ETV Bharat / city

ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣା, ତଦନ୍ତ କରିବ 3 ଜଣିଆ ସ୍ପେଶାଲ ଟିମ

author img

By

Published : Jun 16, 2022, 6:23 PM IST

ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ । ହାତୀ ମୃତ୍ୟୁ ଓ ହାତୀର କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ଗଠନ ହେଲା 3 ଜଣିଆ ସ୍ପେଶାଲ ଟିମ । ଅଧିକ ପଢନ୍ତୁ

ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣା, ତଦନ୍ତ କରିବ 3 ଜଣିଆ ସ୍ପେଶାଲ ଟିମ
ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣା, ତଦନ୍ତ କରିବ 3 ଜଣିଆ ସ୍ପେଶାଲ ଟିମ

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ରାଜ୍ୟ ସରକାର ବନ୍ୟଜନ୍ତୁଙ୍କ ସୁରକ୍ଷାରେ ବିଫଳ ବୋଲି ବିରୋଧୀ ଅଭିଯୋଗ କରୁ ଥିବାବେଳେ ହାତୀ ମୃତ୍ୟୁ ଓ ହାତୀର କଙ୍କାଳ ମିଳିବାର ତଦନ୍ତ ପାଇଁ ଗଠନ ହେଲା 3 ଜଣିଆ ସ୍ପେଶାଲ ଟିମ । ସେପଟେ ବଢ଼ୁଥିବା ହାତୀ ମୃତ୍ୟୁ ଘଟଣାକୁ ନେଇ ଦେଶରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌,ବନ୍ୟପ୍ରାଣୀ)ଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି ।

ବିଶେଷ କରି ଆଠଗଡ଼ ବନଖଣ୍ଡରେ ହାତୀକୁ 6ଟି ଗୁଳି ମାଡ଼ ଏବଂ ପରବର୍ତ୍ତୀ ସମୟରେ ତା’ର ମୃତ୍ୟୁକୁ ନେଇ କେନ୍ଦ୍ର ଭୀଷଣ କ୍ଷୁବ୍ଧ । ଅନ୍ୟପଟରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଜଙ୍ଗଲ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିବାବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଗାତାର ହାତୀ ମୃତ୍ୟୁ ଘଟଣା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହା ଚିନ୍ତାଜନକ ବୋଲି କହିଛନ୍ତି । ଯଦି ଏହି ଧାରା ଜାରି ରୁହେ, ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ହାତୀ ଶୂନ୍ୟ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।

ସେପଟେ ଆଠଗଡ ଡିଭିଜନରେ ହାତୀ ମୃତ୍ୟୁ ଓ ହାତୀ କଙ୍କାଳ ମିଳିବା ଘଟଣାରେ ଗଠଣା ହେଲା 3 ଜଣିଆ ସ୍ପେଶାଲ ଟିମ । ଟିମ ଦାୟିତ୍ଵରେ ରହିବେ CCF(Chief Conservation of Forest), RCCF(Regional Chief Conservation of Forest) ଚେୟାରମ୍ୟାନ ରହିବେ । ଏହି ଟିମରେ କ୍ରାଇମବ୍ରାଞ୍ଚର DSP ଅଧିକାରୀ ମଧ୍ୟ ରହିବେ । ପୂର୍ବ ମାମଲାର ତଦନ୍ତ କାରୁଥିବା DFO ତଦନ୍ତ କରିପାରିବେ ନହିଁ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ PCCF (Principal Chief Conservator of Forest) ।

ସୂଚନା ଅନୁଯାୟୀ, ଆଠଗଡ଼ ଜଙ୍ଗଲରୁ ହାତୀଙ୍କ କଙ୍କାଳ ମିଳିବା ଘଟଣା ଥମିବାର ନାଁ ନେଉନି । କିଛିଦିନ ମଧ୍ୟରେ ଦୁଇଟି କଙ୍କାଳ ମିଳିସାରି ଥିବାବେଳେ ବୁଧବାର ବଡ଼ମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖାରୋଡ ଗାଁ ନିକଟରୁ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି । ଦନ୍ତାହାତୀର କଙ୍କାଳ ମିଳିଥିଲେ ମଧ୍ୟ ଦାନ୍ତ ମିଳିନାହିଁ । କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା, ସେ ସମ୍ପର୍କରେ କାହାକୁ ଜଣା ନାହିଁ । ବନ ବିଭାଗ ଅଧିକାରୀମାନେ ବି ଚୁପ୍‌ । ଗୋଟିଏ ପଟେ କଙ୍କାଳ ଉଦ୍ଧାର ଆଉ ଅନ୍ୟପଟେ ଶିକାରୀଙ୍କ କବଳରୁ ହାତୀଙ୍କ ସୁରକ୍ଷା ଏବେ ବନ ବିଭାଗର ନିଦ ହଜାଇ ଦେଇଛି ।

ଏବେ ପୁଣି ଅଭିଯୋଗ ହେଲାଣି ଯେ, ଆଠଗଡ଼ ବନଖଣ୍ଡ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ବହୁ ହାତୀଙ୍କୁ ମାରି ପୋତି ଦିଆଯାଇଛି । ବନ୍ୟପ୍ରାଣୀ ବିଶେଷଜ୍ଞ ଏ.କେ ସିଂ କହିଛନ୍ତି ଯେ, ଓଡିଶାରେ ବର୍ତ୍ତମାନ ଯାହା ଘଟୁଛି ତାହା ଦୁଃଖଦାୟାକ । ବର୍ତ୍ତମାନ ସମୟରେ ଏସବୁ ଘଟଣା ଘଟୁଛି ତାହା ଅଧିକାରୀ ବା କର୍ମଚାରୀଙ୍କ ମାନଦଣ୍ଡରେ ଅବକ୍ଷୟ ଘଟିଛି । ସେମାନଙ୍କ କାର୍ଯ୍ୟକୁ ଆଙ୍ଗୁଠି ଉଠାଇଲେ ବିଶେଷଜ୍ଞ । କେନ୍ଦ୍ରରୁ ଆସିଥିବା ଚିଠିକୁ ସ୍ଵାଗତ କରିଛନ୍ତି । ଏ ଦିଗରେ ରାଜ୍ୟ ସରକାର ହସ୍ତକ୍ଷେପ କରି ପ୍ରକୃତ ଘଟଣା ସାମ୍ନାକୁ ଆଣିବା ଆବଶ୍ୟକ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଏ.କେ ସିଂ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.