥିଲା ।

ଯାହକୁ ତଦନ୍ତ କରିବା ପରେ ଏହି ଠକେଇର ଖୁଲାସା କରିଥିଲା ଓଡିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧା ଶାଖା । ପରେ ଏହି କମ୍ପାନୀର‌ ପୂର୍ବରୁ ଓମକାର ଶି. କୁନାଲ ତିଓ୍ବାରି, ଆର୍ସାଦ ହୁସେନ, ଶେଖର ଚକ୍ରବର୍ତ୍ତୀ ପୂର୍ବରୁ ଗିରଫ ହୋଇ ଜେଲ ଯାଇଛନ୍ତି । ଜେଟେକ୍ସ ଓସେନାର ଏକ କମ୍ପାନୀ ଯାହାକି ଟ୍ରାନ୍ସପୋର୍ଟ ବ୍ୟବସାୟ (Transport Business) କରିଥାଏ । ବିମାନ ଓ ଜଳପଥରେ ଏହି କମ୍ପାନୀ ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟ କରିଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.