ଭୁବନେଶ୍ବର: ଅନଲାଇନରେ ପ୍ରତିଭା ଅନ୍ବେଷଣ । ପାଠପଢା ସହ ନିଜର ଲୁକ୍କାୟିତ ପ୍ରତିଭା ଦେଖାଇବେ ଛାତ୍ରଛାତ୍ରୀ । ନାଚ, ଗୀତ, ଅଭିନୟ, ଚିତ୍ରାଙ୍କନ, ଝୋଟି ଓ ଭାଷଣ ପ୍ରତିଯୋଗିତାରେ ସାଜିପାରିବେ ପ୍ରତିଯୋଗୀ । ଏନେଇ ଏକ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ କରିଛନ୍ତି ଭୁବନେଶ୍ବରର 4 ଯୁବକ । କୋରୋନା କାରଣରୁ ନିଜର ପ୍ରତିଭା ଦେଖାଇବାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପ୍ରୟାସ କରିଛନ୍ତି ଏମାନେ ।
ଲକ୍ଡାଉନ୍ ସମୟରେ ଓୟୁଏଟିର ତିନି ପୂର୍ବତନ ଛାତ୍ର ଓ ଜଣେ ଏନଆଇଟି ରାଉରକେଲାର ଛାତ୍ର ଓଁ ସୋଭୋନ ଦାସ, ସୂର୍ଯ୍ୟ ପ୍ରକାଶ କର, ନିସିକାନ୍ତ ପଟ୍ଟନାୟକ ଓ ବିନୀତ କୁମାର ଏଭଳି ଆପ୍ ଡେଭଲପ୍ କରିଛନ୍ତି । ଯାହା ନା ଡିଟିଡିଆଇ ରଖାଯାଇଛି । ଏହା ପିଲାଙ୍କୁ ଶିକ୍ଷା କ୍ଷେତ୍ରଠୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସହାୟତା ପ୍ରଦାନ କରିବ ।
ଗୁଗଲ ପ୍ଲେ ଷ୍ଟୋରରେ ଏହି ଆପ୍ ଉପଲବ୍ଧ ଥିବାବେଳେ ଏହାକୁ ସମସ୍ତେ ଡାଉନଲୋଡ କରିପାରିବେ । ଏହାସହ ଏଥିରେ ଆକାଉଣ୍ଟ ଖୋଲି ନିଜର ଭିଡିଓ ଷ୍ଟୋର କରିବା ସହିତ ନିଜର ଲୁକ୍କାୟିତ ପ୍ରତିଭାକୁ ଲୋକାଲୋଚନକୁ ଆଣିପାରିବେ । ବର୍ତ୍ତମାନ ସୁଦ୍ଧା ପାଖାପାଖି 30 ସ୍କୁଲ ସହ ଏନଆଇଟି ସହିତ ଏମାନେ ଟାଏ ଅପ୍ କରିଛନ୍ତି । ତେବେ ଆଗକୁ ଆହୁରି ଅଧିକ ଶିକ୍ଷାନୁଷ୍ଠାନ ସହିତ ଏମାନେ ଟାଏଅପ୍ କରିବେ ବୋଲି ଦର୍ଶାଇଛନ୍ତି । ସେପଟେ ଲକ୍ଡାଉନ୍ ସମୟରେ 4 ବନ୍ଧୁଙ୍କ ଏପରି ପ୍ରୟାସକୁ ପ୍ରଶଂସା କରିଛନ୍ତି ଓଁ ପ୍ରକାଶ ଦାସଙ୍କ ମା ।
ତେବେ ଗୋଟିଏ ଆପ୍ରେ ପାଠରୁ ଆରମ୍ଭ କରି ସାଠ ପର୍ଯ୍ୟନ୍ତ ସବୁ କିଛି ଥିବାରୁ ଏହା ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହିତ ସେମାନଙ୍କ କାମରେ ଲାଗି ପାରିବ ବୋଲି ଏମାନେ ଆଶା ରଖିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ